ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ଅଧ୍ୟକ୍ଷଙ୍କ ସହାୟତାରେ ଗାଁକୁ ଫେରିଲା ମୃତ ଶରୀର

ବ୍ଲକ ଅଧ୍ୟକ୍ଷଙ୍କ ସହାୟତାରେ ଗାଁକୁ ଫେରିଲା ମୃତ ଶରୀର

ଜୁନାଗଡ଼ (ମ ନି ସ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚହକା ଗ୍ରାମର ଚନ୍ଦ୍ରମଣି ବାଗ ଙ୍କ ପୁଅ ସିଦ୍ଧାନ୍ତ ବାଗ (୧୭) ଦୀର୍ଘ ଦିନ ଧରି ରକ୍ତ ହୀନତା ରୋଗରେ ପୀଡିତ ଥିଲେ । ହଠାତ ଅସୁସ୍ଥତା କାରଣରୁ ଆନ୍ଦ୍ରପ୍ରଦେଶ ରାଜ୍ୟର ବିଶାଖାପାଟନମ ର ଏକ ଘରୋଇ ଚିକିତ୍ସାଲୟରେ ଚିକିତ୍ସିତ ହେଉଥିଲେ । ଗତ କାଲି ଚିକିତ୍ସାଧିନ ଅବସ୍ଥାରେ ହିଁ ସିଦ୍ଧାନ୍ତଙ୍କର ମୃତ୍ୟୁ ଘଟିଥିଲା । ଘରର ଜଣେ କର୍ମଠ ପୁଅ ଥିଲେ କିନ୍ତୁ ବିଧାତା ସେହି ଗରୀବ ଅସହାୟ ପରିବାର ପ୍ରତି ଦାଉ ସାଜିଲା । ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ଦୁଃଖ ଉପରେ ପୁଣି ଦୁଃଖ ଦେଇ ଚାଲିଗଲା ଭେଣ୍ଡିଆ ପୁଅ । ଯାହା କି ଆଜି ଚହକା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ଉକ୍ତ ପରିବାର ଅତି ଗରିବ ପରିବାର ହେତୁ ମୃତ ଦେହଟିକୁ ନିଜ ଗାଁ ମାଟି କୁ ଆଣିବାପାଇଁ ସକ୍ଷମ ନଥିଲେ । ଏନେଇ ପରିବାର ଲୋକେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କୁ ସାହାଯ୍ୟ ମାଗିଥିଲେ । ଏହି ବିଷୟ କୁ ଗଭୀରତାର ସହ ନେଇ ମୃତ ଶରୀରକୁ ନିଜ ଗାଁ ମାଟିକୁ ଆଣିବା ପାଇଁ ନିଜସ୍ୱ କର୍ପସ ପାଣ୍ଠି ରୁ ଆର୍ଥିକ ସହାୟତା ରାଶି ଯୋଗାଇ ଦେଇଥିଲେ । ଏହି ଅର୍ଥ ରାଶି ପାଇବା ପରେ ଯୁବକ ଜଣକର ମୃତ ଦେହ ଗାଁକୁ ପହଞ୍ଚିବା ପରେ ଗାଁ ଶ୍ମଶାନରେ ଶବ ସତ୍କାର କରାଯାଇଥିବା ଜଣାପଡିଛି ।

Related posts

ରାଇରଙ୍ଗପୁରରେ ହ୍ୟୁମାନ ରାଇଟସ ଫ୍ରଣ୍ଟ ଇଣ୍ଡିଆ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ମାନବାଧିକାର ତାଲିମ ଶିବିର

Sunil Chandra Nayak

ଗାଧୋଇବକୁ ଯାଇ ନାଗାବଳୀ ନଦୀରେ ଭାସିଯାଇ ୮ ବର୍ଷର ଶିଶୁ ପୁତ୍ର ମୃତ

ଦୈନିକ ସମ୍ବାଦପତ୍ର ସତ୍ୟପତ୍ର ଉନ୍ମୋଚନ ପର୍ବ ଓ ସମ୍ବର୍ଦ୍ଧନା ସଭା 

Sunil Chandra Nayak

Leave a Comment

error: Content is protected !!