ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମପୁରରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି 

ବ୍ରହ୍ମପୁରରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି 

ବ୍ରହ୍ମପୁର,ତା ୦୬/୦୪ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଆଜି ଗଞ୍ଜାମ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୧୦୯ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ୯୮ ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ଗୋଟିଏ ସାମୂହିକ ଅଭିଯୋଗ ରହିଥିଲା । ରେଡକ୍ରସ ପାଣ୍ଠିରୁ ୧୦ ଜଣଙ୍କୁ ସହାୟତା ରାଶି ବାବଦରେ ୬୫,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଅଭିଯୋଗ ଶୁଣାଣି ଗଞ୍ଜାମ ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନ୍ , ଆରକ୍ଷୀ ଅଧିକ୍ଷକ ଡ଼ା ସର୍ବଣା ବିବେକ ଏମ୍ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀର କୁମାର ଜେନା , ବ୍ରହ୍ମପୁର ମହାନଗର ନିଗମ କମିଶନର ଏ ସସ୍ୟ ରେଡ୍ଡୀ , ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା l ଜନଶୁଣାଣିରେ ମୁଖ୍ୟତଃ ମଧୁବାବୁ ପେନସନ, ପିଏମ ଆବାସ ଓ ଅନ୍ତୋର୍ଦୟ ଗୃହ ଯୋଜନାରେ ଗୃହ ବଣ୍ଟନ,ରାସନ କାର୍ଡ,ଜମିଜମା ,ଶିକ୍ଷା , ସ୍ୱାସ୍ଥ୍ୟ ,ଚିକିତ୍ସା ସହାୟତା ଆଦିର ଦରଖାସ୍ତ ହସ୍ତଗତ ହୋଇଥିଲା। ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଉପଜିଲ୍ଲାପାଳ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଳେକ୍ଟର ଶ୍ରୀମତୀ ଶୁଭଶ୍ରୀ ମିଶ୍ର ଓ କର୍ମଚାରୀ ଉପସ୍ଥିତ ରହି ଜନଶୁଣାଣୀ ପରିଚାଳନାରେ ସହଯୋଗ କରିଥିଲେ l

 

Related posts

କୋକସରା ପଞ୍ଚାୟତ କଲେଜରେ ନୂଆ ଓ କାର୍ଯ୍ୟକ୍ରମ ଉଦଯାପିତ 

masiha

କାଂଚନ ବଜାରରେ ପାଣି ସମସ୍ୟାକୁ ନେଇ ମହିଳା ମାନେ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ

masiha

ମଥାନୀ ପଞ୍ଚାୟତ ରେ ଭତା ଟଙ୍କା ବଣ୍ଟନ କୁ କେନ୍ଦ୍ର କରି ଉତ୍ତେଜନା ପିଇଓ ଙ୍କ ଅନୁପସ୍ଥିତିରେ ପିଅନ ବାଣ୍ଟିଲେ ଟଙ୍କା

masiha

Leave a Comment

error: Content is protected !!