ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଭାଗବତ ଅଗଣାରେ ରାମ କଥାମୃତ ସଂଧ୍ୟା

ଭାଗବତ ଅଗଣାରେ ରାମ କଥାମୃତ ସଂଧ୍ୟା

ରାଉରକେଲା: ସ୍ଥାନୀୟ ବରଟୋଲି ସ୍ଥିତ ଶ୍ରୀ ଶ୍ରୀ ରାମେଶ୍ବର ବାଟିକା, ଭାଗବତ ଅଗଣା ଏବଂ ବରଟୋଲି ସାଂସ୍କୃତିକ ପରିଷଦର ମିଳିତ ଆନୁକୁଲ୍ୟରେ ଏକ ‘ରାମ କଥାମୃତ’ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏହି କଥାମୃତ ସଂଧ୍ୟାଟି ବରଟୋଲି ସାଂସ୍କୃତିକ ପରିଷଦର ସଭାପତି ରମାକାନ୍ତ ସୁତାରଙ୍କ ଅଧ୍ୟକ୍ଷତା ଏବଂ ଅଧ୍ୟାପିକା ପ୍ରିୟଙ୍କା ପଲାଇଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା। ଏଥିରେ ବିଶିଷ୍ଟ ଶିକ୍ଷାବିତ୍ ତଥା ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା କେଶବ ନଗରର ସଂପାଦକ ସୁସ୍ମିତା ମହାପାତ୍ର, ବରିଷ୍ଠ ଶିକ୍ଷୟିତ୍ରୀ, ସୁସାହିତ୍ଯିକା ନିରୁପମା ପତି ଏବଂ ବିଶିଷ୍ଟ ଶିକ୍ଷାବିତ୍ ତଥା ଆଲୋଚକ ବ୍ରଜେନ୍ଦ୍ର କୁମାର ଦାଶ ବିଷୟ ବିଶେଷଜ୍ଞ ଭାବରେ ଯୋଗଦେଇ ମାର୍ଯ୍ଯାଦା ପୁରୁଷୋତ୍ତମ ଶ୍ରୀରାମ, ପରମ ଭକ୍ତ ହନୁମାନ ତଥା ସନାତନ ଧର୍ମ, ପରମ୍ପରା ଓ ଆଧ୍ୟାତ୍ମିକତା, ଭକ୍ତିମତା, ଆଦର୍ଶବୋଧ ସଂପର୍କରେ ବିଶେଷ ଆଲୋଚନା କରିଥିଲେ । ଶ୍ରୀ ଶ୍ରୀ ରାମେଶ୍ୱର ବାଟିକା ଅଧ୍ୟକ୍ଷ ଅକ୍ଷୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଭାଗବତ ଅଗଣାର ସଭାପତି ସୁପ୍ରଭା ଆଚାର୍ଯ୍ୟ ପ୍ରାକ୍ କଥନ ରଖିଥିଲେ। ଏତଦ୍ ବ୍ୟତୀତ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ରବୀନ୍ଦ୍ର ସାହୁ, ସୁରେନ୍ଦ୍ର ଦାସ, ସମୀର କୁମାର ପଟ୍ଟନାୟକ, ରଣଜିତ ବିଶ୍ବାଳ, ତୁଷାର କାନ୍ତ ପଟ୍ଟନାୟକ, ଅଶୋକ କୁମାର ରାଉତରାୟ, ରୀନା ବେହେରା, ଲକ୍ଷ୍ମୀବାଳା ଆଚାର୍ଯ୍ୟ, ତ୍ରିବେଣୀ ସୂତାର, ପ୍ରତିଭା ଦାସ, ମୀନା ବାରିକ, ମାଳବତୀ ନାୟକ, ତାପସ ମୋହିନୀ ରଥ, ଚନ୍ଦ୍ରମା ନାୟକ, ତେଜସ୍ଵିନୀ ସାହୁ, ପ୍ରମୋଦା ନାୟକ, ଅଲେଖ ଚନ୍ଦ୍ର ପାଣି, ନମିତା ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ। ଶେଷରେ ଚନ୍ଦ୍ରକାନ୍ତ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଜି ପଶ୍ଚିମ ଓଡି଼ଶାର ଗଣପର୍ବ ପୁଷପୁନି

Sunil Chandra Nayak

୭୨ ବର୍ଷରେ ଡ଼ଙ୍ଗାବାହାଲ ଡ଼ୁମେରଗୁଡ଼ା ଶ୍ରୀରାମ ଲୀଳା

Sunil Chandra Nayak

ପୁତ୍ରଦା ଏକାଦଶୀ ନୀତି ପାଳିତ

masiha

Leave a Comment

error: Content is protected !!