ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ପକ୍ଷରୁ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ 

ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ପକ୍ଷରୁ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ 

ଛତ୍ରପୁର :ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ପକ୍ଷରୁ ସୌନ୍ଦର୍ଯ୍ୟ ଅଭ୍ୟାସକାରୀଙ୍କ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ରେଷ୍ଟି ଓ ୟୁନିଅନ ବ୍ୟାଙ୍କର ମିଳିତ ସହଯୋଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଳକର ଆସିଥିବା ପ୍ରଶିକ୍ଷାର୍ଥୀଙ୍କୁ ନେଇ ଉକ୍ତ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଥିଲା ।ଉକ୍ତ ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ଅନିଲ ମାଝିଙ୍କ ତତ୍ତ୍ୱାବଧାନରେ ଓଡ଼ିଆ ନବ ବର୍ଷର ମଙ୍ଗଳବାର ଦିନ ଉଦଘାଟନୀ କାର୍ଯ୍ୟକ୍ରମ ହୋଇଥିଲା। ପ୍ରଶିକ୍ଷାର୍ଥୀଙ୍କୁ ଦୀର୍ଘ ୩୫ଦିନ ଧରି ପ୍ରଶିକ୍ଷଣ ଦିଆଯିବ ନେଇ ପ୍ରତିଷ୍ଠାନ ପକ୍ଷରୁ ସୂଚନା ରହିଛି ।ଉକ୍ତ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷାର୍ଥୀମାନେ ମେକଅପ୍, ହେୟାର୍ ଷ୍ଟାଇଲ୍, ହେୟାର୍ କଲର୍, ଥ୍ରେଡିଂ, ଷ୍ଟ୍ରେଟେନିଂ, ମେନିକ୍ୟୁର୍, ପେଡିକ୍ୟୁର୍ ଓ ନେଲ୍ ଆର୍ଟ୍ ଇତ୍ୟାଦି ବିଷୟରେ ପ୍ରଶିକ୍ଷଣ ଲାଭ କରିବା ଦକ୍ଷତା ହାସଲ କରିବା ଲକ୍ଷ୍ୟ କରାଯାଇଛି ।ଯାହା ଫଳରେ ଉକ୍ତ ତାଲିମ ଦ୍ୱାରା ପ୍ରଶିକ୍ଷାର୍ଥୀମାନଙ୍କର ଦକ୍ଷତା ବିକାଶ, ଆତ୍ମନିର୍ଭରଶୀଳତା ଓ ଉଦ୍ୟୋଗୀତା ବୃଦ୍ଧି ପାଇବ ବୋଲି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି। 

କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ

Related posts

ଅଗ୍ନି ନିରାପତ୍ତା ଓ ଗ୍ରୀଷ୍ମ ପ୍ରବାହ ସଚେତନତା କାର୍ଯ୍ୟକ୍ରମ ର ଏକ ମକ୍ ଡ୍ରିଲ୍ ପ୍ରଦର୍ଶନ

Sunil Chandra Nayak

ପିଡ଼ିଏସ ଗୋଦାମ ଗୃହ କାର୍ଯ୍ୟକ୍ଷମ କରିବାକୁ ବ୍ଲକ ଉପାଧ୍ୟକ୍ଷ ଙ୍କୁ ଦାବି କଲେ ଖଲିଗଡ଼ ଗ୍ରାମବାସୀ

ନନ୍ଦାହାଣ୍ଡି ବ୍ଲକରେ ଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ : ପ୍ରଶାସନିକ କାର୍ଯ୍ୟ, ଉନ୍ନୟନମୂଳକ ଯୋଜନା ଓ ଜନସେବା ପ୍ରଦାନର ସମୀକ୍ଷା 

Leave a Comment

error: Content is protected !!