ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ 

ଡାବୁଗାଁରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ 

ଡାବୁଗାଁ, ୨୪/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ପରିସରରେ ଶୁକ୍ରବାର ସନ୍ଧ୍ୟାରେ ଜାତୀୟ ପଞ୍ଚାୟତିରାଜ ଦିବସ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଙ୍କ ସଭାପତିତ୍ଵ ରେ ପାଳିତ ହୋଇଛି । ଏଥିରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ଅବିଭାଷଣ ପ୍ରଦାନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଭାଜପା ଜିଲା ମୋର୍ଚ୍ଚା ସଭାପତି ତଥା ଗଣଶିକ୍ଷା ମନ୍ତ୍ରୀ ଙ୍କ ପ୍ରତିନିଧି ସୁଭାଜିତ୍ ପାଣିଗ୍ରାହି, ସାଂସଦ ପ୍ରତିନିଧି ଜେ. ରାଜ ଶେଖର ରାଓ, ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଡିଓ ସମୀର ପାତ୍ର, ଡାବୁଗାଁ ଜିଲା ପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ସମସ୍ତ ପଞ୍ଚାୟତ ପ୍ରତିନିଧି, ସମସ୍ତ ସରପଞ୍ଚ, ସମସ୍ତ ସମିତି ସଭ୍ୟା ସଭ୍ୟ ଓ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ | ଅତିଥି ମାନେ ନିଜ ନିଜ ଅବିଭାଷଣରେ କହିଥିଲେ ଯେ ପଞ୍ଚାୟତିରାଜ ବ୍ୟବସ୍ଥାର ଗୁରୁତ୍ୱ ଓ ଗ୍ରାମୀଣ ଉନ୍ନତିରେ ଏହାର ଭୂମିକା ବିଷୟରେ ମତ ପ୍ରକାଶ କରିବା ସହ ଯେ, ପଞ୍ଚାୟତିରାଜ ବ୍ୟବସ୍ଥା ଗ୍ରାମ ସ୍ତରରେ ଲୋକତନ୍ତ୍ରକୁ ସୁଦୃଢ କରିବା ସହ ଲୋକଙ୍କ ସମସ୍ୟାର ସମାଧାନରେ ମୁଖ୍ୟ ଭୂମିକା ନିଭାଉଛି। ଗ୍ରାମ ଉନ୍ନୟନ, ପାନୀୟ ଜଳ, ରାସ୍ତା, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ପଞ୍ଚାୟତ ମାନଙ୍କ ଅବଦାନ ଅପାର ବୋଲି ସେମାନେ କହିଥିଲେ | ଏହି କାର୍ଯ୍ୟକ୍ରମ ରେ ୧୪ ଜଣ ହିତାଧିକାରୀ ଙ୍କୁ ସମୟ ୬ ମଧ୍ୟରେ ଗୃହ କାର୍ଯ୍ୟ ସମୂର୍ଣ୍ଣ କରିଥିବାରୁ ସେମାନଙ୍କୁ ପ୍ରୋତ୍ସାହନ ରାଶି ବଣ୍ଟନ, ୧୨୬ ଜଣ ହିତାଧିକାରୀ ଙ୍କୁ ଅନ୍ତଦ୍ୟୋୟ ଗୃହ ଯୋଜନାରେ ଗୃହର କାର୍ଯ୍ୟ|ଦେଶ ବଣ୍ଟନ କରାଯାଇଛି । ଶେଷରେ ସମସ୍ତେ ଗ୍ରାମ ଉନ୍ନତି ଓ ସ୍ୱଚ୍ଛ ପ୍ରଶାସନ ପାଇଁ ସମିଳିତ ଭାବେ କାମ କରିବାକୁ ସଂକଳ୍ପ ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଟାଉନଥାନା ରେ ନବ ନିଯୁକ୍ତ ଆଇ.ଆଇ .ସି. ଭାବେ ରୋଜାଲିନ ବେହେରା ଙ୍କ ଦାୟିତ୍ଵ ଗ୍ରହଣ 

masiha

ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟର ୧୯୯୮ ମସିହା ବ୍ଯାଚ ତରଫରୁ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଉ ଅନ୍ନ ପ୍ରସାଦ ବଣ୍ଟନ

Sunil Chandra Nayak

ଢେ଼ଙ୍କାନାଳ ଥିଙ୍କର୍ସ୍ ଫୋରମର ପୂଜ୍ୟପୁଜା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!