ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନାଥ କୁନି ଝିଅ ରିଆ ର ଦୁଃଖଭରା ଜୀବନ: ପ୍ରଶାସନୀୟ ସହାୟତା ପାଇଁ ଦାବୀ 

ଅନାଥ କୁନି ଝିଅ ରିଆ ର ଦୁଃଖଭରା ଜୀବନ: ପ୍ରଶାସନୀୟ ସହାୟତା ପାଇଁ ଦାବୀ 

(ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ )

ସିନାପାଲି: ୨୦/୦୪ : ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଭରୁଆମୁଣ୍ଡା ଗ୍ରାମପଞ୍ଚାୟତ ଚଚରାଭଟା ଗ୍ରାମର ଏକ କୁନି ଝିଅ ରିଆ ଛତ୍ରିଆଙ୍କ ଜୀବନ ଆଜି ଦୁଃଖ ଓ ଅସହାୟତାର ଚିତ୍ର ଆଙ୍କି ଦେଉଛି । କମ୍ ବୟସରେ ଜୀବନର କଠୋର ସତ୍ୟ ସମ୍ମୁଖୀନ ହୋଇଥିବା ଏହି ଝିଅଟି ଏବେ ସମାଜ ଓ ପ୍ରଶାସନର ସହାନୁଭୂତି ଓ ସହଯୋଗ ପାଇଁ ଆଶାରେ ଅପେକ୍ଷା କରୁଛି । ସୂଚନା ଅନୁସାରେ, ରିଆ ଙ୍କ ପିତା କହିଲେ କିଏ ନ ଜାଣେ କିନ୍ତୁ ଦୁଃଖ ର ବିଷୟ । ତା ପରେ ଗତ ବର୍ଷ ତାଙ୍କ ମାଆ ଯମୁନା ଛତ୍ରିଆ ଙ୍କ ମୃତ୍ୟୁ ଘଟିବାରୁ ସେ ସଂପୂର୍ଣ୍ଣ ଭାବେ ଅନାଥ ହୋଇପଡିଛନ୍ତି । ବର୍ତ୍ତମାନ ସେ ତାଙ୍କ ମାମୁଁ ଫୁଳଚନ ଛତ୍ରିଆ ଙ୍କ ଆଶ୍ରୟରେ ରହୁଛନ୍ତି, କିନ୍ତୁ ମାମୁଁଙ୍କ ପରିବାର ମଧ୍ୟ ଦରିଦ୍ର ସୀମାରେଖା ତଳେ ଥିବାରୁ ଝିଅଟି ଙ୍କ ଜୀବନ ଏକ ବଡ଼ ସମସ୍ୟା ହୋଇପଡିଛି । ରିଆଙ୍କ ପାଇଁ ନିୟମିତ ଭାବେ ଖାଦ୍ୟ, ଶିକ୍ଷା ଓ ରହଣି ଯୋଗାଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଯାଇଛି । ତାଙ୍କ ଭବିଷ୍ୟତ ଅନିଶ୍ଚିତତାର ଅନ୍ଧକାରରେ ଢାକିଯାଉଛି । ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଯଦି ପ୍ରଶାସନ ପକ୍ଷରୁ ସମୟୋଚିତ ସହାୟତା ମିଳେ, ତେବେ ଏହି କୁନି ଝିଅଟି ଆଗକୁ ଶିକ୍ଷାରେ ଓ ଜୀବନରେ ଆଗକୁ ବଢ଼ିପାରିବ । ଦୁଃଖର କଥା, ଏପର୍ଯ୍ୟନ୍ତ ରିଆଙ୍କୁ କୌଣସି ପ୍ରକାର ସରକାରୀ ସହାୟତା ପ୍ରଦାନ କରାଯାଇନାହିଁ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଓ ଚିନ୍ତା ପ୍ରକାଶ ପାଇଛି । ସେହିପରି, ସାଧାରଣ ଜନତାଙ୍କ ଦାବୀ ହେଉଛି ଯେ, ପ୍ରଶାସନ ତୁରନ୍ତ ଏହି ଘଟଣାକୁ ଗମ୍ଭୀରତାର ସହ ପଦକ୍ଷେପ ନେଇ ଝିଅଟିଙ୍କ ପାଇଁ ଶିକ୍ଷା, ଖାଦ୍ୟ, ନିବାସ ସହିତ ସମସ୍ତ ଆବଶ୍ୟକ ଖର୍ଚ୍ଚ ବହନ କରିବାକୁ ଆଗକୁ ଆସନ୍ତୁ, ତା ସହ ଶିଶୁ କଳ୍ୟାଣ ଯୋଜନା ମାଧ୍ୟମରେ ତାଙ୍କୁ ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ଦେବା ପାଇଁ ଦ୍ରୁତ ପଦକ୍ଷେପ ନିଆଯିବା ଆବଶ୍ୟକ । ପ୍ରଶାସନ ଯଦି ଠିକ ସମୟରେ ଦୃଷ୍ଟି ଦେଉଛି, ତେବେ ରିଆ ଭଳି ଏକ ନିର୍ଦୋଷ ଜୀବନ ଅନ୍ଧକାରରୁ ଆଲୋକ ଦିଗକୁ ଯାଇପାରିବ ।

Related posts

ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟରେ କୁଳପତି ସମେତ ଖାଲି ପଡ଼ିଥିବା ଅଧ୍ୟାପକ, ପ୍ରଫେସର ଓ ଶିକ୍ଷା କର୍ମଚାରୀ ପଦବୀ ତୁରନ୍ତ ପୂରଣ କରିବା ଦାବିରେ ସରା ଓଡ଼ିଶା ଦାବି ଦିବସ ପାଳନ 

Sunil Chandra Nayak

ବିଜେଡି ଶଙ୍ଖ ଭବନରୁ ରଘୁନାଥ ମହାନ୍ତି ବସ୍ତାରେ ପହଞ୍ଚିବାପରେ ଶୁଭେଛାର ବାର୍ତ୍ତା କର୍ମୀ ମହଲରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି 

Sunil Chandra Nayak

ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!