ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରବୀନ୍ଦ୍ର ନାଥ ଟେଗୋରଙ୍କ ୧୬୫ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଜାତୀୟ ସ୍ତରୀୟ ସଙ୍ଗୀତ ସମାରୋହ ଅନୁଷ୍ଠିତ

ରବୀନ୍ଦ୍ର ନାଥ ଟେଗୋରଙ୍କ ୧୬୫ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଜାତୀୟ ସ୍ତରୀୟ ସଙ୍ଗୀତ ସମାରୋହ ଅନୁଷ୍ଠିତ 

ରାଉରକେଲା : ରାଉରକେଲା ସେକ୍ଟର ୫ ସ୍ଥିତ ଭଞ୍ଜଭବନ ପ୍ରେକ୍ଷାଳୟରେ ରବୀନ୍ଦ୍ର ନାଥ ଟାଗୋରଙ୍କ ୧୬୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ଜାତୀୟ ସ୍ତରୀୟ ଦେଶର ୧୧ଟି ସହରରେ ଆୟୋଜିତ ହୋଇଯାଇଛି । ଏ ପରିପ୍ରେକ୍ଷୀରେ ରାଉରକେଲା ଗୀତିମାଲ୍ୟ ଅନୁଷ୍ଠାନ ପକ୍ଷରୁ ଦ୍ଵିତୀୟ ବର୍ଷ ଚିରନୂତନ ଶୀର୍ଷକ ରବୀନ୍ଦ୍ର ନାଥ ଟେଗୋରଙ୍କ ସ୍ମରଣରେ ଏହି ଜାତୀୟ ସ୍ତରୀୟ ସଙ୍ଗୀତ କାର୍ଯ୍ୟକ୍ରମ ସ୍ଥାନୀୟ ଭଞ୍ଜଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ମୁଖ୍ୟ ବିଶେଷତ୍ୱ ହେଉଛି ଏକା ସାଙ୍ଗରେ ୧୧ଟି ସହରରେ ରବୀନ୍ଦ୍ର ନାଥ ଟେଗୋରଙ୍କ ରଚିତ ୧୭ଟି ଗୀତ ଗାୟନ କରାଯାଇଥିଲା । ଏଥି ସହିତ ପ୍ରତ୍ୟେକ ସ୍ଥାନରେ ୧୦୦ ଜଣ ପ୍ରତିଯୋଗୀ ସାମିଲ ହୋଇ ଏକା ସହିତ ସଙ୍ଗୀତ ପରିବେଷଣ କରିଥିଲେ । ଯାହା ଶତକଣ୍ଠ ସହସ୍ର କଣ୍ଠ ଭାବେ ଗୋଟିଏ ସାଙ୍ଗରେ ୧୧ଟି ସହରର ୧୧ଶହ ପ୍ରତିଭାଗୀ ସଙ୍ଗୀତ ଗାନ କରିଥିଲେ । ୧୧ଟି ସହର ହେଲା ନୂଆଦିଲ୍ଲୀ, ନାଭି ମୁମ୍ବାଇ, ବାଙ୍ଗଲୋର, ଚେନ୍ନାଇ, ହାଇଦ୍ରାବାଦ, ରାଉରକେଲା, ଭୋପାଳ, ଭିଲାଇ,ଜାମସେଦପୁର, ସିଲଚର ଏବଂ କଲିକତା । ଏହି କାର୍ଯ୍ୟକ୍ରମ ଟି ୧ ଘଣ୍ଟା ୧୭ ମିନିଟ ୭ ସେକେଣ୍ଡ ପର୍ଯ୍ୟନ୍ତ ଚାଲିଥିଲା । ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ନୋବେଲ ପୁରସ୍କାର ବିଜେତା ଗୁରୁ ରବୀନ୍ଦ୍ର ନାଥ ଟେଗୋରଙ୍କ ଚିର ସ୍ମରଣୀୟ ସଙ୍ଗୀତକୁ ଘରେ ଘରେ ପହଞ୍ଚାଇବା ଏବଂ ଦେଶବ୍ୟାପୀ ରହୁଥିବା ପ୍ରବାସୀ ବଙ୍ଗାଳୀ ମାନଙ୍କୁ ଏ ସମାରୋହ ମାଧ୍ୟମରେ ରବୀନ୍ଦ୍ର ସଙ୍ଗୀତକୁ ପୁନର୍ଜୀବିତ କରିବା ପାଇଁ ଆୟୋଜନ କରାଯାଇଥିଲା । ଗୀତିମାଲ୍ୟାର ପ୍ରତିଷ୍ଠାତା ସୁସ୍ମିତା ନସ୍କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପି ମାନବ ସମ୍ବଳ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ତରୁଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମକୁ ଅଦ୍ଭୁତପୂର୍ବ କହିବା ସହ ଅନୁଷ୍ଠାନର ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିବା ବ୍ୟକ୍ତି, ସାମ୍ବାଦିକ, ଆଶିଷ କୁମାର ନାୟକ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୋଏନା ଦସ୍ତିଦାର, କୋୟଲ ସାହା, ରାଖି ନନ୍ଦୀ ସେନ, ଶର୍ମିଷ୍ଠା ବାନାର୍ଜୀ, ବାସୁବି ବାନାର୍ଜୀ, ରିମି ଚକ୍ରବର୍ତ୍ତୀ ଏବଂ ପ୍ରଣୟ ଘୋଷ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ |

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତ୍ରୀନାଥ ମନ୍ଦିରର ରତ୍ନ ମୁଦ ଓ ଅଷ୍ଟ ପ୍ରହର ନାମଯଜ୍ଞ ପାଇଁ ଶୁଭ ଖମ୍ବ ସ୍ଥାପନ ଉତ୍ସଵ ଅନୁଷ୍ଠିତ

Sunil Chandra Nayak

୧୦ ଦଫା ଦାବିରେ ଡାକ କର୍ମଚାରୀ ଙ୍କ ବିକ୍ଷୋଭ 

Sunil Chandra Nayak

ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ କଳାହାଣ୍ଡି ଜିଲ୍ଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ

Sunil Chandra Nayak

Leave a Comment

error: Content is protected !!