ଢେଙ୍କାନାଳ -: ଆଜି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନଂ୧୫ ଗସ୍ତ ରେ ଯାଇ ଆଲୁସିଂହ,ଶୀଙ୍କୋଳ, ନୂଆସାହି, କୁଆ ସାହି ଆଦି ଅଞ୍ଚଳ ର ଜନ ସାଧାରଣ, ବିଭିନ୍ନ ବର୍ଗ ର ମହିଳା ମାନଂକୁ ଭେଟି ସେମାନଙ୍କ ଅଭାବ ଅସୁବିଧା କୁ ପଚାରି ବୁଝିଥିଲେ । ତତ୍ ସହିତ ସେମାନଙ୍କ ର ରେସନ୍ କାର୍ଡ, ଘର, ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ମୌଳିକ ସମସ୍ୟା ବିଷୟ ରେ ପୁଙ୍ଖାନୁପଙ୍ଖ ଭାବେ ଆଲୋଚନା କରି ସେଗୁଡିକୁ ତୁରନ୍ତ ପଦକ୍ଷେପ ନେଇ କାର୍ଯ୍ୟକାରୀ କରିବାକୁ ତହସିଲଦାର ଶ୍ରୀଯୁକ୍ତ ସୁଶାନ୍ତ କୁମାର ମିଶ୍ର ଓ ଏନ୍ ଏ ସି ନିର୍ବାହୀ ଅଧିକାରୀ ଏନ୍ ଶ୍ରୀନିବାସ ଙ୍କୁ ପରାମର୍ଶ ଦେଇଥିଲେ ।ଏହି ଗସ୍ତ କାର୍ଯ୍ୟକ୍ରମ ରେ ହିନ୍ଦୋଳ ଆଇନ୍ ସାମୁଖ୍ୟ ସଭାପତି ଶ୍ରୀଯୁକ୍ତ ହିମାଂଶୁ ଭୂଷଣ ମିଶ୍ର, ବ୍ଲକ୍ ଉପାଧ୍ୟକ୍ଷ ବରୁଣ ସର, ଏନ୍ ଏ ସି ଅଧ୍ୟକ୍ଷ ଟୀମା ବେହେରା, ନଗର ସଭାପତି ଗୋବିନ୍ଦ ଚନ୍ଦ୍ର ବେହେରା, ଏନ୍ ଏ ସି ଯୁବ ବିଜେଡି ସଭାପତି ରୁଦ୍ର ନାରାୟଣ ପ୍ରସାଦ, ସଂଖ୍ୟା ଲଘୁ ସଭାପତି ଅବ୍ଦୁ ବକ୍କର, କାଉନସିଲର ପ୍ରଦ୍ୟୁମ୍ନ ବେହେରା, ରମେଶ ଚନ୍ଦ୍ର ବେହେରା ସମେତ ଅଞ୍ଚଳ ର ବହୁ ଜନସାଧାରଣ, ମହିଳା ଉପସ୍ଥିତ ହୋଇଥିଲେ।
ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍