ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳୀକୃଷ୍ଣ ସଂଘର ମହାବିଷ୍ଣୁଯଜ୍ଞ ଉଦଯାପିତ ଯଜ୍ଞ ଦ୍ୱାରା ସୃଷ୍ଟି,,ବୃଷ୍ଟି ଓ ଆଧ୍ୟାତ୍ମିକ ଶାନ୍ତି ପ୍ରାପ୍ତି ହୋଇଥାଏ

କାଳୀକୃଷ୍ଣ ସଂଘର ମହାବିଷ୍ଣୁଯଜ୍ଞ ଉଦଯାପିତ

ଯଜ୍ଞ ଦ୍ୱାରା ସୃଷ୍ଟି,,ବୃଷ୍ଟି ଓ ଆଧ୍ୟାତ୍ମିକ ଶାନ୍ତି ପ୍ରାପ୍ତି ହୋଇଥାଏ

ଜୁନାଗଡ: ୨୧/୦୩/୨୬(ମନୀସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ନକଟିଗୁଡା ଠାରେ ଗତ ୧୭ ମାର୍ଚ୍ଚରୁ ଚାଲିଥିବା କାଳୀକୃଷ୍ଣ ସଂଘର ୪୩ତମ ନବକୁଣ୍ଡିୟ ବିଶ୍ଵଶାନ୍ତି ମହାବିଷ୍ଣୁଯଜ୍ଞ ଉଦଯାପିତ ହୋଇଛି। ସୃଷ୍ଟି ପ୍ରାରମ୍ଭ ଦିବସ, ଚୈତ୍ର ଶୁକ୍ଳ ପ୍ରତିପଦା ଭାରତୀୟ ନବବର୍ଷ ଅବସରରେ ସଦଗୁରୁଦେବ ସତ୍ୟାନନ୍ଦ ସରସ୍ୱତୀ ମାହାରାଜଙ୍କ ପ୍ରତିଷ୍ଠିତ କାଳୀକୃଷ୍ଣ ସଂଘର ଏହି ମହାବିଷ୍ଣୁଯଜ୍ଞରେ କଳସ ଯାତ୍ରା, ପୂଜନ, ହବନ, ମୁଣ୍ଡନ, କୁଣ୍ଡାବୋରୀ, ବିବାହ, ବ୍ରତ, ମନ୍ତ୍ର ଦୀକ୍ଷା ସଂସ୍କାର କାର୍ଯ୍ୟକ୍ରମ, ପ୍ରବଚନ ଆଦି ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟହ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଦୁଇ ଓଳି ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସଂଘ ପରିଚାଳକ ସ୍ବାମୀ ଜଗଦାନନ୍ଦଜୀ ସରସ୍ଵତୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଯଜ୍ଞକାର୍ଯ୍ୟ ପ୍ରାରମ୍ଭ ହୋଇ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି। ଯଜ୍ଞ ପୂଜନ ଓ ହବନ କାର୍ଯ୍ୟକ୍ରମକୁ ସଂଘର ବେଦବ୍ରହ୍ମା ଓ ଆଚାର୍ଯ୍ୟମାନେ ତ୍ବରାନ୍ବିତ କରିଥିଲେ। ଏହି ଅବସରରେ ପୂଜ୍ୟ ଶ୍ରୀ ଜଗଦାନନ୍ଦଜୀ ମହାରାଜଙ୍କ ଲିଖିତ ଏକ ଅମୁଲ୍ୟ ପୁସ୍ତକ “ମନ୍ଥନ” ଓ “ଆନନ୍ଦ ହିଁ ଆନନ୍ଦ” ର ଇଂରାଜୀ ଅନୁବାଦ ପୁସ୍ତକ ଉନ୍ମୋଚନ କରାଯାଇଥିଲା ବେଳେ ଚାରିଗୋଟି ନୂତନ କାଳୀକୃଷ୍ଣ ଭଜନର ମଧ୍ୟ ଶୁଭ ଉନ୍ମୋଚନ ହୋଇଥିଲା। ଯଜ୍ଞ ପାଇଁ ଗତ ୪ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବାବେଳେ ଯଜ୍ଞ ସ୍ଥଳ ରେ କଳାହାଣ୍ଡି , ନବରଙ୍ଗପୁର, କୋରାପୁଟ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। କାଳୀକୃଷ୍ଣ ସଂଘ ତଥା ନକଟିଗୁଡା ଶାଖା ସଂଘ ଓ ଗ୍ରାମବାସୀଙ୍କ ସହଯୋଗରେ ଏହି ଯଜ୍ଞକାର୍ଯ୍ୟ ଆୟୋଜନ ହୋଇ ସମାପନ ହୋଇଛି। କାଳୀକୃଷ୍ଣ ସଂଘର ଆଚାର୍ଯ୍ୟ, ମୁଖ୍ୟ ସଂଘ,କାଳୀକୃଷ୍ଣ ବାହିନୀ, ପ୍ରଜ୍ଞା ବାହିନୀ, ମିଡିଆସେଲ, ଶିଷ୍ୟ ଶିଷ୍ୟା ଓ ନକଟିଗୁଡା ଗ୍ରାମ ବାସୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀ ପରିଚାଳନାରେ ସହଯୋଗ କରିଥିଲେ। 

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଉତ୍ସବ ପାଇଁ ଧର୍ମଗଡ ରେ ମଶାଲ ଯାତ୍ରା

masiha

ହେଁସଡା(ସାମିଲ ଗିଦିଘାଟୀ) ଅଙ୍ଗନବାଡ଼ି କେନ୍ଦ୍ରରେ ଅନିୟମିତତା ନେଇ ଗ୍ରାମବାସୀଙ୍କ ତାଲା ଓ ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର

Sunil Chandra Nayak

ଆତ୍ମାର ଅଧକ୍ଷ ଭାବେ ନିର୍ବାଚିତ ହେଲେ ଦୀନବନ୍ଧୁ 

Sunil Chandra Nayak

Leave a Comment

error: Content is protected !!