ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲ୍ମିକୀ ଜୟନ୍ତୀ ସମାରୋହ

ବାଲ୍ମିକୀ ଜୟନ୍ତୀ ସମାରୋହ

 ରାଉରକେଲା: କୋଏଲ ନଗର ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ଓ ବାବା ଆଖଣ୍ଡଳମଣି ମନ୍ଦିର ଟ୍ରଷ୍ଟ ଆୟୋଜିତ ବାଲ୍ମୀକି ଜୟନ୍ତୀ ସମାରୋହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାନବବାଦର ମହାକାବ୍ୟ: ରାମାୟଣ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଗାଳ୍ପିକା ତଥା କବୀ ଧରିତ୍ରୀ ପାଇକରାୟ ସାରସ୍ଵତ ସନ୍ଧ୍ୟା କୁ ସ୍ବାଗତ କରିଥିବା ବେଳେ ସଂସ୍କୃତ ପଣ୍ଡିତ ସୁରେଶ ଚନ୍ଦ୍ର ମହାନ୍ତି ବାଲ୍ମିକୀ ରାମାୟଣର ଶ୍ଳୋକ ଆବୃତ୍ତି କରିଥିଲେ। ଶିକ୍ଷାବିତ ତଥା ସମାଜସେବୀ ଗୋଦାବରୀଶ ଶତପଥୀ ସଭାପତିତ୍ବ ଅଭିଭାଷଣ ରଖିଥିବାବେଳେ କବି ତ୍ରିଲୋଚନ ସ୍ବାଇଁ ଅତିଥିମାନଙ୍କ ପରିଚୟ ପ୍ରଦାନ ଏବଂ ପ୍ରାକ୍ ଭାଷଣ ରଖିଥିଲେ। ଛାତ୍ର ସାହିଲ ପ୍ରଧାନ ଭିତ୍ତି ପ୍ରବନ୍ଧ ପାଠ କରିଥିଲାବେଳେ ବିଷୟ ବିଶେଷଜ୍ଞ ଭାବେ ଶିକ୍ଷୟିତ୍ରୀ ନିରୁପମା ପତି ଓ ଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ,ବିଶିଷ୍ଟ ଶିକ୍ଷାବିତ୍ ତଥା ମାନନୀୟ ସଂଘ ଚାଳକ: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ଓଡ଼ିଶା ପଶ୍ଚିମର ଡ ସନାତନ ପ୍ରଧାନ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ। ଡିଭାଇନ ଲାଇଫ୍, ଛେଣ୍ଡ ର ସଭାପତି ଇଂ ସୁଶୀଳ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି ଆଲୋଚନା ସମସ୍ତଙ୍କ ପାଇଁ ଉପଯୋଗୀ ହେବ ବୋଲି ମତ ରଖିଥିଲେ । ଶେଷରେ ସଂଯୋଜିକା ତଥା କବୀ ଅଳକା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମନ୍ଦିର ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ଓ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗଦେଇ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚିତାବାଘ ଆକ୍ରମଣରେ ଯୁବକ ଗୁରୁତର

Sunil Chandra Nayak

୮୫ ବର୍ଷୀୟ ବୃଦ୍ଧକୁ ଚାଉଳ କେନ୍ଦ୍ରକୁ ରିକ୍ସା ରେ ବୋହି ଆଣିଲେ ସମ୍ପର୍କୀୟ 

masiha

କଳାହାଣ୍ଡି ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ପାଳିତ ହେଲା ମହାବିଦ୍ୟାଳୟର ପ୍ରଥମ ‘ଗ୍ରାଜୁଏସନ୍ ଦିବସ’

masiha

Leave a Comment

error: Content is protected !!