ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଶାଖା ପୁନର୍ଗଠନ 

ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଶାଖା ପୁନର୍ଗଠନ 

ନବରଙ୍ଗପୁର:(୭|୯)(ରବି ନାରାୟଣ ମହାନ୍ତି)ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଶାଖା ପୁନର୍ଗଠନ ହେବା ପରେ ନୂତନ କର୍ମକର୍ତ୍ତା ମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲା ଶାଖା ସଭାପତି ଜଗନ୍ନାଥ ମହାପାତ୍ର,ରାଜ୍ୟ ସଭାପତି ପ୍ରଫେସର ଡ ଅଦ୍ୱୈତ୍ୟ କୁମାର ପାତ୍ରଙ୍କ ପରାମର୍ଶ କ୍ରମେ ଏକ ପ୍ରେସ ବିବୃତି ଜାରି କରି ନୂତନ କର୍ମକର୍ତ୍ତା ମାନଙ୍କ ନାମ ଘୋଷଣା କରିଛନ୍ତି । ବିଜ୍ଞପ୍ତି ଅନୁସାରେ, ଉପ ସଭାପତି ଭାବେ ଅଶୋକ କୁମାର ପଟ୍ଟନାୟକ ଏବଂ ଡ ବିଜୟ କୁମାର ମିଶ୍ର, ସମ୍ପାଦକ ଭାବେ ଦୁର୍ଗା ପ୍ରସାଦ ପାଢୀ, ସଂଗଠନ ସଂପାଦକ ରୂପେ ବାଙ୍କ ବିହାରୀ ବିଷୋୟୀ, ସହ ସମ୍ପାଦିକା ଡ ସଂଯୁକ୍ତା ପଣ୍ଡା,କୋଷାଧ୍ୟକ୍ଷ ସୂରେଶ କୁମାର ମିଶ୍ର,ଆବାହକ ରୂପେ ବୁଲୁ ହୋତା ଏବଂ ଆଇନ ପରାମର୍ଶ ଦାତା ରୂପେ ଆଇନଜୀବୀ କିଶୋର କୁମାର ପଟ୍ଟନାୟକ ରହିଛନ୍ତି । କାର୍ଯ୍ୟକାରୀ ସଦସ୍ୟ ରୂପେ ପ୍ରଦୀପ ହୋତା,ପ୍ରଦୀପ ନନ୍ଦ,ସାଇ ରମେଶ ରାଓ,ଶ୍ରୀଧର ଶତପଥି, ରତିକାନ୍ତ ଦୂବେ, ବିଜୟ କୁମାର ଚୌଧୁରୀ, ଗୁରୁଦାସୀ ମଣ୍ଡଳ,ମନୋଜ କିଶୋର ନାୟକ, ପି ରବିକାନ୍ତ ରଘୁରାମ, ଦିଲ୍ଲୀପ କୁମାର ହୋତା, ଅଖିଳ କୁମାର ଭଟ୍ଟ, ବିରେନ୍ଦ୍ର ମୋହନ ନାୟକ, ପର୍ଶୁରାମ ସାହୁ, କୁମୁଦ ଚନ୍ଦ୍ର ପଟ୍ଟନାୟକ ଓ ଗଣେଶ୍ୱର ଦାସ ରହିଛନ୍ତି । ଏହା ବ୍ୟତୀତ ପରିଷଦ ସଦସ୍ୟ ରୂପେ ପୃଥିବୀରାଜ ପାଇକରାୟ, ପ୍ରଣତି ପଟ୍ଟନାୟକ, ରମେଶ ଚନ୍ଦ୍ର ପଟ୍ଟନାୟକ, ମନୋଜ କୁମାର ପାଢୀ, ବଂଶୀଧର ଭୂୟାଁ, ରବିନ୍ଦ୍ର ନାୟକ, ସହଦେବ ପରିଡା, ଉର୍ମିଳା ମହାପାତ୍ର, ଜଗଦୀଶ ତ୍ରିପାଠୀ ଏବଂ ପି ଦାଶରଥି ପଟ୍ଟନାୟକ ରହିଛନ୍ତି । ନୂତନ କର୍ମକର୍ତ୍ତା ମାନେ ବିଦ୍ଧି ବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଶାଖାର ବାର୍ଷିକ ଉତ୍ସବ ପାଳନ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ସର୍ବସମ୍ମତି କ୍ରମେ ଅକ୍ଟୋବର ୧୨ ତାରିଖ ରହିବାର ଦିନ ଏହି କାର୍ଯ୍ୟକ୍ରମ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହା ବ୍ୟତୀତ ଓଡିଆ ଭାଷା ତଥା ଜିଲ୍ଲାର ସୀମାନ୍ତବର୍ତ୍ତୀ ଇଲାକାର ସୁରକ୍ଷା, ଓଡିଶା ପ୍ରଦେଶ ଗଠନରେ ପ୍ରମୂଖ ଭୂମିକା ଗ୍ରହଣ କରିଥିବା ଦିବଙ୍ଗତ ବରପୁତ୍ର ମାନଙ୍କ ଆଦର୍ଶକୁ ସୁଦୂର ପ୍ରସାର ଓ ସେମାନଙ୍କ ସ୍ନୃତିରକ୍ଷା ପାଇଁ ଜିଲ୍ଲା ପ୍ରଶାସନର ସହଯୋଗରେ ବ୍ୟାପକ ସଚେନତା କରିବାକୁ ସଭାପତି ଜଗନ୍ନାଥ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

 

Related posts

ଧର୍ମଗଡ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ପାଳନ

Sunil Chandra Nayak

ଗୋଳାମୁଣ୍ଡାଠାରେ ଜନକଲ୍ୟାଣ ସାମ୍ବାଦିକ ପକ୍ଷରୁ ପ୍ରେସ ଦିବସ ପାଳିତ

masiha

ଧର୍ମଗଡ ବ୍ଲକ ଅନ୍ତର୍ଗତ ଟିପିଗୁଡା ଉଚ୍ଚ ବିଦ୍ୟାପୀଠ ରେ ଭାଷା, ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ସମାରୋହରେ ପାଳିତ

masiha

Leave a Comment

error: Content is protected !!