ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଆଲୋଚନାଚକ୍ର 

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଆଲୋଚନାଚକ୍ର 

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସୋମବାର ଏ ଦେଶର ଅନ୍ୟତମ ରାଷ୍ଟ୍ର ନିର୍ମାତା ସମ୍ବିଧାନ ପ୍ରଣେତା ଡଃ ବି ଆର ବାବାସାହେବ ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ପାଳନ ହୋଇଯାଇଛି ।

   ଏହି ଅବସରରେ ସକାଳେ ବିଶ୍ବବିଦ୍ୟାଳୟରେ ପ୍ରତିଷ୍ଠିତ ଥିବା ଆମ୍ବେଦକରଙ୍କ ପ୍ରତିମୁର୍ତ୍ତି ରେ କୁଳପତିଙ୍କ ଦ୍ବାରା ପୁଷ୍ପମାଲ୍ଯ ଅର୍ପଣ କରାଯିବା ସହ ରାଜନିତୀ ବିଜ୍ଞାନ ଓ ଲୋକ ପ୍ରଶାସନ ବିଭାଗ ପକ୍ଷରୁ ସମସାମୟିକ ଭାରତରେ ଆମ୍ବେଦକରଙ୍କ ସାମାଜିକ ନ୍ଯାୟର ଦୃଷ୍ଟିକୋଣକୁ ପୁନଃପରୀକ୍ଷଣ କରିବା ବିଷୟ ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ମୂଖ୍ଯ ବକ୍ତା ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରାଜନିତୀ ବିଜ୍ଞାନର ପୂର୍ବତନ ପ୍ରଫେସର ଅମିୟ କୁମାର ପରିଛା ଯୋଗଦେଇ ବକ୍ତବ୍ଯ ରଖିବା ସହ ତାତ୍ତ୍ଵିକ ବିଶ୍ଳେଷଣ ସହ ନିଜ ସୁଚିନ୍ତା ପ୍ରକାଶ କରିଥିବା ବେଳେ ରାଜନିତୀ ବିଭାଗ ମୁଖ୍ଯ ଡଃ ଶାରାଦା ପ୍ରସନ୍ନ ରାଉତ , ଇତିହାସ ବିଭାଗ ମୁଖ୍ଯ ସଦାନନ୍ଦ ନାୟକ, ଲୋକ ପ୍ରଶାସନ ବିଭାଗ ସଂଯୋଜକ ସଂଜୟ ମେହେର , ଆଇନ ବିଭାଗର ଡଃ ଲୁପ୍ତ ରତ୍ନ ପାତ୍ର, ଡଃ ରାଜେଶ ସେଟ୍ , ଡଃ ଭାଗ୍ଯଶ୍ରୀ ରଥ , ଡଃ ଦିଲ୍ଲୀପ କୁମାର ମାଝୀ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ଛାତ୍ର ବାଲ୍ମୀକି ସେଠୀ, ରମେଶ ହାଙ୍କା, ଲିପା ବିଶ୍ବଳ , ଆଶୁତୋଷ ପୋଲେଇ , ଅବିନାଶ ସାହୁ ଓ ଇଜୁ ଆମିନ ଖାନ ପ୍ରମୁଖ ଛାତ୍ର ଛାତ୍ରୀ ଯୋଗଦେଇ ଆଲୋଚନାରେ ନିଜ ନିଜ ମତ ରଖିଥିଲେ ।

Related posts

ଓଏମସି ଅଧିକାରୀଙ୍କ ଶ୍ରଦ୍ଧା ପରିଦର୍ଶନ

ଵାମନଘାଟୀ ଉପଖଣ୍ଡରେ ବଜ୍ରପାତରେ ମହିଳା ଚାଷୀ ସମେତ ଦୁଇଟି ମୁଣ୍ଡ ଗଡିଲା

Sunil Chandra Nayak

ବିଜାତଳା ବ୍ଲକ ସ୍ତରୀୟ ସାମର୍ଥ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

masiha

Leave a Comment

error: Content is protected !!