ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇସମିଲ ର ପ୍ରଦୂଷଣ ଯୋଗୁଁ ଘନା ସଂରକ୍ଷିତ ଜଙ୍ଗଲର ଜୈବବିଭିଦତା ବିପନ୍ନ ମୁହାଁ, ବନ୍ୟପ୍ରାଣୀ ପ୍ରଭାବିତ

ଜୁନାଗଡ଼,,୦୮/୦୯(ମ ନି ସ) କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ଯୋଗୁଁ ଧାନର ଉତ୍ପାଦନ ବଢିଛି। ଦ୍ଵିଫସଲି ଯୋଗୁଁ ଧାନଚାଷ ଓ ଅମଳ ବୃଦ୍ଧିକୁ ଦୃଷ୍ଟିରେ ରଖି, ରାଇସମିଲ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।ରାଇସମିଲ ସଂଖ୍ୟା ବୃଦ୍ଧି ପାଉଥିଲେହେଁ, ରାଇସମିଲ ଗୁଡିକର ପରିଚାଳନାଗତ ତ୍ରୁଟି ଯୋଗୁଁ ପରିବେଶ ପ୍ରଦୂଷଣ ହେବା ସହ, ଏହାର କୁଫଳ ଜନସାଧାରଣଙ୍କୁ ଭୋଗିବାକୁ ପଡୁଛି । ଜାତୀୟ ଗ୍ରୀନ ଟ୍ରିବୁନାଲ, ରାଜ୍ୟ ପ୍ରଦୂଷଣ ବୋର୍ଡ, ଜଙ୍ଗଲ ବିଭାଗ, ଯୋଗାଣ ବିଭାଗ, ଜିଲ୍ଲା ପ୍ରଶାସନର ନୀତିନିୟମକୁ ଫୁ କରି ଅନେକ ରାଇସମିଲ ନିୟମକୁ ଖୋଲାଖୋଲି ଉଲଘଂନ କରାଯାଉଛି।ଧାନ କିଣାଠାରୁ ଚାଉଳ ଯୋଗାଣ ପର୍ଯ୍ୟନ୍ତ ମିଲ ମାଲିକ ମାନଙ୍କ ଏକଛତ୍ରବାଦ ନୀତି କାହାକୁ ଅଛପା ନାହିଁ।ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଘନା ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଛି ରବିନ୍ ଫୁଡ୍ ରାଇସ ମିଲ। ଜାତୀୟରାଜପଥ ରୁ ବନମାଲିପୁର ବକ୍ସିତୁଳସିପାଲି ରାସ୍ତା ନିକଟରେ ଥିବା ଏହି ରାଇସମିଲର ପାଉଁଶ ଉଡିବା ଯୋଗୁଁ ଅନେକ ସମୟରେ ଯାତାୟାତ କରୁଥିବା ଲୋକଙ୍କ ଆଖିରେ ପଡି ହଇରାଣ ହେଉଛନ୍ତି।ରାଇସମିଲରୁ ଉଦବୃତ୍ତ ମଇଳାପାଣି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିଛି।ନିକଟରେ ସଂରକ୍ଷିତ ଜଙ୍ଗଲ ରହି ଥିବାରୁ ବନ୍ୟପ୍ରାଣୀ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।ଏହାକୁ ନେଇ ପରିବେଶଵିତ ଓ ବନ୍ୟପ୍ରାଣୀ ପ୍ରେମୀ ଗଭୀର ଉଦବେଗ ପ୍ରକାଶ କରୁଛନ୍ତି।ପରିବେଶ ପ୍ରଦୂଷଣ ରୋକିବା ଦିଗରେ ଏହି ରାଇସମିଲ ଠୋସ ପଦକ୍ଷେପ ନେଉନଥିବା ଦେଖାଯାଉଛି ।ଏପରିକି ଏଟିପି ରହିଥିଲେ ମଧ୍ୟ ଏହା ଠିକ ରୂପେ କାର୍ଯ୍ୟକାରୀ ହେଉନଥିବା ଦେଖିବାକୁ ମିଳୁଛି ।ଜାତୀୟ ଗ୍ରୀନ ଟ୍ରିବୁନାଲ, ରାଜ୍ୟ ପ୍ରଦୂଷଣ ବୋର୍ଡ,ଜିଲ୍ଲା ପ୍ରଶାସନ, ଜଙ୍ଗଲ ଓ ପରିବେଶ ବିଭାଗ, ଯୋଗାଣ ବିଭାଗ ସଠିକ ଅନୁଧ୍ୟାନକରି ରବିନ୍ ଫୁଡ୍ ରାଇସମିଲ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସର୍ବସାଧାରଣରେ ଦାବି ହେଉଛି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ଉତ୍କଳ ପ୍ରତିଭା ସମ୍ମାନ ସମାରୋହ ଆୟୋଜିତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସାଧବ ବୋହୂ

Sunil Chandra Nayak

ନନ୍ଦାହାଣ୍ଡି ରେ ଭାଲୁ ଆତଙ୍କ – ଦୁଇଟି ଛେଳିକୁ ଜୀବନ୍ତ ଖାଇଗଲା ଭାଲୁ

Sunil Chandra Nayak

Leave a Comment

error: Content is protected !!