ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏବିଇଓ ରୋହିତ କୁମାର ରଣାଙ୍କ ଅବସରଗ୍ରହଣ

ଏବିଇଓ ରୋହିତ କୁମାର ରଣାଙ୍କ ଅବସରଗ୍ରହଣ

କର୍ଲାମୁଣ୍ଡା, (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅନ୍ତର୍ଗତ କଅଁସିଲ ସରକାରୀ ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରୋହିତ କୁମାର ରଣା ଶିକ୍ଷକତାରୁ ଅବସର ଗ୍ରହଣ କରିଛନ୍ତି I କଅଁସିଲ ସ୍କୁଲରେ ଛାତ୍ରଛାତ୍ରୀ, କମିଟି ଓ ଗ୍ରାମବାସୀ ପକ୍ଷରୁ ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା I ତାଙ୍କୁ ଶୋଭାଯାତ୍ରାରେ ରିଷିଡା ସ୍ଥିତ ବାସଭବନ କୁ ଅଣାଯିବା ପରେ ସେଠାରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ, ମାଧ୍ୟମିକ ଶିକ୍ଷକ ସଂଘ, ଶୁଭେଚ୍ଛୁ ପରିବାର ବର୍ଗ ଭବ୍ୟ ସ୍ୱାଗତ ଜଣାଇଥିଲେ I ଗୋଷ୍ଠୀ ଶିକ୍ଷାଧିକାରୀ ବାଞ୍ଛାନିଧି ପଣ୍ଡା, ଏବିଇଓ ଗୋପମଣି ସାହୁ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅନ୍ତର୍ଯ୍ୟାମୀ ମଲ୍ଲିକ, ସଂପାଦକ ସଞ୍ଜୟ କୁମାର ଦାସ, ଶିକ୍ଷକ କୁମାର ତରୁଣ ଗହୀର, ତେରେସିଂହା ହାଇସ୍କୁଲ ପ୍ରଧାନ ଶିକ୍ଷକ ଗରୁଡ଼ଧ୍ୱଜ ଗହୀର, ବିଭୁତିଭୂଷଣ ସେଠ, ଅଭିମନ୍ୟୁ ରଣା, ପ୍ରତାପ ପଧାନ, ତରୁଣ ଭୋଇ, ନବୀନ ସାହୁ, ଦୁଷ୍ମନ୍ତ ଲେଙ୍କା, ରିଷିଡା ସରପଞ୍ଚ ସେବତୀ ରଣା, ପ୍ରେସକ୍ଲବ ସଭାପତି ନରୋତ୍ତମ ସେଲମା ସମେତ ଅନ୍ୟମାନେ ଉପସ୍ଥିତ ଥିଲେ I ପ୍ରକାଶଥାଉକି ଶ୍ରୀ ରଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ପୂର୍ବତନ ସଭାପତି ଅଟନ୍ତି I ସେ ଜଣେ ଛାତ୍ର ବତ୍ସଳ ସୁସଂଗଠକ ଭାବେ ସୁପରିଚିତ ଅଟନ୍ତି I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ରାଜମିସ୍ତ୍ରୀ ସଂଘର ସାଧାରଣ ବୈଠକ 

Sunil Chandra Nayak

ନେସ୍କୋ ସାଧାରଣ ସଂପାଦକ ତାରାକାନ୍ତ ପଟନାୟକଙ୍କ ବିୟୋଗରେ ଶୋକସଭା

Sunil Chandra Nayak

ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଭାଗ ନେବେ ଶିଳ୍ପୀ ଓମ ପ୍ରକାଶ ସାହୁ

Sunil Chandra Nayak

Leave a Comment

error: Content is protected !!