ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭୁବନ ଗ୍ୟାରେଜରୁ ୧୫ ଟି ଚୋରା ବାଇକ୍ ଉଦ୍ଧାର,୩ ଗିରଫ

ଭୁବନ ଗ୍ୟାରେଜରୁ ୧୫ ଟି ଚୋରା ବାଇକ୍ ଉଦ୍ଧାର,୩ ଗିରଫ

କାମାକ୍ଷାନଗର – ଢେ଼ଙ୍କାନାଳ ଟାଉନ୍ ଥାନା ପୋଲିସ କୁ ବଡ ସଫଳତା ମିଳିଛି। ଭୁବନ ଏନ୍ ଏ ସି ଅନ୍ତର୍ଗତ ରଗଡ଼ି ଛକରେ ଥିବା ଏକ ଗ୍ୟାରେଜ ରୁ ୧୫ ଟି ଚୋରା ମଟର ସାଇକେଲ ଜବତ କରାଯାଇଥିବା ଜଣାପଡ଼ିଛି । ଦିନକୁ ଦିନ ବାଇକ ଚୋରି ବଢିବାରେ ଲାଗିଥିଲା । ଭୁବନର ତିନିଜଣ ଯୁବକ ବିଭିନ୍ନ ସ୍ଥାନରୁ ଗାଡ଼ି ଚୋରି କରି ସିଧା ଭୁବନ ନେଇଆସି ଏକ ଗ୍ୟାରେଜ ରେ ଖୋଲା ଖୋଲି କରି କିଛି ଦିନ ପରେ ସମୟ ସୁବିଧା ଦେଖି ବିକ୍ରି କରି ଦେଉଥିଲେ । ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବରପାଇ ଢେଙ୍କାନାଳ ଟାଉନ୍ ଥାନା ପୋଲିସ ବୁଧବାର ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ରଗଡି ଛକ ନିକଟ ଏକ ବାଇକ୍ ଗ୍ୟାରେଜରେ ଚଢାଉ କରିଥିଲେ । ଗ୍ୟାରେଜରୁ ପନ୍ଦରଟି ଚୋରା ବାଇକ ଜବତ କରିବା ସହିତ ତିନିଜଣଙ୍କୁ ଗିରଫ କରିଥିଲା । ଗିରଫ ତିନି ଜଣ ମଧ୍ୟରେ ଗ୍ୟାରେଜ ମାଲିକ ଗୌରାଙ୍ଗ ବିହାରୀ ଙ୍କ ପୁତ୍ର ମାନସ ବିହାରୀ , ମଙ୍ଗୁଳି ସାହୁ ଙ୍କ ପୁତ୍ର ପ୍ରଫୁଲ୍ଲ ସାହୁ ଓ ଭରତ ଚନ୍ଦ୍ର ଶୁକ୍ଳା ଙ୍କ ପୁଅ ଜ୍ୟୋତିଷ ଶୁକ୍ଳା ସମସ୍ତେ ଭୁବନ ଏନ୍ ଏ ସି ବାସିନ୍ଦା ବୋଲି ଜଣାପଡିଛି। ସମସ୍ତ ଚୋରା ବାଇକ ଟାଉନ ଥାନାକୁ ନିଆଯାଇଛି ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ପୋଲିସ କୁ ବଡ଼ ସଫଳତା

Sunil Chandra Nayak

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣକୁ କୋର୍ଟ ଚାଲାଣ

masiha

ମୋଟର ପମ୍ପ ଚୋରି ଅଭିଯୁକ୍ତଙ୍କୁ ଧରିଲା ତେନ୍ତୁଳିଖୁଣ୍ଟି ପୋଲିସ

Sunil Chandra Nayak

Leave a Comment

error: Content is protected !!