ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୈବର୍ତ୍ତ ମହାସଭାର ଚୈତ୍ର ମହୋତ୍ସବ 

କୈବର୍ତ୍ତ ମହାସଭାର ଚୈତ୍ର ମହୋତ୍ସବ 

ରାଉରକେଲା: ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା ରାଉରକେଲା ଶାଖାର ଚୈତ୍ର ମହୋତ୍ସବ ସେକ୍ଟର ୭ ସ୍ଥିତ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ଲଙ୍ଗୁଳୀ ଚରଣ ତରାଇଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଚନ୍ଦ୍ରମଣି ମାଝୀ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ମୁଖ୍ୟବକ୍ତା ଭାବେ ରଘୁନାଥପାଲି ପ୍ରାକ୍ତନ ବିଧାୟକ ସୁବ୍ରତ ତରାଇ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ନାୟକ ଅନୁଷ୍ଠାନର ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହାକୁ ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ମୁଖ୍ୟବକ୍ତା ଶ୍ରୀ ତରାଇ ଚୈତ୍ର ମହୋତ୍ସବ ର ମାହାତ୍ମ୍ୟ, ଉତ୍ସବର ମହତ୍ତ୍ୱ ଓ ପୈ।ରାଣିକ ତଥ୍ୟ ଉପରେ ଆଲୋଚନା କରିଥିଲେ। ଉପସଭାପତି ପ୍ରଶାନ୍ତ କୁମାର ତରାଇ ସମସ୍ତଙ୍କ ସହଯୋଗ ପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଅବସରରେ କଟକର ଛତିଆ ରଣେଶ୍ବରପୁରରୁ ଆସିଥିବା ଗାୟକ ସନ୍ତୋଷ କୁମାର ବେହେରା ଓ ସାରଥୀଙ୍କ ଦ୍ବାରା ଘୋଡାନାଚ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। କୋଷାଧ୍ୟକ୍ଷ ବାବାଜୀ ଚରଣ ବେହେରା, ସଦସ୍ୟ ମଳୟ ନାୟକ, ସନ୍ତୋଷ ତରାଇ, କୈଳାଶ ବେହେରା, ଚିତ୍ତରଞ୍ଜନ ବେହେରା, ସୂର୍ଯ୍ୟକାନ୍ତ ବେହେରାଙ୍କ ସମେତ ବହୁ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ପ୍ରାରମ୍ଭରେ ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥୀ ସ୍ବାଗତ ସଂଗୀତ ପରିବେଷଣ କରିଥିଲାବେଳେ ଶେଷରେ ଯୁଗ୍ମ ସମ୍ପାଦକ ଜୟକୃଷ୍ଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶ୍ରମିକ ନେତା କାହ୍ନୁଚରଣ ସୂତାର ଙ୍କ ବିୟୋଗରେ ସି ଆଇ ଟି ୟୁ ର ଶୋକ 

Sunil Chandra Nayak

ଧର୍ମଗଡ଼ ଶକ୍ତି ସଦନ ଠାରେ ଆନ୍ତର୍ଜାତୀୟ ମହିଳା ନିରୋଧ ସଚେତନତା କାର୍ଯ୍ୟକ୍ରମ

masiha

ଜିଲ୍ଲା ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ ମାନ୍ୟବର ଉପବାଚସ୍ପତିଙ୍କ ଦ୍ଵାରା ଜିଲ୍ଲାରେ ଚାଲୁଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା

masiha

Leave a Comment

error: Content is protected !!