ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କାଳବନ୍ଧ ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ମୂତ୍ଯୁ ଘଟଣାକୁ ନେଇ ନ୍ୟାୟିକ ତଦନ୍ତ, ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ସମସ୍ତ ସରକାରୀ ଓ ବେସରକାରୀ ଆବାସିକ କେନ୍ଦ୍ରର ପ୍ରଣାଳୀ ସଂଶୋଧନ ଦାବିରେ ବିଜେଡ଼ି ତରଫରୁ ଶନିବାର ୧୮ ତାରିଖ ୧୨ ଘଣ୍ଟିଆ ହଡତାଳ

କାଳବନ୍ଧ ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ମୂତ୍ଯୁ ଘଟଣାକୁ ନେଇ ନ୍ୟାୟିକ ତଦନ୍ତ, ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ସମସ୍ତ ସରକାରୀ ଓ ବେସରକାରୀ ଆବାସିକ କେନ୍ଦ୍ରର ପ୍ରଣାଳୀ ସଂଶୋଧନ ଦାବିରେ ବିଜେଡ଼ି ତରଫରୁ ଶନିବାର ୧୮ ତାରିଖ ୧୨ ଘଣ୍ଟିଆ ହଡତାଳ

ରାଇରଙ୍ଗପୁର – ୧୭/୦୪  ମୟୂରଭଂଜ ଜିଲ୍ଲାର ଏପ୍ରିଲ ୧୪ ତାରିଖ ଦିନ ରାସଗୋବିନ୍ଦପୁର କାଳଵନ୍ଧ ଆଶ୍ରମ ସ୍କୁଲ୍ ବିଷାକ୍ତ ଅଖାଦ୍ୟ ଖାଇ ନାବାଳିକା ରୁପାଲି ବେଶ୍ରା ଙ୍କ ମୃତ୍ୟୁ ସହ ଶତାଧିକ ଛାତ୍ରୀ ବିଭିନ୍ନ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନେଇ ସାରା ଜିଲ୍ଲାରେ ଅଭିଭାବକଙ୍କ ମଧ୍ୟରେ କୋକୁଆ ଭୟ ଓ ଅସନ୍ତୋଷ ବୃଦ୍ଧି ପାଇଛି ।ଘଟଣାକୁ ନେଇ ରାଜ୍ୟ ସରକାର ୩ ଲକ୍ଷ ଟଙ୍କା ଚେକ ଦେଇ ଆରଡିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ପାଇଁ ପଳାଇଯାଇଛନ୍ତି । ୧୪ ତାରିଖ ଘଟଣାକୁ ନେଇ ସେତେବେଳେ ଗ୍ରାମବାସୀ ଓ ପୋଲିସଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି ।ପୋଲିସ ଓ ଜନତା ଉଭୟ ଆଘାତପ୍ରାପ୍ତ ହୋଇଥିଲେ ।ଘଟଣାକୁ ନେଇ ବିଜେଡ଼ି ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଅଣ୍ଟା ଭିଡିଛି ।ସାରା ରାଜ୍ୟରେ ସରକାରୀ ଆବାସିକ କେନ୍ଦ୍ରର ଅବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କୁ ଶାରିରୀକ , ମାନସିକ ଓ ଯୌନ ନିର୍ଯ୍ୟାତନା କିଛିମାତ୍ରାରେ ଲୋକଲୋଚନକୁ ଆସୁଥିବାବେଳେ ଲୋକ ଲଜ୍ଜାରେ ବହୁ ଘଟଣା ଚାପି ଦିଆଯାଉଛି ।ବେସରକାରୀ ଆବାସିକ କେନ୍ଦ୍ରରେ ତ ଆହୁରି ବିପର୍ଯ୍ୟସ୍ତ ବ୍ୟବସ୍ଥା ।ସରକାରଙ୍କର ସେମାନଙ୍କ ହଷ୍ଟେଲ ପରିଦର୍ଶନ,ଖାଦ୍ୟ ମାନ, ଦାୟିତ୍ବ ନିର୍ଦ୍ଧାରଣ, ପ୍ରଣାଳୀ ଗତ ସଂଶୋଧନ ପାଇଁ କିଛି ନିୟମ କାନୁନ କରି ନାହାନ୍ତି ।ଯାହାଫଳରେ କୁନିକୁନି ପିଲାଙ୍କୁ ଜୀବନ ଚାପରେ ଦୁର୍ବିସହ ପାଲଟିଛି ।କାଳଵନ୍ଧ ଆଶ୍ରମ ସ୍କୁଲର ସ୍ବର୍ଗତା ଛାତ୍ରୀ ରୁପାଲି ବେଶ୍ରାଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ, ଆରଡିସ ତଦନ୍ତ ପରିବର୍ତେ ନ୍ୟାୟିକ ତଦନ୍ତ, ବିଦ୍ୟାଳୟର ଦାୟିତ୍ଵରେ ଥିବା ପ୍ରଶିକ୍ଷକ, ମେଟ୍ରୋରେ, କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଦାୟିତ୍ଯଵ ନିଦ୍ଧାରଣ, ପ୍ରଣାଳୀରେ ସଂଷଳଶୋଧନ ଦାବିରେ ବିଜେଡ଼ି ତରଫରୁ ଆସନ୍ତା ଶନିବାର ୧୮ ତାରିଖ ଦିନ ହରତାଳ ଡାକରା ଦିଆଯାଇଛି ।ଏହାର ଏକମାତ୍ର ଉଦ୍ଦେଶ୍ୟ ସରକାର ସଚେତନ ହୁଅନ୍ତୁ ପ୍ରଶାସନ, ସ୍କୁଲର ଶିକ୍ଷକ କର୍ମଚାରୀ ନିଜ ଦାୟିତ୍ବ ପ୍ରତି ସଚେତନ ହେବା ଏହାର ଏକମାତ୍ର ଉଦ୍ଦେଶ୍ୟ ବୋଲି ବିଜେଡ଼ି ଜିଲ୍ଲା ସଭାପତି ସୁଦାମ ମାରାଣ୍ଡି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ

Sunil Chandra Nayak

ରାଇରଙ୍ଗପୁର ରେ ବିଜେପି କର୍ମିଙ୍କୁ ଉତ୍ତରାଖଣ୍ଡର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତ୍ରିଵେନ୍ଦ୍ର ସିଂଙ୍କ ନିର୍ବାଚନ ବିଜୟର ଗୁରୁମନ୍ତ୍ର

masiha

ସବୁ ସମସ୍ୟା କୁ ମିଳିତ ଭାବେ ସମ୍ମୁଖୀନ କରିବ ଓବିସି, ଏସ୍ ଟି, ଏସ୍ ସି ଓ ସଂଖ୍ୟାଲଘୁ ମିଳିତ ମହାସଂଘ

Sunil Chandra Nayak

Leave a Comment

error: Content is protected !!