ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪ଦଫା ଦାବୀ ନେଇ ଗୋଲାମୁଣ୍ଡାକୃଷି ଅଫିସ ସଂମ୍ମୁଖରେ ଗ୍ରାମ୍ୟ କୃଷି କର୍ମଚାରୀଙ୍କ କଲାବ୍ୟାଚ ପିନ୍ଦି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ , ସରକାର ଦାବୀ ପୂରଣ ନ କଲେ ଆଗାମୀ ୧ରୁ ସାମୁହିକ ଭାବେ ଅନିର୍ଦ୍ଦିଷ୍ଟ କାଳ ଛୁଟିରେ ଯିବେ

ଗୋଲାମୁଣ୍ଡା /14/7/23/ନିର୍ଭୟ, ନିରପେକ୍ଷ ମସିହା /ବର୍ତ୍ତମାନ ଖରିପ ସମୟ ଚାଲିଥିବା ବେଳେ କୃଷି ଓ କୃଷକମାନେ ବର୍ଷାର ନିଅଣ୍ଟ ହେଲେ ମଧ୍ୟ ଚାଷ ପାଇଁ ଅଣ୍ଟା ଭିଡ଼ିଛନ୍ତି । କୃଷି ଓ କୃଷକଙ୍କ ସହିତ ସବୁବେଳେ ସବୁ ସମୟରେ ଜଡିତ ଥିବା ଗ୍ରାମ୍ୟ କୃଷି କର୍ମଚାରୀ ମାନଙ୍କୁ ସରକାର ଭୁଲି ଯାଆନ୍ତି । ଫଳରେ ଏହି କୃଷି କର୍ମଚାରୀ ମାନେ ଅନେକ ଘାତ ପ୍ରତିଘାତ ଦେଇ ଗତି କରୁଛନ୍ତି । ରାଜ୍ୟ ସରକାରଙ୍କୁ ଅନେକ ଥର ନିଜର ହକ ମାଗିଲେ ମଧ୍ୟ ଏମାନଙ୍କ କଥା କୁ ସରକାର କର୍ଣ୍ଣପାତ କରୁନାହାନ୍ତି । ଏନେଇ ଆଜି ରାଜ୍ୟ ସଙ୍ଘର ଆହ୍ୱାନ କ୍ରମେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କୃଷି କାର୍ଯ୍ୟାଳୟ ଠାରେ ୪ଦଫା ଦାବୀ ନେଇ ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ ବ୍ଲକ କୃଷି କାର୍ଯ୍ୟାଳୟ ଠାରେ କଲାବ୍ୟାଚ ପିନ୍ଧି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିଲେ । 

ଏମାନଙ୍କ ଦାବୀ ହେଲାଗ୍ରାମ୍ୟ କୃଷି କର୍ମଚାରୀଙ୍କ ଗ୍ରେଡ ପେ ୪୨୦୦ କୁ ବୃଦ୍ଧି, ପଦଵୀ ର ନାମ ପରିବର୍ତ୍ତନ, କ୍ୟାଡ଼ର ପୁନର୍ଗଠନ, ଠିକା ସମୟରେ ୬ ବର୍ଷ କୁ ମୂଳ ଚାକିରୀରେ ଗଣନା ସହିତ ୬ ଟି ନୋସନାଲ ଇଂକ୍ରିମେଣ୍ଟ ପ୍ରଦାନ ସମେତ ୪ ଦଫା ଦାବୀ କରିଛନ୍ତି।

 ସାମ୍ପ୍ରତିକ ଭାବେ କଳାହାଣ୍ଡି ଜିଲ୍ଲାରେ ୧୩୩ ଜଣ ଗ୍ରାମ୍ୟ କୃଷି କର୍ମଚାରୀ ଥିବା ବେଳେ ଗୋଲାମୁଣ୍ଡା ବ୍ଲକରେ ଜଣ କାର୍ଯ୍ୟ କରୁଛନ୍ତି । ଏହି କର୍ମଚାରୀ ମାନେ ଆଜି ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ସାମୂହିକ କଲାବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରିବା ସହ କାମ ମଧ୍ୟ କରିବେ । ୨୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରଙ୍କୁ ଦାବୀ ପୁରୁଣ ପାଇଁ ସମୟ ଦେବେ । ଯଦି ୩୦ ତାରିଖ ସୁଦ୍ଧା ଦାବୀ ପୁରୁଣ ନ କରାଯାଏ ତାହେଲେ ଆସନ୍ତା ୧ ତାରିଖରୁ କୃଷି କର୍ମଚାରୀ ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟିରେ ଯିବା ପାଇଁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ତାହେଲେ ଆସନ୍ତା ୧ ତାରିଖରୁ କୃଷି କର୍ମଚାରୀ ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟିରେ ଯିବା ପାଇଁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ରବୀନ୍ଦ୍ର ନାଏକ, ଛନ୍ଦାଚରଣ ଭୋଇ, ଆନନ୍ଦ ନିଆଳି, ଗଣପତିନିଆଲ, ଦୁଃଖିରାମ ମାଝୀ, ଗଙ୍ଗାଧର ମାଝୀ, ପ୍ରଶାନ୍ତ ମାଝୀ, ଓ ମହିଳା କୃଷି କର୍ମଚାରୀ ହେଲେ ପ୍ରମିଳା ସରାପ, ପ୍ରମିଳା ନାଇକ ଓ ଉର୍ମିଳା ନାଏକ ପ୍ରମୁଖ ।

ଗୋଲାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଦିବସ ପାଳନ

masiha

ମନ୍ଦିର ପ୍ରତିଷ୍ଠାତା ଙ୍କ ବିୟୋଗ

Sunil Chandra Nayak

ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟିଲା କୁକୁଡ଼ା ଛୁଆ ବୋଝେଇ ପିକଅପ:ଅଳ୍ପକେ ବର୍ତ୍ତିଲେ ଚାଳକ

masiha

Leave a Comment

error: Content is protected !!