ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମହାବିଷୁବ ସଂକ୍ରାନ୍ତି ଅବସରରେ ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

ମହାବିଷୁବ ସଂକ୍ରାନ୍ତି ଅବସରରେ ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

ବାଲିଗୁଡା, ତା,୧୪/୦୪: (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ମନ୍ଦିର ପରିସରରେ ମହାବିଷୁବ ସଂକ୍ରାନ୍ତି ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି | ଏହି ଅବସରରେ ମା’ପାଟଖଣ୍ଡା ସେବତୀ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି l ସମଗ୍ର କନ୍ଧମାଳ ଜିଲ୍ଲା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଆସି ମା ‘ଙ୍କ ଦର୍ଶନ କରିଥିଲେ | ପ୍ରତ୍ୟୁଷରୁ ମା’ ଙ୍କର ରୀତିନୀତି ନିୟମ ଅନୁଯାୟୀ ପୂଜାର୍ଚ୍ଚନା ପରେ ପରେ ମା’ଙ୍କ ଏହି ସେବତୀ ଦୁର୍ଲଭ ବେଶ କୁ ଦେଖିବା ପାଇଁ ପ୍ରତ୍ୟୁଷ ରୁ ରାତ୍ର ପର୍ଯ୍ୟନ୍ତ ଭକ୍ତ ଙ୍କ ଭିଡ଼ ଲାଗି ରହିଥିଲା | ସମସ୍ତେ ଶୃଙ୍ଖଳିତ ଦର୍ଶନ କରି ତାଙ୍କର ଆଶୀର୍ବାଦ ଲାଭ କରିଥିଲେ | ଏ ନେଇ ମନ୍ଦିର ପରିଚାଳନା କମିଟି ତଥା କିଛି ଭକ୍ତ ଙ୍କ ତରଫରୁ ପ୍ରସାଦ ସହ ପଣା ବଣ୍ଟନ କରାଯାଇଥିଲା l କମିଟି ର ସମସ୍ତ ସଦସ୍ୟ, ପୂଜକ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ନାମ୍ପୋରେ ଗୁଣ୍ଡିଚା ରଥ ଯାତ୍ରା ମହା ଆଡମ୍ବରରେ ପାଳିତ

Sunil Chandra Nayak

ସିଦ୍ଧ ହନୁମାନଜୀଉ ଙ୍କ ର ଦ୍ୱାଦଶ ବାର୍ଷିକ ପୂଜା ଓ ପ୍ରବଚନ 

Sunil Chandra Nayak

ଆସନ୍ତା ୨୧ ତାରିଖ ରୁ ନର୍ଲା ରେ ୨୪ ପ୍ରହର ନମଯଜ୍ଞ

masiha

Leave a Comment

error: Content is protected !!