ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରାପଡ଼ା ସଦର ଥାନା ପକ୍ଷରୁ ଚକ୍ରୋଡା ଗ୍ରାମ ପଞ୍ଚାୟତରେ ସାଇବର ସୁରକ୍ଷା ସଚେତନତା

କେନ୍ଦ୍ରାପଡ଼ା ସଦର ଥାନା ପକ୍ଷରୁ ଚକ୍ରୋଡା ଗ୍ରାମ ପଞ୍ଚାୟତରେ ସାଇବର ସୁରକ୍ଷା ସଚେତନତା

କେନ୍ଦ୍ରାପଡ଼ା : ତା 10/11/25(ମସିହା ନିୟୁଜ ) କେନ୍ଦ୍ରାପଡ଼ା ସଦର ଥାନା ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚକ୍ରୋଡା ପଞ୍ଚାୟତ ଅନ୍ତର୍ଗତ ତାରାପୁର ସାରଳା ମନ୍ଦିର ସମୁଖରେ ସରପଞ୍ଚ ତନୁଜା ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଯାଇଛି। ଏହି ସଚେତନତା ସଭାରେ ସଡିପିଓ ଜ୍ୟୋତିରଞ୍ଜନ ଗୌଡ଼ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ୨୦୧୦ମସିହାରେ ଇଣ୍ଟରନେଟ ସେବା ଆରମ୍ଭ ହେଲା । ଇଣ୍ଟରନେଟ ପ୍ରୋଭାଇଡର ଗୁଡିକ ୫ଜି ସେବା ଆରମ୍ଭ କରିବା ପରେ ଫୋନପେ, ଗୁଗୁଲପେ, ୟୁପିଆଇ ଭଳି ଅର୍ଥ ଉଠାଣର ସୁବିଧା ସ୍ମାର୍ଟ ଫୋନ ଗୁଡିକରେ ବହୁଳମାତ୍ରାରେ ଚାଲିଲା। ଲୋକମାନେ କିଛି ନବୁଝି ନଭାବି ଓ ଚିନ୍ତା ନକରି ସନ୍ଦିଗ୍ଧ ଲିଙ୍କ ଓ ସନେ୍‌ଦହଯୁକ୍ତ ଆପ୍ ବ୍ୟବହାର କରିବା ସହିତ ନିଜ ମୋବାଇଲକୁ ଆସିଥିବା ଓଟିପି, ନିଜ ଇ-ମେଲ, ଇନଷ୍ଟାଗ୍ରାମ ଓ ଫେସବୁକର ପାସୱାର୍ଡ ସହିତ ବ୍ୟାଙ୍କ ଏଟିଏମର ପିନ ପ୍ରଭୃତି ଅଜଣା ଅଚିହ୍ନା ଲୋକଙ୍କୁ ଦେଇଦେଲେ। ଫଳରେ ସାଇବର ଅପରାଧୀମାନେ ଏହାର ସୁଯୋଗ ନେଇ ଲୋକମାନଙ୍କୁ ଲୁଟିବା ଆରମ୍ଭ କରିଦେଲେ। ଆଜିର ଦିନରେ କମ୍ପ୍ୟୁଟର, ଲାପଟପ ଓ ମୋବାଇଲର ବ୍ୟବହାର ଅତ୍ୟନ୍ତ ଆବଶ୍ୟକ ହୋଇପଡିଥିବା ବେଳେ ଆମକୁ ଅତ୍ୟନ୍ତ ସତର୍କତାର ସହ ଏସବୁର ବ୍ୟବହାର କରିବାକୁ ପଡିବ। ଏଥିସହିତ ସାଇବର ଅପରାଧର ଶୀକାର ହେଲେ ତୁରନ୍ତ ହେଲ୍ପଲାଇନ ନମ୍ବର-୧୯୩୦କୁ ଯୋଗାଯୋଗ କରିବା ସହିତ ସ୍ଥାନୀୟ ଥାନାରେ ସଙ୍ଗେ ସଙ୍ଗେ ଅଭିଯୋଗ କରିବାକୁ ଶ୍ରୀ ଗୌଡ଼ କହିଥିଲେ। ଏହି ଅବସରରେ ଡିଏସପି ସରୋଜକାନ୍ତ ସାହୁ,ଥାନା ଅଧିକାରୀ ଶୁବେନ୍ଦୁ କୁମାର ସାହୁ, ଇନସପେକ୍ଟର ବିଶ୍ୱଭୂଷଣ ସାହାଣୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାଇବର ଅପରାଧ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସାଇବର ଠକାଇ ସମ୍ପର୍କରେ ଏକ ସଚେତନତା ନାଟକ ଅନୁଷ୍ଠିତ ହୋଇଥିଲା। ଏଏସଆଇ ଶିବରାମ ସ୍ୱାଇଁ, ସୁସ୍ମିତା ରାଉତଙ୍କ ସହ ସଦର ଥାନା କର୍ମଚାରୀ ସହଯୋଗ କରିଥିଲେ। ପରିଶେଷରେ ସମାଜସେବୀ ନିରଞ୍ଜନ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି

ସମୀର କୁମାର ପ୍ରଧାନ ଙ୍କ ସହ ରାଜନଗର ରୁ ସୁବ୍ରତ ରାଉତ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ଦ୍ୱିତୀୟ ବାର୍ଷିକୋତ୍ସବ

Sunil Chandra Nayak

ଚତୁର୍ଥ ସ୍ତମ୍ଭର ମହାପ୍ରଭାବ : ଖବର ବାଜିଲା ପରେ ପହଁଚିଲା ଭରଷା ପରିବାର 

ମ.ରାମପୁର ବନାଞ୍ଚଳ :ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!