ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓରାମ ସମାଜର ଜାଗୃତି ଓ ହିତାର୍ଥେ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

ଓରାମ ସମାଜର ଜାଗୃତି ଓ ହିତାର୍ଥେ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

ରାଉରକେଲା: ପାଦା ପାଡହା, ଓଡ଼ିଶା ଓ ଓରାମ ସାଂସ୍କୃତିକ ସମାଜ, ଓଡ଼ିଶା ମିଳିତ ଆନୁକୂଲ୍ୟରେ ଲାଠିକଟା ର ବଲାନୀ ଡାଡ଼ା ପାଡ଼ହା ନାଇନୀ ଟୁଙ୍ଗୁରୀର ବାବା ଭିଖରାମ ଭଗତ ମେମୋରିଆଲ ହଲରେ ଓରାମ ସମାଜର ତୃତୀୟ ଦିନର ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିରରେ ବେଲ ପାଦା ପାଡହା, ଓଡ଼ିଶା ସଭାପତି ମାଙ୍ଗେ ଏକ୍କା , ଓରାମ ସାଂସ୍କୃତିକ ସମାଜ ସଭାପତି ସୁଶ୍ରୀ ସୁକେଶୀ ଓରାମଙ୍କ ଦ୍ୱାରା ଶୁଭାରମ୍ଭ କରା ଯାଇଥିଲା । ଉକ୍ତ ପ୍ରଶିକ୍ଷଣ ଶିବିରରେ ଓରାମ ସମାଜର ପାରମ୍ପରିକ ରୀତି ନୀତି, ସାଂସ୍କୃତିକ, , ସାମାଜିକ, ଧାର୍ମିକ, ନ୍ୟାୟିକ, ପାଡହା ବ୍ୟବସ୍ଥା ଉପରେ ପ୍ରଶିକ୍ଷଣ ଦିଆ ଯାଇଥିଲା। ଏହି ପ୍ରଶିକ୍ଷଣ ବର୍ଗରେ ପ୍ରଶିକ୍ଷକ ଲକ୍ଷ୍ମଣ ତିର୍କୀ – କାହତୋ ପାଦା ପାଡହା, ରାଜେଶ ଲାକ୍ରା – ଦେୱାନ ସାତଜୁରିଆ ଡାଡା ପାହାଡ଼, ବସନ୍ତ ଏକ୍କା – ଦେଵାନ୍ କୁଆରମୁଣ୍ଡାମୁଳୀ ପାଡହା, ପାର୍ଣ୍ଣା ଟପୋ – ପୂର୍ବତନ ବେଲ ବଲାଣି ଡାଡ଼ା ପାଡହା , ରାଢ଼ିଆ ମିଞ୍ଜ – ଦେଵାନ୍ କାତେପୂର୍ ଡାଡ଼ା ପାଡହା, ଝିରଗା ଓରାମ – ପୂର୍ବତନ ବେଲ ବଲାଣି ଡାଡ଼ା ପାଡହା, ଦାମୂ ତିର୍କୀ – ସମାଜ ସେବୀ ରାଉରକେଲା, ମଧୁସ୍ମିତା ଓରାମ – ଅଧ୍ୟକ୍ଷା ରାନୀ ସିନଗିଦାଇ ଡାଡ଼ା ପାଡହା, ଓଡ଼ିଶା ଉପସ୍ଥିତ ପ୍ରଶିକ୍ଷାର୍ଥଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚନ ଓରାମ, କଳାକୃଷ୍ଣ ଓରାମ, ବାଲକୁ ବାର୍ଲା, ବଣାଇ ମୂଲି ପାଡହା ବେଲ – ଗୋପୀ ଓରାମ,, ଦେଵାନ୍ – ଜୟରାମ ଓରାମ, ପାତ୍ରାସ ଓରାମ, ବଣେଇ ମୁଳି ପଡ଼ହାର ୧୬ ଗୋଟି ଡାଡ଼ା ପାଡହା ଏବଂ ୬୦ ଗୋଟି ଆଡ଼ଖା ପାଡହାର ପ୍ରାୟ ୩୦୦ ରୁ ଉର୍ଦ୍ଧ ପ୍ରଶିକ୍ଷାର୍ଥୀ ଯୋଗଦାନ କରିଥିଲେ। ବନ୍ଦନା ଟପ୍ପୋ ଏହି କର୍ମଶାଳାର ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନରେନ୍ଦ୍ର ଭୋଇ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟର, ଫାଇନାଲରେ ଯୋଗଦେଲେ ବହୁଜନ ସଂଗ୍ରାମ ସମିତି ସଭାପତି ରଂଜନ ଜାଲ

masiha

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ର ନବ ମନୋନୀତ କର୍ମକର୍ତ୍ତା ସମ୍ବର୍ଦ୍ଧିତ

ଜଳେଶ୍ଵରରେ ଆର୍ନ୍ତଜାତୀୟ ପ୍ରତିମୂର୍ତ୍ତି ସଫେଇ ତଥା ସଂରକ୍ଷଣ ଦିବସ ପାଳନ: ଅଂଶ ଗ୍ରହଣ କଲେ ୧୨ ସଂଗଠନର କର୍ମକର୍ତ୍ତା ଓ ପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!