ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେଙ୍ଗାସିଲ ଓ କୋଷାବରା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଓ ଗାର୍ଡଓ୍ବାର୍ଲ ନିର୍ମାଣ ପାଇଁ ଦାବି

ତେରେଙ୍ଗାସିଲ ଓ କୋଷାବରା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଓ ଗାର୍ଡଓ୍ବାର୍ଲ ନିର୍ମାଣ ପାଇଁ ଦାବି 

ଥୁଆମୁଳ ରାମପୁର:୨୬/୦୨ – (ମନିସ) :- (ବଳଭଦ୍ର ବାଗ) – ସରକାରଙ୍କ ପକ୍ଷରୁ ଘୋଷଣା କରିଛନ୍ତି ଯେ ଗ୍ରାମପଞ୍ଚାୟତ ଠାରୁ ଗ୍ରାମାଞ୍ଚଳକୁ ସବୁ ଦିନିଆ ରାସ୍ତା ନିର୍ମାଣ କରି ଗମନାଗମନର ସୁଵ୍ଯବସ୍ଥା କରାଯିବ। ସେନେଇ ରାସ୍ତା ନିର୍ମାଣ କରିବା ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଉଛି। କିନ୍ତୁ ଏହା କେତେଦୂର ସଫଳତା ପାଇଛି ତାହା କିଛି ଗ୍ରାମାଞ୍ଚଳକୁ ଦେଖିଲେ ସହଜରେ ଅନୁମାନ କରାଯାଇପାରେ ଯେ ଏହା ଏକ ପ୍ରହସନ ପାଲଟିଯାଇଛନ୍ତି। ଦେଶ ସ୍ବାଧୀନତାର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଆଜି ମଧ୍ୟ ଗ୍ରାମାଞ୍ଚଳକୁ ରାସ୍ତାଘାଟ ଅଭାବ ରହିଛି। ଏହାକୁ ଦୃଷ୍ଟିରେ ରଖି ଗ୍ରାମବାସୀ ବ୍ଳକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନଙ୍କ ପାଖରେ ରାସ୍ତା ଖଣ୍ତେ ପାଇଁ ଜଣାଇ ଆସୁଥିବାସତ୍ବେ କୌଣସି ସୁଫଳ ମିଳିପାରୁନାହି ବୋଲି ଗ୍ରାମବାସୀ ଅଭିଯୋଗ ଆଣିଥିବା ଜଣାପଡିଛି। ଘଟଣାଟି ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ସଦରସ୍ଥିତ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତେରେଙ୍ଗାସିଲ ଗ୍ରାମ ଠାରୁ କୋଷାବରା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା କୁ ସବୁଦିନିଆ ରାସ୍ତାରେ ସାମିଲ କରି ରାସ୍ତାର ସ୍ଥାୟୀତ୍ଵକୁ ଦୃଷ୍ଟିରେ ରଖି ଗାର୍ଡଓ୍ବାଲ ନିର୍ମାଣ କରିବା ନିହାତି ଭାବରେ ଆବଶ୍ୟକତା ରହିଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହି ରାସ୍ତାରେ ତେରେଙ୍ଗାସିଲ ଗ୍ରାମବାସୀ କୋଷାବରା ଗାଁକୁ ସବୁଦିନିଆ ରାସ୍ତା ଯଦି ନିର୍ମାଣ କରାଯାଏ ତେବେ ମହୁଲପାଟଣା, ଜୟପାଟଣା ଭଳି ବିଭିନ୍ନ ସ୍ଥାନକୁ ଯୋଗାଯୋଗ କ୍ଷେତ୍ରରେ ବାଟ ଫିଟି ପାରିବ। ଏହି ରାସ୍ତାଖଣ୍ତେ ପାଇବା ପାଇଁ ତେରେଙ୍ଗାସିଲ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ଓ ବ୍ଳକ ପ୍ରଶାସନ ସମେତ୍ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିରେ ଅଭିଯୋଗ କରି ଆସୁଥିବାସତ୍ବେ ମଧ୍ଯ କିଛି ସୁଫଳ ମିଳିପାରୁନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ବ୍ଳକ ପ୍ରଶାସନ ଏହି ରାସ୍ତାରେ ଏକ ଗାର୍ଡଓ୍ବାଲ ନିର୍ମାଣ କରି ସବୁଦିନିଆ ରାସ୍ତାରେ ସାମିଲ କରିବା ପାଇଁ ଗ୍ରାମବାସୀଙ୍କ ଅନୁରୋଧ କରୁଥିବା ବେଳେ ବ୍ଳକ ପ୍ରଶାସନ ଏହାକୁ ହସ୍ତକ୍ଷେପ କରି ସବୁଦିନିଆ ରାସ୍ତା ନିର୍ମାଣ ସହିତ ଗାର୍ଡଓ୍ବାଲ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶାପୋଷଣ କରିଛନ୍ତି। ତେବେ ଏହା ଉପରେ ବ୍ଳକ ପ୍ରଶାସନ କି ଭଳି ଭାବର ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଆଗକୁ ଦେଖିବାକୁ ବାକି ରହିଲା। 

Related posts

ଗୋଲାମୁଣ୍ଡା ବ୍ଲକ ଡ଼ମ୍ବ ସମାଜ ବିକାଶ ପରିଷଦର ସାଙ୍ଗଠନିକ ସଭା ଅନୁଷ୍ଠିତ

Sunil Chandra Nayak

ବୋରୀଗାଁ ରେ ଫଗୁଣ ମଣ୍ଡେଇ ପାଳିତ 

masiha

ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା ଶିବିର 

masiha

Leave a Comment

error: Content is protected !!