ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନଗଣନା ର ସତେଜ ତାଲିମ ଶିବିର 

ଜନଗଣନା ର ସତେଜ ତାଲିମ ଶିବିର 

ଆସିକା, ୧୩/୪/୨୬ (ଶିବ ଶଙ୍କର ମିଶ୍ର ) ଚଳିତ ମାସ 16 ତାରିଖ ଠାରୁ ମେ ମାସ 15 ତାରିଖ ପର୍ଯ୍ୟନ୍ତ ଚାଲିବ ଜନଗଣନା। ଏଥିପାଇଁ ଧରାକୋଟ ତହସିଲ ତରଫରୁ 2027 ମସିହା ଜନଗଣନା ର ସତେଜ ତାଲିମ ଶିବିର ଧରାକୋଟ ରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି। ଚାର୍ଜ ଅଫିସର ତଥା ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ଚାର୍ଜ ଅଫିସର ତଥା ଅତିରିକ୍ତ ତହସିଲଦାର ଗଣେଶ ଦଳାଇ,ଅତିରିକ୍ତ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୌରୀ ଶଙ୍କର ବେହେରା, କ୍ଷେତ୍ର ତାଲିମକାରି ବିରୂପାକ୍ଷ ପରିଡ଼ା, ହରେକୃଷ୍ଣ ଖଣ୍ଡୁଆଳ ପ୍ରମୁଖ ଗଣନା ଆରମ୍ଭରୁ 30 ଜଣ ସୁପରଭାଇଯାର ଓ 184 ଜଣ ଗଣନାକାରି ଙ୍କୁ ରିଫ୍ରେସର ବା ସତେଜ ତାଲିମ ପ୍ରଦାନ କରିଥିଲେ। ଗଣନା ସମ୍ପର୍କରେ ରହିଥିବା ସଂଶୟ ଦୂରୀକରଣ ସହ ସମସ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ଓ ଜନଗଣନା ସହାୟକ ପୁସ୍ତିକା ପ୍ରଦାନ କରାଯାଇଥିଲା । ନିର୍ଭୁଲ ଓ ସଠିକ ଭାବରେ ଏହି ଗଣନା କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବା ଉପରେ ଚାର୍ଜ ଅଫିସର ଓ ଅନ୍ୟାନ୍ୟ ତାଲିମ ଦାତା ମାନେ ଗୁରୁତ୍ୱ ଆରୋପ କରିଥିଲେ।

Related posts

ମଧୁପୁର-ରାମଚନ୍ଦ୍ରପୁର-ଗୋପାଳପୁରରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ 

masiha

୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୬୮ ତମ ଜନ୍ମ୍ ମହୋତ୍ସବ ପାଳିତ 

masiha

Leave a Comment

error: Content is protected !!