ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଏମଶ୍ରୀ ସୁବାଇ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ 

ପିଏମଶ୍ରୀ ସୁବାଇ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ 

 କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ସୁବାଇ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ରାଜ୍ୟ ସିଏଲପି ଲିଡର ତଥା ପଟାଙ୍ଗୀ ବିଧାୟକ ରାମ ଚନ୍ଦ୍ର କାଡମ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଏବଂ କଲ୍ୟାଣ ବିଭାଗ ଜିଲ୍ଲା ଶିକ୍ଷା ନିରୀକ୍ଷକ ଅଜୟ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଲ୍ୟାଣ ଅଧିକାରୀ ସୁନୀଲ କୁମାର ତାଣ୍ଡି , ବିଦ୍ୟାଳୟ ପରିଚାଳନା ପରିଷଦ ଅଧ୍ୟକ୍ଷ ଭଗବାନ ପେଟିଆ , ବରିଷ୍ଠ ସାମ୍ବାଦିକ ଡ଼ ଅଜୟ କୁମାର ସାହୁ, ସେମିଳିଗୁଡା ତହସିଲଦାର ଦେବବ୍ରତ କରାଟେ , ଜଗବନ୍ଧୁ ବରା, ସମିତି ସଭ୍ୟା ସଂଜୁ ସେନାପତି , ଅନନ୍ତ ଖିଲ ରାମ ନାୟକ ବଳଭଦ୍ର ଵରା, ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ବବିତା ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ ବେଳେ ସୁଯୋଗ୍ୟ ବେହେରା ମଞ୍ଚ ପରିଚାଳନା କରିବା ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।ବରିଷ୍ଠ ବିଭାଗରେ ମଞ୍ଜୁଳା ଜୟପୁରିଆ ଓ କନିଷ୍ଠ ବିଭାଗରେ ମାମାଲି ମେଦିନୀ ଚାମ୍ପିୟନ ହୋଇଥିଲେ ।ସେହିପରି ଅଞ୍ଜଳି ଖାରଙ୍କୁ ଶ୍ରେଷ୍ଠ ଛାତ୍ରୀ ଭାବେ ସମ୍ମାନ ମିଳିଥିଲା । ପଦ୍ମାବତୀ ହୱନ୍ତାଳ, ମିନୁରାଣୀ ସାବତ, ଅରବିନ୍ଦ ସାହୁ, ଦିଲୀପ ସାହୁ , ମିନାକ୍ଷୀ ସାହୁ, ରମିନା ରାଣୀ ନାୟକ, ମାନସୀ ମଞ୍ଜରୀ ସାହୁ , ମିତଞ୍ଜଳି ନିଶିକା, ଶିମାଞ୍ଚଳ ସ୍ବାଇଁ, ରୁବି ପତି ଏବଂ ଅଣ ଶିକ୍ଷକ ଉପସ୍ଥିତ ରହି ସହଯୋଗ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ବବିତା ନାୟକ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ପଟ୍ଟାଙ୍ଗି ରୁପ ଖରା ଙ୍କ ରିପୋର୍ଟ

Related posts

ନବରଙ୍ଗପୁର ଜିଲ୍ଲାରେ ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ବନ୍ଦନୀୟ ବରପୁତ୍ରଙ୍କ ସ୍ମୃତି ଚାରଣ ସହ କବିତା ଓ ପ୍ରବନ୍ଧ ପାଠl

Sunil Chandra Nayak

ଧର୍ମଗଡରେ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ

Sunil Chandra Nayak

ଝୁଲନ୍ତା ଅବସ୍ଥାରେ ନିଖୋଜ ବ୍ଯକ୍ତିଙ୍କ ମୃତ ଦେହ ଉଦ୍ଧାର

masiha

Leave a Comment

error: Content is protected !!