ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏବିଇଓ ରୋହିତ କୁମାର ରଣାଙ୍କ ଅବସରଗ୍ରହଣ

ଏବିଇଓ ରୋହିତ କୁମାର ରଣାଙ୍କ ଅବସରଗ୍ରହଣ

କର୍ଲାମୁଣ୍ଡା, (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅନ୍ତର୍ଗତ କଅଁସିଲ ସରକାରୀ ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରୋହିତ କୁମାର ରଣା ଶିକ୍ଷକତାରୁ ଅବସର ଗ୍ରହଣ କରିଛନ୍ତି I କଅଁସିଲ ସ୍କୁଲରେ ଛାତ୍ରଛାତ୍ରୀ, କମିଟି ଓ ଗ୍ରାମବାସୀ ପକ୍ଷରୁ ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା I ତାଙ୍କୁ ଶୋଭାଯାତ୍ରାରେ ରିଷିଡା ସ୍ଥିତ ବାସଭବନ କୁ ଅଣାଯିବା ପରେ ସେଠାରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ, ମାଧ୍ୟମିକ ଶିକ୍ଷକ ସଂଘ, ଶୁଭେଚ୍ଛୁ ପରିବାର ବର୍ଗ ଭବ୍ୟ ସ୍ୱାଗତ ଜଣାଇଥିଲେ I ଗୋଷ୍ଠୀ ଶିକ୍ଷାଧିକାରୀ ବାଞ୍ଛାନିଧି ପଣ୍ଡା, ଏବିଇଓ ଗୋପମଣି ସାହୁ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅନ୍ତର୍ଯ୍ୟାମୀ ମଲ୍ଲିକ, ସଂପାଦକ ସଞ୍ଜୟ କୁମାର ଦାସ, ଶିକ୍ଷକ କୁମାର ତରୁଣ ଗହୀର, ତେରେସିଂହା ହାଇସ୍କୁଲ ପ୍ରଧାନ ଶିକ୍ଷକ ଗରୁଡ଼ଧ୍ୱଜ ଗହୀର, ବିଭୁତିଭୂଷଣ ସେଠ, ଅଭିମନ୍ୟୁ ରଣା, ପ୍ରତାପ ପଧାନ, ତରୁଣ ଭୋଇ, ନବୀନ ସାହୁ, ଦୁଷ୍ମନ୍ତ ଲେଙ୍କା, ରିଷିଡା ସରପଞ୍ଚ ସେବତୀ ରଣା, ପ୍ରେସକ୍ଲବ ସଭାପତି ନରୋତ୍ତମ ସେଲମା ସମେତ ଅନ୍ୟମାନେ ଉପସ୍ଥିତ ଥିଲେ I ପ୍ରକାଶଥାଉକି ଶ୍ରୀ ରଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ପୂର୍ବତନ ସଭାପତି ଅଟନ୍ତି I ସେ ଜଣେ ଛାତ୍ର ବତ୍ସଳ ସୁସଂଗଠକ ଭାବେ ସୁପରିଚିତ ଅଟନ୍ତି I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଧର୍ମଗଡ ପଞ୍ଚାୟତ ସମିତି ବୈଠକ: ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ କୁ ବିରୋଧ

Sunil Chandra Nayak

କଲ୍ୟାଣସିଂହପୁର ପ୍ରେସ୍ କ୍ଳବ ର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

କୁଆଁରମୁଣ୍ଡା ବନାଞ୍ଚଳରେ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!