ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଦୁଃଖି ଶ୍ୟାମ ମାଝୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଦୁଃଖି ଶ୍ୟାମ ମାଝୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ନର୍ଲା: ନର୍ଲା ବ୍ଳକ ଅନ୍ତର୍ଗତ ତୁଲାପଡା ଠାରେ ସୀତାରାମ ଫୁଟବଲ କ୍ଲବ କୁସୁମପଡା ଦ୍ଵାରା ଦୁଃଖି ଶ୍ୟାମ ମାଝୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଉଦଯାପିତ ହୋଇଛି। ଏଥିରେ କୁସୁମପଡା,ରାସ୍ତାମାଲ,ସିଉନୀ ଟିଟିଲାଗଡ଼, ଲାଞ୍ଜିଗଡ଼, ଟକର୍ଲା,ରଜାପଡା,ଚିଚ୍ଚର୍ଲା, ଭବାନୀପାଟଣା,ତୁଷୁରା ଗ୍ରାମର ଦଳ ଗୁଡିକ ଅଂଶ ଗ୍ରହଣ କରିଥିଲେ। ଫାଇନାଲରେ ଟକର୍ଲା ଓ ଚିଚ୍ଚର୍ଲା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ୩/୨ ଗୋଲରେ ଚିଚ୍ଚର୍ଲା ବିଜୟ ହୋଇ ୧୫ ହଜାର ଟଙ୍କା ଓ ଟ୍ରଫି ହାସଲ କରିଥିଲା। ଦ୍ଵିତୀୟ ବିଜେତା ଦଳ ଟକର୍ଲା ୧୦ ହଜାର ଟଙ୍କା ସହ ଟ୍ରଫି ପ୍ରାପ୍ତ କରିଥିଲା।ଖେଳ ପରିଚାଳନାରେ ସନ୍ତୋଷାନନ୍ଦ ନାଏକ,ଲାଇନ ସହଯୋଗୀ ଭାବେ ଶ୍ରବଣ ବାଗ, ସୁରେଶ ନାଏକ, ମ୍ୟାଚ ରେଫରୀ ନାରାୟଣ ପ୍ରଧାନ,ଫୋର୍ଥ ଏମ୍ପୟର ମକୁନ୍ଦ ନାଏକ ସହଯୋଗ ପ୍ରଦାନ କରିଥିଲେ। ଖେଳରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଳକ ବିଜେଡି ସଭାପତି ନିଳମଣୀ ସାହୁ, ସମ୍ମାନିତ ଅତିଥି ରୂପେ ରେଞ୍ଜର ଲକ୍ଷପତି ମହାନନ୍ଦ, ମନମୋହନ ନାଏକ,ବିଦୁର ନାଏକ,ନଉକା ମାଝୀ ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।ପପୁ ମାଝୀ ଫାଇନାଳର ସର୍ବଶ୍ରେଷ୍ଠ ଖେଳାଳି ଓ ଟୁର୍ଣ୍ଣାମେଣ୍ଟର ଭଲ ଖେଳାଲି ଭାବେ ରମେଶ ମାଝୀ ପ୍ରଶଂସିତ ହୋଇଥିଲେ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଓଡିଶା ଷ୍ଟେଟ ବ୍ଯାଡମିନ୍ଟନ ମାଷ୍ଟର୍ ରାଙ୍କିଙ୍ଗ ଟୁର୍ନାମେଣ୍ଟ ଜୁନାଗଡର ସମୀର ସାହୁ ଚାମ୍ପିଅନ୍

masiha

ଦଶହରା କପ୍ ରାତ୍ର କାଳୀନ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ରେ ତିନୋଟି ଦଳର ପ୍ରଦର୍ଶନ l ଉମରି ଦଳ ଚମ୍ପିୟାନ

Sunil Chandra Nayak

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ଉପଲକ୍ଷେ ମହୁଲପାଟଣା ଠାରେ ଜିଲ୍ଲା ସ୍ତରୀୟ ନୌକା ଚାଳନା ଓ ତୀର ଚାଳନା ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!