ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁରକ୍ଷିତ ହେବ ବସ୍ ସେବା,ଖୋଲିବ ଜରୁରୀ ଗେଟ୍ ରହିବ ଅଗ୍ନି ନିର୍ବାପକଯନ୍ତ୍ର 

ସୁରକ୍ଷିତ ହେବ ବସ୍ ସେବା,ଖୋଲିବ ଜରୁରୀ ଗେଟ୍ ରହିବ ଅଗ୍ନି ନିର୍ବାପକଯନ୍ତ୍ର 

ଢେ଼ଙ୍କାନାଳ (ମନିସ)11/11/25 — ସକାଳ ହେଲେ କିଏ ଡାକ୍ତରଖାନା,ଚାକିରି ସ୍ଥଳ ତ ଆଉ କିଏ ବନ୍ଧୁଘରକୁ ଯିବାକୁ ବସ୍ ଧରୁଛନ୍ତି । ଦୂର ବାଟ ପାଇଁ ରାତିକାଳୀନ ବସ୍‌ରେ ଶୋଇ ଯାତ୍ରା କରୁଛନ୍ତି । ହେଲେ ବସ୍ ଯାତ୍ରା ସମୟର ସୁରକ୍ଷା ବ୍ୟବସ୍ଥା ଅଣଦେଖାରେ ଚାଲିଛି । କୌଣସି ଦୁର୍ଘଟଣା ବା ଅଘଟଣ ଘଟିଲେ ଜରୁରୀକାଳୀନ ଗେଟ୍ ରହିଥିଲେ ବି ତାହା ଖୋଲୁ ନାହିଁ । ଅଗ୍ନି ନିର୍ବାପକ ଯନ୍ତ୍ର ମଧ୍ୟ ରଖାଯାଉନାହିଁ । ଲୋକଙ୍କ ଜୀବନକୁ ପଛକରି ଅସୁରକ୍ଷିତ ଭାବେ ବସସେବା ଚାଲିଛି I ଢେଙ୍କାନାଳରେ ମଧ୍ୟ ଏହିପରି ସଚେତନ କରାଇଲା ଅଗ୍ନିଶମ,ଆର୍‌ଟିଓ,ପଦକ୍ଷେପ ନନେଲେ କାର୍ଯ୍ୟାନୁଷ୍ଠାନ ପରେ ଅସୁରକ୍ଷିତ ଭାବେ ବସ୍‌ସେବା ଚାଲିଥିବା ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଚେତାପଶିଛି । ସଚେତନତା ଆରମ୍ଭ ହୋଇଛି । ବନ୍ଦ ରହୁଥିବା ଜରୁରୀ ଗେଟ୍ ଖୋଲିବା ଓ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବାକୁ ଗୁରୁତ୍ବ ଦିଆଯାଇଛି । ପଦକ୍ଷେପ ନନେଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି । ଶନିବାର ପୂର୍ବାହ୍ନରେ ଢେଙ୍କାନାଳ ବସ୍ ଷ୍ଟାଣ୍ଡରେ ଆଞ୍ଚଳିକ ପରିବ‌ହନ କାର୍ଯ୍ୟାଳୟ( ଆର୍‌ଟିଓ) ଓ ଅଗ୍ନିଶମ ବାହିନୀ ପକ୍ଷରୁ ବସ୍ ସେବାକୁ ସୁରକ୍ଷିତ କରି କରିବା ଉପରେ ସଚେତନତା କରାଯାଇଛି । ଆୟୋଜିତ ବୈଠକରେ ଆରଟିଓ ଶିବାଶିଷ ସାହୁ,ଜିଲ୍ଲା ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଧଳ,ଅତିରିକ୍ତ ଆରଟିଓ ସାର୍ଥକ ଦତ୍ତ ପ୍ରମୁଖ ଯୋଗଦେଇ ଏ ସମ୍ପର୍କରେ ଅବଗତ କରାଇଥିଲେ । ବସ୍ ଯାତ୍ରା ବେଳେ କୌଣସି ଦୁର୍ଘଟଣା ଘଟିଲେ ବସ୍‌ର ପଛ ପାର୍ଶ୍ଵରେ ଏକ ବସ୍ ସେବା ରହିବ ଅଗ୍ନି ନିର୍ବାପକ ଯନ୍ତ୍ର ଜରୁରୀ ଗେଟ୍ ରହିଛି । ତାହାକୁ ଜୋର୍‌ରେ ଠେଲିଲେ ବା ଖୋଲି ଯାତ୍ରୀ ବାହାରକୁ ବାହାରି ପାରିବେ । ଉକ୍ତ ସ୍ଥାନରେ କୌଣସି ସିଟ୍ ପଡ଼ିପାରିବ ନାହିଁ । ଯାହାକୁ ଅଣଦେଖା କରି ଉକ୍ତ ଗେଟ୍ ତୁରନ୍ତ ଖୋଲିବାର ବ୍ୟବସ୍ଥା କରାଯାଉନାହିଁ । ଉକ୍ତ ଗେଟ୍ ପାଖରେ ସିଟ୍ ପକାଇ ଦିଆଯାଉଛି । ତାହା କାଟିବାକୁ କୁହାଯାଇଛି । ମାତ୍ର ୩ଟି ବସ୍‌ରେ ଏହି ସ୍ଥାନ ଖାଲି ଥିବା ଦେଖାଯାଇଥିବା ବେଳେ ଅନେକ ବସ୍‌ରେ ନଥିବା ଦେଖାଯାଇଥିବା ଅଗ୍ନିଶମ ଅଧିକାରୀ ଶ୍ରୀ ଧଳ କହିଛନ୍ତି । ସେହିଭଳି ଯଦି ଗେଟ୍ ନଖୋଲେ ଦେବେ କାଚ ଭାଙ୍ଗି ଲୋକେ ବାହାରି ପାରିବେ । ସେଥିପାଇଁ ହାତୁଡ଼ି ରଖିବାର ନିୟମ ରହିଛି । ଲୋକେ ଅବଗତ ହେବା ଭଳି ସ୍ଥାନରେ ତାହା ରଖିବାକୁ କୁହାଯାଇଛି । ଏହାସହ ଅଗ୍ନିନିର୍ବାପକ ଯନ୍ତ୍ର ରଖିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ତାହା ଅନେକ ମାନୁ ନାହାନ୍ତି । ଏହା ରଖିବା ସହ ଡ୍ରାଇଭର,କଣ୍ଡକ୍ଟର,ହେଲପରମାନେ ଏହାର ବ୍ୟବହାର ଜାଣିବା ଉଚିତ୍ । ଏହାସହ ବସ୍‌ର ସିଟ୍ ଆଦି ତିଆରି ପାଇଁ ବିଶେଷ ସାମଗ୍ରୀ ରହିଛି । ଯାହା ନିଆଁ ଲାଗିଲେ ମଧ୍ୟ ତାହା ଅଧିକ ଧୂଆଁ ହେବ ନାହିଁ । ଫଳରେ ଲୋକେ ନିରାପଦରେ ବାହାରକୁ ବାହାରି ପାରିବେ । ସେସବୁ ପ୍ରତି ଦୃଷ୍ଟି ଦେବାକୁ ସଚେତନ କରାଯାଇଛି । କିଭଳି ଜରୁରୀ ଗେଟ୍ ଖୋଲିବ,କିଭଳି ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର ହୋଇପାରିବ ତାହା ଶିଖା ଯାଇଥିଲା। ବସ୍ ମାଲିକ ସଂଘର କର୍ମକର୍ତ୍ତା,ଡ୍ରାଇଭର,କଣ୍ଡକ୍ଟର,ହେଲପର,ଆମ ବସ୍ ସେବାର କର୍ମଚାରୀ,ଯାତ୍ରୀ ପ୍ରମୁଖଙ୍କୁ ଏଥିରେ ସାମିଲ କରାଯାଇଥିଲା । ଏସବୁ ଦିଗ ପ୍ରତି ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ କୁହାଯାଇଛି । କିଛି ଦିନ ମଧ୍ୟରେ ଯଦି ତାହା ନ କରାଯାଏ ତେବେ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆରଟିଓ ଶ୍ରୀ ସାହୁ କହିଛନ୍ତି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜିଲ୍ଲାପାଳଙ୍କ ନୂତନ ପରିକଳ୍ପନା ଓ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଅଭିନବ ପ୍ରୟାସ ରେ ସରକାରୀ କର୍ମଚାରୀ ଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର

Sunil Chandra Nayak

କେଗାଁଗ୍ରାମ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

Sunil Chandra Nayak

ବେସାହାରା ବୃଦ୍ଧା ଙ୍କୁ ଆଶ୍ରୟ ଦେଲେ ଦାସୀଗାଁ ରାଜସ୍ବ ନିରୀକ୍ଷକ

Sunil Chandra Nayak

Leave a Comment

error: Content is protected !!