ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଆଜିର ଦିବସର ଅନୁଚିନ୍ତା : ମେ ୧୫ ତାରିଖ : ସଭ୍ୟତା,ବିଜ୍ଞାନ ଏବଂ ବିଶ୍ୱ ପରିବାର ଚେତନାର ଏକ ମହାର୍ଘ ସମନ୍ୱୟ

ଆଜିର ଦିବସର ଅନୁଚିନ୍ତା : ମେ ୧୫ ତାରିଖ : ସଭ୍ୟତା,ବିଜ୍ଞାନ ଏବଂ ବିଶ୍ୱ ପରିବାର ଚେତନାର ଏକ ମହାର୍ଘ ସମନ୍ୱୟ

  ଡ଼ା.ଦେବୀ ପ୍ରସାଦ ମିଶ୍ର,

କାଳର ଅବିରତ ସ୍ରୋତରେ ମେ ୧୫ ତାରିଖ ଏକ ଅର୍ଥବହ ଅଧ୍ୟାୟ ସ୍ୱରୂପେ ସ୍ମରଣୀୟ।ଏହି ଦିନ କାଳଖଣ୍ଡର ଏକ ସାଧାରଣ ଦିବସ ନୁହେଁ,କେବଳ ପଞ୍ଜିକାର ଏକ ସାଧାରଣ ତାରିଖ ନୁହେଁ,ବରଂ ମାନବ ସଭ୍ୟତା,ବିଜ୍ଞାନଚେତନା ଓ ବିଶ୍ୱ ପାରିବାରିକ ଚେତନା ରୂପକ ମୂଲ୍ୟବୋଧର ଏକ ମହାର୍ଘ ସମନ୍ୱୟର ପ୍ରତୀକ। 

ବିଶ୍ୱସ୍ତରରେ ଆଜିର ଦିନଟି ‘ଆନ୍ତର୍ଜାତୀୟ ପରିବାର ଦିବସ’ ଭାବେ ପାଳିତ ହୋଇଥାଏ।ଭାରତୀୟ ଜ୍ଞାନ ପରମ୍ପରାର ଓ ସଂସ୍କୃତିର ମହାନ ଦର୍ଶନ ‘ବସୁଧୈବ କୁଟୁମ୍ବକମ୍’ ଅର୍ଥାତ୍ ‘ସମଗ୍ର ବିଶ୍ୱ ଏକ ପରିବାର’—ଆଜିର ଦିନର ମୂଳ ସନ୍ଦେଶକୁ ଅଧିକ ସାର୍ଥକ କରେ। 

ଐତିହାସିକ ଗୌରବ,ଜ୍ଞାନର ଆଲୋକ ଏବଂ ବିଜ୍ଞାନର ଜୟଗାନ କ୍ଷେତ୍ରରେ ଆଜିର ଦିନଟି ବିଶେଷ ସ୍ମରଣୀୟ।ଇତିହାସ ଓ ଜ୍ଞାନର ପୃଷ୍ଠା ଓଲଟାଇଲେ ଆଜିର ଦିନ ଅନେକ ମହାନ ବ୍ୟକ୍ତିତ୍ୱଙ୍କ ସ୍ମୃତିରେ ଆଲୋକିତ ହୋଇଉଠେ।ପ୍ରସିଦ୍ଧ ନୋବେଲ ବିଜେତା ଫ୍ରେଞ୍ଚ ଭୌତିକବିଜ୍ଞାନୀ ତଥା ନୋବେଲ ପୁରସ୍କାର ବିଜେତା ପିଏରେ କ୍ୟୁରୀ ୧୮୫୯ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରି ବିଜ୍ଞାନ ଜଗତକୁ ଆଲୋକିତ କରିବା ସଙ୍ଗେ ସଙ୍ଗେ ବିଜ୍ଞାନ ପ୍ରତି ମାନବ ଅନ୍ୱେଷଣର ଅଦମ୍ୟ ସଂକଳ୍ପକୁ ସାକାର କରିଥିଲେ।

ଭାରତ କ୍ଷେତ୍ରରେ ମାନବିକ ଦର୍ଶନର ଅନନ୍ୟ ସାଧକ ତଥା ରବୀନ୍ଦ୍ରନାଥ ଠାକୁରଙ୍କ ପିତା ମହର୍ଷି ଦେବେନ୍ଦ୍ରନାଥ ଠାକୁରଙ୍କ ୧୮୧୭ ମସିହାର ଆଜିର ଦିନରେ ଜନ୍ମ ଏହି ଦିନକୁ ଗୌରବାନ୍ୱିତ କରି ସଭିଙ୍କ ମନରେ ଭାରତୀୟ ଆଧ୍ୟାତ୍ମିକ ଓ ମାନବିକ ଚେତନାକୁ ଅଙ୍କୁରିତ କରିଥାଏ।ସ୍ଵାଧୀନତା ସଂଗ୍ରାମ ଇତିହାସକୁ ଅନୁଧ୍ୟାନ କଲେ,ଦେଶପ୍ରେମର ଅନନ୍ୟ ପ୍ରତୀକ,ସ୍ୱାଧୀନତା ସଂଗ୍ରାମର ଅମର ସୈନିକ,ବୀର ସଂଗ୍ରାମୀ ସୁଖଦେବ ଥାପରଙ୍କ ଜନ୍ମ ଆଜିର ଦିନରେ ହିଁ ହୋଇଥିଲା,ଯାହାଙ୍କ ତ୍ୟାଗ ଆମକୁ ସଦାସର୍ବଦା ଜାତୀୟତାବୋଧରେ ଅନୁପ୍ରାଣିତ କରେ।ଭାରତର ପ୍ରଥମ ଫିଲ୍ଡ ମାର୍ଶଲ କେ.ଏମ୍.କାରିଆପ୍ପାଙ୍କ ୧୯୯୩ ମସିହାର ଆଜିର ଦିନରେ ଶ୍ରାଦ୍ଧ ଦିବସ ମଧ୍ୟ ବିଶ୍ୱବାସୀଙ୍କୁ ଦେଶଭକ୍ତିର ମୂଳମନ୍ତ୍ର ଶିଖାଏ।

ଓଡ଼ିଶାର ପ୍ରେକ୍ଷାପଟରେ ଆମ ଓଡ଼ିଶା ମାଟିର ସଂସ୍କୃତି ସର୍ବଦା ପରିବାର ଓ ସାମାଜିକ ସଂହତି ଉପରେ ଆଧାରିତ।ଆମ ଓଡ଼ିଶାର ସାମାଜିକ ପରମ୍ପରାରେ ପରିବାର ହେଉଛି ସଂସ୍କାରର ପ୍ରଥମ ପାଠଶାଳା।ବର୍ତ୍ତମାନର ବସ୍ତୁବାଦୀ ସମାଜରେ ପାରିବାରିକ ସମ୍ପର୍କ,ମୂଲ୍ୟବୋଧ ଓ ସଂସ୍କୃତିକ ଚେତନାକୁ ଅକ୍ଷୁଣ୍ଣ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ଏଥିପାଇଁ ପାରିବାରିକ ମୂଲ୍ୟବୋଧର ସୁରକ୍ଷା ଏବଂ ସନାତନ ଜ୍ଞାନର ପ୍ରସାର ହିଁ ସମାଜକୁ ଶୃଙ୍ଖଳିତ କରିପାରିବ,ଦିବ୍ୟ ଜ୍ଞାନର ପ୍ରଦୀପ ହିଁ ସଭ୍ୟତାର ପଥକୁ ସଦା ଆଲୋକିତ କରିପାରିବ।ତେବେ ଆସନ୍ତୁ,ଆମେ ସମସ୍ତେ ଆଜିର ଏହି ପବିତ୍ର ଦିବସରେ ଆମର ମହାନ ପରମ୍ପରା,ବିଜ୍ଞାନସମ୍ମତ ଦୃଷ୍ଟିଭଙ୍ଗୀ ଏବଂ ପାରିବାରିକ ସଂହତିକୁ ଅକ୍ଷୁଣ୍ଣ ରଖିବା ପାଇଁ ସଂକଳ୍ପବଦ୍ଧ ହୋଇ ଜ୍ଞାନ,ସଂସ୍କୃତି ଓ ମାନବିକତାର ଆଲୋକରେ ଏକ ସୁସଂଘଟିତ ବିଶ୍ୱ ସମାଜ ଗଠନର ସ୍ୱପ୍ନକୁ ସାକାର କରିବା।

 ଡ଼ା. ଦେବୀ ପ୍ରସାଦ ମିଶ୍ର,

✉️ debisirscience@gmail.com 

/ debiprasadmishra085@gmail.com

Related posts

ଆଜିର ଦିବସର ଅନୁଚିନ୍ତା : ଜୁଲାଇ ୧୨ ତାରିଖ : ମଲାଲା ୟୁସୁଫଜାଇଙ୍କ ବୀରତ୍ଵ ଓ ନାବାର୍ଡର ଗ୍ରାମୀଣ ପ୍ରଗତିର ଚିନ୍ତାଧାରାରେ ସମୟର ସ୍ଵାକ୍ଷର 

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା: ଜୁନ୍ ୧୫ ତାରିଖ : ସମୟର ପୃଷ୍ଠାରେ ଜୁନ୍ ୧୫- 

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା : ମେ’ ୧୦ ତାରିଖ: ଇତିହାସ,ଜ୍ଞାନ ଓ ମାନବତାର ଏକ ସଂକଳ୍ପ ଦିବସ

Leave a Comment

error: Content is protected !!