ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାରୀ ଶକ୍ତି ଜନକଲ୍ୟାଣ ସେବା ସମିତି ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନାରୀ ଶକ୍ତି ଜନକଲ୍ୟାଣ ସେବା ସମିତି ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାଉରକେଲା: ସାରନଗରୀ ସ୍ଥିତ ନାରୀ ଶକ୍ତି ଜନକଲ୍ୟାଣ ସେବା ସମିତି ପକ୍ଷରୁ ଉତ୍କଳ ଦିବସ ଉପଲକ୍ଷେ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବରେଣ୍ୟ ଅତିଥି ଭାବେ ଶିକ୍ଷାବିତ୍ ତ୍ରିନାଥ ଦାସ ମୋହିନୀ, ଅରୁଣ ପରିଡା, ସୋମେନ୍ଦ୍ର କୁମାର ବେହୁରିଆ,ବିଜୟା ଥାଟୋଇ, ବିବେକା ଦାସ,ପଦ୍ମିନୀ ପାଣିଗ୍ରାହୀ,ଦୀପ ଭ।ଇ, ଦିଲ୍ଲିପ ଭାଇ ପ୍ରମୁଖ ଯୋଗ ଦେଇଥିଲେ l ଅତିଥି ମାନେ ପ୍ରଦୀପ ପ୍ରଜ୍ଵଳନ କରିବା ପରେ ସମସ୍ତ ଅତିଥିମାନଙ୍କୁ ସମ୍ମIନିତ କରାଯାଇଥିଲା l ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରେ ‘ନାରୀ ଶକ୍ତି ଜନ କଲ୍ୟାଣ ସେବା ସମିତି’ ର କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଉତ୍କଳ ଦିବସ ପାଳନ ଓ ଉତ୍କଳୀୟ ଅସ୍ମିତା କୁ ବଜାୟ ରଖିବାକୁ ଆହ୍ୱାନ କରିଥିଲେ l ସଭାରେ ରାଧାକୃଷ୍ଣ ଦିବ୍ୟIଙ୍ଗ ଦୃଷ୍ଟିହୀନ ବିଦ୍ୟାଳୟର ପିଲାମାନେ ବନ୍ଦେ ଉତ୍କଳ ଜନନୀ ଗାନ କରି କାର୍ଯ୍ୟକ୍ରମ ଶୋଭା ବଢ଼ାଇଥିଲେ। ନାରୀ ଶକ୍ତି ଜନ କଲ୍ୟାଣ ସେବା ସମିତିର ସଭାପତି ତାଙ୍କ ଭାଷଣରେ କହିଥିଲେ ମାନବ ସେବା ହିଁ ମାଧବ ସେବା ଏବଂ ଶରୀରର ଶେଷ ରକ୍ତ ବିନ୍ଦୁ ଥିବାଯାଏଁ ମାନବ ସେବା କରିବାକୁ ସମସ୍ତ କର୍ମକର୍ତ୍ତା ପଣ କରିଥିଲେ। 

ଭୋକିଲା ବ୍ୟକ୍ତିଙ୍କୁ ଖାଇବା ଯୋଗାଇବା ପାଇଁ ଏକ ସୁନ୍ଦର ପ୍ରଚେଷ୍ଟା ସ୍ୱରୂପ ଏକ ତିନି ଚକିଆ ବାହନ ‘ପୂର୍ଣାଞ୍ଜ ସତଳୀ’ର ଶୁଭା ଉଦଘାଟନ ହୋଇଥିଲା l ଯାହାକୁ ଉଦ୍ଘାଟନ କରିଥିଲେ ସମାଜସେବୀ ପଦ୍ମିନୀ ପାଣିଗ୍ରାହୀ । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଛୋଟ ଛୋଟ ପିଲାମାନେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ଭଞ୍ଜ ଭବନରେ ଆୟୋଜିତ ହେଲା ପବିତ୍ର ଗୁରୁ ଦିବସ

Sunil Chandra Nayak

ସରସ୍ବତୀ ଶିଶୁ ମନ୍ଦିର ବୋର୍ଡ଼ା ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

ଗଳ୍ପ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ରଶ୍ମିରେଖା ସାହୁ 

masiha

Leave a Comment

error: Content is protected !!