ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ସ୍ଥାନରେ ପଣା ବଣ୍ଟନ କାର୍ଯ୍ୟକ୍ରମ 

ବିଭିନ୍ନ ସ୍ଥାନରେ ପଣା ବଣ୍ଟନ କାର୍ଯ୍ୟକ୍ରମ 

ରାଉରକେଲା: ଅକ୍ଷୟ ତୃତୀୟା ଅବସରରେ ସହରର ବିଭିନ୍ନ ସ୍ଥାନରେ ପଣା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା।

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ

ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ସାତ ସତର ଛକ ଠାରେ ଟଙ୍କ ତୋରାଣି ବଣ୍ଟନ କରିଥିଲେ। ଟ୍ରଷ୍ଟି ଆଲୋକ ରଂଜନ ମଲ୍ଲିକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଜିଏଚ ର ନିର୍ଦ୍ଦେଶକ ଡାକ୍ତର ଜୟନ୍ତ ଆଚାର୍ଯ୍ୟ ଓ ସତ୍ୟଶ୍ରୀ ଆଚାର୍ଯ୍ୟ ଅତିଥି ଭାବେ ଯୋଗଦେଇ ଏହି ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରାମକୃଷ୍ଣ ତ୍ରିପାଠୀ, ବ୍ରଜେନ୍ଦ୍ର ଦାଶ, ବିମଳ ବିଶି,ଗଗନ ପଣ୍ଡା, ଅରବିନ୍ଦ ଦାସ, ସତ୍ୟାନନ୍ଦ ବେହେରା, ବିକ୍ରମ ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ। ଅନୁଷ୍ଠାନର ମଳୟ ମହାନ୍ତି, ବିରଞ୍ଚି କୁମାର ବେଉରା, ବିକାଶ ସେଠୀ, ଶ୍ରୀଶ୍ବେତା ମହାନ୍ତି, ସଞ୍ଜୟ ଦାସ, ଗିରିଧାରୀ ସ୍ବାଇଁ, ଅକ୍ଷୟ ଭୋଇ,ସୀମାଞ୍ଚଳ ମହାରଣା, ରାମଚନ୍ଦ୍ର ସ୍ବାଇଁ, ସୁମନ୍ତ ଉପାଧ୍ୟାୟ, ଜଗନ୍ନାଥ ରାଉତ ଓ ଅନ୍ୟମାନେ ଉପସ୍ଥିତ ରହି ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଟ୍ରଷ୍ଟି ଶ୍ରୀ ମଲ୍ଲିକ ସୂଚନା ଦେଇ କହିଛନ୍ତି ଯେ ଜୁନ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ ସହରରେ ବିଭିନ୍ନ ଛକ ମାନଙ୍କରେ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ନିଖିଳ ଉତ୍କଳ କୈବର୍ତ୍ତ ସମାଜ

ନିଖିଳ ଉତ୍କଳ କୈବର୍ତ୍ତ ସମାଜ ତରଫରୁ ସେକ୍ଟର ୧୯ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖ ସ୍ଥାନରେ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡ଼ଃ ସୁମନ ଦତ୍ତ, ଉପେନ୍ଦ୍ର ନାୟକ, ରାଜୀବ ପାଣି, ଗଙ୍ଗାଧର ଦାଶ,ଆଲୋକ ବୋଷ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପଥଚାରୀ ଙ୍କ ମଧ୍ୟରେ ପଣା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସର୍ବଶ୍ରୀ ବନ୍ଧୁଆ ବେହେରା, ଧନେଶ୍ଵର ତରାଇ, ପବିତ୍ର ବେହେରା, ସୁଧାକର ସାହୁ, ଦୀନବନ୍ଧୁ ସୀଠ, ଲକ୍ଷ୍ମୀପ୍ରିୟା ବେହେରା, ପରମାନନ୍ଦ ସାହୁ, ଆର୍ତ୍ତତ୍ରାଣ ବେହେରା, ସାଧୁ ବେହେରା, ସୁରେଶ ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ବିହାର ସାଂସ୍କୃତିକ ପରିଷଦ

ବିହାର ସାଂସ୍କୃତିକ ପରିଷଦ ତରଫରୁ ପାନୀୟ ଜଳ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରିଷଦ ତରଫରୁ ସର୍ବଶ୍ରୀ ଅରୁଣ ସିଂ,ରାମ ସିଂ,ରବି ରାୟ,ବିନ୍ଦେଶ୍ବରୀ ସିଂ,ଗୈ।ରୀ ସିଂ,ଏସ ଏସ ରାଣା, ସଞ୍ଜୟ ସିଂ,ସଞ୍ଜୟ ଖରୱର, ମହେନ୍ଦ୍ର ଶର୍ମା, ଅଭିଷେକ ସିଂ,ଉମା ସିଂ, ଉପେନ୍ଦ୍ର ସିଂ, ମହେନ୍ଦ୍ର ସିଂ,କ୍ରିଷ୍ଟେନ ସାହୁ, ଓସେର ପ୍ରସାଦ, ରାଜକୁମାର ପାଣ୍ଡେ, ସନ୍ତୋଷ ସିଂ,ସୀମା ଦେବୀ,ରୁବି ଦେବୀ ହରିଶଙ୍କର ସା,ଗୁଡୁ ସିଂ,ବଣ୍ଟି ସା, ଜିତେନ୍ଦ୍ର ସିଂ, ରାଜକୁମାର ପ୍ରସାଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପକ୍ଷାଘାତ ରୋଗରେ ଆକ୍ରାନ୍ତ ଧୂରୁବ ଜେନା ଙ୍କୁ ସହାୟତା କରିଲେ ସ୍ବେଛା ସେବୀ ସଂଘଟନ ଆଦ୍ୟାଶା ଫାଉଣ୍ଡେସନ

masiha

ଦାସୀ ଗାଁ ପଞ୍ଚାୟତ ରେ ଭତ୍ତା ବାଣ୍ଟିଲେ ବିଧାୟକ

Sunil Chandra Nayak

କାଳୁ ବୃଷଭ ର ମୃତ୍ୟୁ :ଦୁଇଦିନ ଆତଙ୍କ ଖେଳାଇ ଦେଇଥିଲା

Sunil Chandra Nayak

Leave a Comment

error: Content is protected !!