ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସନ୍ତା ଅକ୍ଟୋବର ମାସ ୩ ତାରିଖରେ ଖଡ୍ଗ ଶୋଭାଯାତ୍ରା 

ଆସନ୍ତା ଅକ୍ଟୋବର ମାସ ୩ ତାରିଖରେ ଖଡ୍ଗ ଶୋଭାଯାତ୍ରା 

ରାଉରକେଲା: ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ତରଫରୁ ଆସନ୍ତା ଅକ୍ଟୋବର ମାସ ୩ ତାରିଖ ଦିନ ଦିବା ୯ ଘଟିକା ସମୟରେ ବାର ହାତ ଖଡ୍ଗ ଶୋଭାଯାତ୍ରା ବାହାରିବ ବୋଲି ଜଣାପଡିଛି। କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତା ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଆବାହକତ୍ୱରେ ରେ ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ଠାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଚଳିତ ବର୍ଷ ମାଦୁର୍ଗାଙ୍କ ପୂଜା ଅବସରରେ ଖଡ୍ଖ ଭବନ ଠାରେ ଖଡ୍ଗ ପୂଜା କରାଯିବ ବୋଲି ସ୍ଥିର କରାଯାଇଛି। ଆସନ୍ତା ୨୭ ତାରିଖରେ ପୂଜା ଆରମ୍ଭ କରାଯାଇ ଅକ୍ଟୋବର ମାସ ୩ ତାରିଖ ଦିନ ଖଡ୍ଗ ଶୋଭାଯାତ୍ରା ବାହାରିବ ବୋଲି ସ୍ଥିର କରାଯାଇଛି। ଆସନ୍ତା ଅକ୍ଟୋବର ୨ ତାରିଖରେ ବିଜୟା ଦଶମୀ ଓ ସୁଦଶା ବ୍ରତ ଏକାସାଙ୍ଗରେ ପଡୁଥିବାରୁ ଚଳିତ ବର୍ଷ ଏହାକୁ ଗୋଟିଏ ଦିନ ଘୁଞ୍ଚାଇ ୩ ତାରିଖ ଦିନ ଏହି ଚର୍ଚ୍ଚିତ ଶୋଭାଯାତ୍ରା କରାଯିବ। ସେହିପରି ଚଳିତବର୍ଷ ମହାସଭା ପ୍ରତି ସମର୍ପିତ କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବା ସହ ଖଣ୍ଡାୟତ କ୍ଷତ୍ରିୟ ଙ୍କ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ ସ୍ଥିର କରାଯାଇଛି। ଏହାସହ ଆନୁସାଙ୍ଗିକ ବିଷୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ କିଛି ନୂତନ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡିଛି। ସେହିପରି ଦ୍ବିତୀୟ ପ୍ରସ୍ତୁତି ବୈଠକ ଆସନ୍ତା ୨୧ ତାରିଖ ଦିନ ସନ୍ଧ୍ୟାରେ ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହେବ ସ୍ଥିର କରାଯାଇଛି। ତେବେ ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ନାରାୟଣ ଚନ୍ଦ୍ର ସାମଲ, ଚାନ୍ଦମଣି ବେହୁରା,ରବିନାରାୟଣ ପରିଡ଼ା,ସୁବ୍ରତ ମଲ୍ଲିକ, କୁଞ୍ଜବିହାରୀ ରାଉତ,ବିଭୁ ନାୟକ, ଉଗ୍ରସେନ ବିଶ୍ବାଳ, ନାରାୟଣ ମହାଳିକ, ମହେନ୍ଦ୍ର ପ୍ରସାଦ ମଲ୍ଲିକ, ବସନ୍ତ ଜେନା, ରଞ୍ଜନ କୁମାର ବିଶ୍ବାଳ, ପ୍ରଭାତ କୁମାର ବେହୁରା, ପ୍ରଭାତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

Cyclone & Hailstorm Devastates Bolangir: ExMP Niranjan Bishi Demands ₹20 Lakh Relief for each affected Farmers of Bolangir.

Sunil Chandra Nayak

କଳାହାଣ୍ଡିର ଲୋକ ମହୋତ୍ସବ ଘୁମୁରା ୨୦୨୪ ଉପଲକ୍ଷେ କଳାହାଣ୍ଡିରେ ଜମିଲା ରାହାଗିରି

masiha

ବରିଷ୍ଠ ଯାଦବ ସମାଜ ସଂଗଠକ ଜଗମୋହନ ଭୋଇ ଙ୍କ ପରଲୋକ

Leave a Comment

error: Content is protected !!