ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି କଳାହାଣ୍ଡି ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚାର ସମ୍ପାଦକ ହେଲେ ରଞ୍ଜନ କୁମାର ଜାଲ

ବିଜେପି କଳାହାଣ୍ଡି ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚାର ସମ୍ପାଦକ ହେଲେ ରଞ୍ଜନ କୁମାର ଜାଲ

ଜୁନାଗଡ଼,୧୫/୫.( ମନୀ ସ):ଭାରତୀୟ ଜନତା ପାର୍ଟି କଳାହାଣ୍ଡି ଜିଲ୍ଲାର ସଙ୍ଗଠନକୁ ଆହୁରି ସୁଦୃଢ଼, ସକ୍ରିୟ ଓ ଜନମୁଖୀ କରିବା ଲକ୍ଷ୍ୟରେ ଦଳ ପକ୍ଷରୁ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚାର ନୂତନ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି। ଭାରତୀୟ ଜନତା ପାର୍ଟି କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ଅନୁମୋଦନ କ୍ରମେ ଏହି ନୂତନ ତାଲିକା ପ୍ରକାଶ ପାଇଥିବାବେଳେ, ଦଳୀୟ ସଙ୍ଗଠନ, ସାମାଜିକ କାର୍ଯ୍ୟକ୍ରମ ଓ ଜନସେବା କ୍ଷେତ୍ରରେ ନିରନ୍ତର ସକ୍ରିୟ ଭୂମିକା ନିଭାଇ ଆସୁଥିବା ଯୁବ ନେତା ରଞ୍ଜନ କୁମାର ଜାଲଙ୍କୁ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ ଭାବରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରାଯାଇଛି,ରଞ୍ଜନ କୁମାର ଜାଲ ଦୀର୍ଘଦିନ ଧରି ଭାରତୀୟ ଜନତା ପାର୍ଟିର ଜଣେ ସକ୍ରିୟ, ପରିଶ୍ରମୀ ଓ ନିଷ୍ଠାବାନ କର୍ମୀ ଭାବରେ କାମ କରିଆସୁଛନ୍ତି। ସେ ସବୁବେଳେ ଦଳୀୟ କାର୍ଯ୍ୟକ୍ରମରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହ ଗରିବ, ଅସହାୟ ଓ ପଛୁଆ ବର୍ଗର ଲୋକଙ୍କ ସମସ୍ୟାକୁ ସରକାର ଓ ପ୍ରଶାସନ ସମ୍ମୁଖରେ ଉଠାଇ ଆସୁଛନ୍ତି। ଗ୍ରାମାଞ୍ଚଳରେ ସାମାଜିକ ସଚେତନତା, ଯୁବ ସମାଜକୁ ସଙ୍ଗଠିତ କରିବା, ଦଳର ନୀତି ଓ ଆଦର୍ଶକୁ ସାଧାରଣ ଲୋକଙ୍କ ମଧ୍ୟରେ ପହଞ୍ଚାଇବା ଓ ଅନୁସୂଚିତ ଜାତି ସମାଜର ଉନ୍ନତି ପାଇଁ ସେ ନିରନ୍ତର କାର୍ଯ୍ୟ କରୁଥିବାରୁ ଦଳ ତାଙ୍କ ଉପରେ ଏହି ଭରସା ପ୍ରକାଶ କରିଛି।ତାଙ୍କର ସରଳ ବ୍ୟବହାର, ଦଳ ପ୍ରତି ନିଷ୍ଠା, ସଙ୍ଗଠନୀୟ ଦକ୍ଷତା ଓ ସାଧାରଣ ଲୋକଙ୍କ ସହ ନିକଟ ସମ୍ପର୍କ ଥିବାରୁ ସେ ଅଞ୍ଚଳରେ ଜଣେ ଜନପ୍ରିୟ ଯୁବ ନେତା ଭାବରେ ପରିଚିତ ହୋଇପାରିଛନ୍ତି। ଦଳ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଦେଇଥିବାରୁ ଜିଲ୍ଲାରେ ଦଳୀୟ କର୍ମୀ ଓ ସମର୍ଥକମାନଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି ହୋଇଛି। ବିଶେଷକରି ଯୁବ କର୍ମୀମାନେ ଏହାକୁ ଦଳ ପକ୍ଷରୁ ଯୁବ ନେତୃତ୍ୱକୁ ପ୍ରୋତ୍ସାହନ ଓ ସମ୍ମାନ ଦିଆଯାଇଥିବାର ଉଦାହରଣ ବୋଲି କହୁଛନ୍ତି।ନୂତନ ଦାୟିତ୍ବ ପାଇଁ ଶ୍ରୀ ଜାଲ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ୱ ସହ କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ,ମାନ୍ୟବର ସାଂସଦ ମଳବିକା ଦେବୀ, ବିଧାୟକ ସୁଧୀର ପଟ୍ଟଯୋଶୀ, ପୂର୍ବତନ ବିରୋଧୀଦଲ ନେତା ପ୍ରଦୀପ ନାୟକ, ମନୋଜ କୁମାର ମେହେର ଏବଂ ଜିଲ୍ଲାର ସମସ୍ତ ବରିଷ୍ଠ ନେତା ଓ କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦଳ ଯେଉଁ ଭରସା ଓ ବିଶ୍ୱାସ ତାଙ୍କ ଉପରେ ରଖିଛି, ସେ ତାହାକୁ ସଦା ସମ୍ମାନ ଦେଇ ନିଷ୍ଠାର ସହ କାମ କରିବେ ଏବଂ ଆଗାମୀ ଦିନରେ ଅନୁସୂଚିତ ଜାତି ମୋର୍ଚ୍ଚାକୁ ତଳସ୍ତରରେ ଆହୁରି ଶକ୍ତିଶାଳୀ କରିବା ସହ ଦଳର ନୀତି, ଆଦର୍ଶ ଓ ବିକାଶ ମୂଳକ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିବେ।ଜାଲ କହନ୍ତି ଅନୁସୂଚିତ ଜାତି ସମାଜର ଅଧିକାର, ଶିକ୍ଷା, ରୋଜଗାର ଓ ସାମାଜିକ ଉନ୍ନତି ପାଇଁ ସରକାରୀ ଯୋଜନା ଗୁଡ଼ିକୁ ଲୋକଙ୍କ ନିକଟକୁ ପହଞ୍ଚାଇବାରେ ସେ ପ୍ରାଥମିକତା ଦେବେ। ସାଧାରଣ ଲୋକଙ୍କ ସମସ୍ୟାକୁ ସରକାର ଓ ପ୍ରଶାସନ ସମ୍ମୁଖରେ ଉଠାଇ ସମାଧାନ ପାଇଁ ମଧ୍ୟ ସେ ସକ୍ରିୟ ଭୂମିକା ନିଭାଇବେ ବୋଲି କହିଛନ୍ତି।ଜାଲଙ୍କ ଏହି ନିଯୁକ୍ତିକୁ ନେଇ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମହଳରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଆ ଛୁଟିଛି। ଅନେକ ବରିଷ୍ଠ ନେତା ଓ ସମାଜସେବୀମାନେ ମତ ପ୍ରକାଶ କରିଛନ୍ତି ଯେ, ତାଙ୍କ ନେତୃତ୍ୱ, ପରିଶ୍ରମ ଓ ସଙ୍ଗଠନୀୟ କ୍ଷମତା ଆଗାମୀ ଦିନରେ ଦଳକୁ ଆହୁରି ଶକ୍ତିଶାଳୀ କରିବା ସହ ଅନୁସୂଚିତ ଜାତି ସମାଜର ଉନ୍ନତିରେ ନୂତନ ଦିଗ ଦେବ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରମା କଂଗ୍ରେସ ନା ବିଜେଡି ଦଳର?

masiha

ଜିଲ୍ଲାରେ ଅନୁଷ୍ଠିତ ହେବ ବିଜେପିର ନୂତନ ସଦସ୍ୟତା ଅଭିଯାନ କର୍ମଶାଳା 

masiha

ବିଜେଡିର ନୂଆ କାର୍ଯ୍ୟାଳୟ ଶଙ୍ଖ ଭବନ ମୂଖ୍ୟମନ୍ତ୍ରୀ ଙ୍କ କର କମଳରେ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!