ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଓକିଲ ସଂଘ ଓ କଳିଙ୍ଗ ବିଶ୍ବବିଦ୍ୟାଳୟ ପକ୍ଷରୁ ସାଇବର ଆଇନ୍ ଉପରେ ଆଲୋଚନାଚକ୍ର

ରାଉରକେଲା ଓକିଲ ସଂଘ ଓ କଳିଙ୍ଗ ବିଶ୍ବବିଦ୍ୟାଳୟ ପକ୍ଷରୁ ସାଇବର ଆଇନ୍ ଉପରେ ଆଲୋଚନାଚକ୍ର

 ରାଉରକେଲା: ରାଉରକେଲା ଓକିଲ ସଂଘ ଓ କଳିଙ୍ଗ ବିଶ୍ଵବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ସାଇବର ଆଇନ୍ ଓ ଡିଜିଟାଲ ଗଭରର୍ଣାନ୍ସ ଶିର୍ଷକ ଏକ ଆଲୋଚନାଚକ୍ର ଆଇଟିଡିଏ ସମ୍ମିଳନୀ କକ୍ଷରେ ରବିବାର ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଓକିଲ ସଂଘର ସଭାପତି ସଦାନନ୍ଦ ସାହୁଙ୍କ ସଭାପତିତ୍ରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଲୋଚକ ଭାବେ ବରିଷ୍ଠ ଆଇନଜୀବୀ ସୁଜୟ କୁମାର ପାଣି,ରବିଶଙ୍କର ମିଶ୍ର,ପୂର୍ବତନ ରାଉରକେଲା। ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, କଳିଙ୍ଗ ବିଶ୍ବବିଦ୍ୟାଳୟ, ରାୟପୁର ର ଆଇନ ବିଭାଗ ସହାୟକ ପ୍ରଫେସର ବଂଶିକା କପୁର ପ୍ରମୁଖ ଯୋଗଦେଇ ସାଇବର ଆଇନ୍ ଓ ସାଇବର ଅପରାଧ ସହ ଡିଜିଟାଲ ଗଭରର୍ଭାସ ଉପରେ ବ୍ୟାପକ ଆଲୋଚନା କରିଥିଲେ। ସାଇବର ଅପରାଧି ମାନେ ବିଭିନ୍ନ କୌଶଳରେ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବିପୁଳ ପରିମାଣରେ ଅର୍ଥ ଲୁଟ କରି ଚାଲିଛନ୍ତି, ଅନ୍ୟପଟେ ସାଇବର ଅପରାଧ ରୋକିବା ପାଇଁ ଥିବା ଆଇନଗତ ଦଣ୍ଡବିଧାନ ସେତେକି ମାତ୍ରାରେ ସଶକ୍ତ ହୋଇ ପାରିନଥିବାରୁ ଏବଂ ପୁଲିସର ତଦନ୍ତ ପ୍ରକ୍ରିୟା ଶିଥଳ ରହୁଥବାରୁ ଅପରାଧମାନେ ସହଜରେ ସାଇବର ଅପରାଧ ଘଟାଇ ଖସି ଯାଉଛନ୍ତି। ଏଣୁ ସରକାରଙ୍କ ପକ୍ଷରୁ ସାଇବର ଅପରାଧ ରୋକିବା ପାଇଁ ବ୍ୟାପକ ଜନସଚେତନତା କରିବାର ଆବଶ୍ୟକ‌ତା ରହିଛି। ସାଇବର ଅପରାଧର ଅଧିକାଂଶ ମାମଲା ବର୍ଷ ବର୍ଷ ଧରି ତଦନ୍ତ ପ୍ରକ୍ରିୟା ସରୁନାହିଁ, ଫଳରେ ବହୁ ମାମଲା ବିଚାର ନହୋଇ ପଡି ରହିଛି। ସେଥିପାଇଁ ସାଇବର ଠକେଇର ଶିକାର ହେଉଥିବା ବ୍ୟକ୍ତି ଓ ଅନୁଷ୍ଠାନ ଆଇନଗତ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି। ଏଣୁ ସାଇବର ଥାନା ଅଧିକ ଖୋଲିବା ସହିତ ଦକ୍ଷ ତଦନ୍ତକାରୀ ଅଧିକାରୀଙ୍କୁ ନିୟୋଜିତ କରି ପାରିଲେ ମୋକଦ୍ଦମା ଗୁଡିକର ବିଚାର ଶିଘ୍ର ହୋଇପାରିବ ଏବଂ ଠକେଇର ଶିକାର ହେଉଥିବା ବ୍ୟକ୍ତି ବିଶେଷ ତ୍ବରିତ ନ୍ୟାୟ ପାଇପାରନ୍ତେ ବୋଲି ଆଲୋଚକମାନେ ମତପ୍ରକାଶ କରିଥିଲେ। ଡିଜିଟାଲ ଗଭର୍ଣ୍ଣାସ ଦ୍ବାରା ସାଧାରଣ ଜନତା ବହୁ ଉପକୃତ ହୋଇ ପାରୁଛନ୍ତି, ଏହାର ଅଧିକ ସଫଳ ରୂପାୟନ ପାଇଁ ସଚେତନତା କାର୍ଯ୍ୟକ୍ରମ ସରକାର ନିଜ ହାତକୁ ନେବା ଆବଶ୍ୟକତା ଅଛି ବୋଲି ମଧ୍ୟ ମତପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ କଳିଙ୍ଗ ବିଶ୍ଵବିଦ୍ୟାଳୟର ଉପ-ପରିଚାଳିକା ବନଜା ଦଳେଇ ସ୍ବାଗତ ଭାଷଣ ଦେଇଥିବା ବେଳେ ରାଉରକେଲା ଓକିଲ ସଂଘର ସମ୍ପାଦକ ଦେବାନନ୍ଦ ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଆଇନଜୀବୀ ଏମ.ମାଲେଶ୍ଵରମ, ଅନନ୍ତ ନାରାୟଣ ସାହୁ ଏବଂ ପ୍ରଦୀପ୍ତ କୁମାର ରାଉତ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ଆଇନଜୀବୀ ଏମ.ଏସ ପୁରଣ, ତାପସ ପରିଡ଼ା, ପବିତ୍ର ଜେନା, ସୁମିତା ନନ୍ଦ, ଅନୁସୂୟା ପଣ୍ଡା, ରାଜଶ୍ରୀ ମିଶ୍ର, ଲକ୍ଷ୍ମୀ ମାଝୀ, ହରି ଲିଙ୍ଗମ୍ ଦୋରା, ଜସ୍ମିତା ପ୍ରଧାନ, ବିଦ୍ୟାନନ୍ଦ ପ୍ରଧାନ, ଚତ୍ରଭାନୁ ଦାସ, ପ୍ରୀୟା ବାରିକ, ସ୍ନିଗ୍ଧା ଦାସ,ପୂନମ ଓରାମ,ଅରୁଣ କୁଶଲ, ସୁବ୍ରତ ମଲ୍ଲିକ,ବୁଦ୍ଧିରାମ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ। ଓକିଲ ସଂଘର ଏକ ପ୍ରତିନିଧ ଦଳ ଏସ.ପି ଙ୍କୁ ଭେଟି ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୂର ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମତିଥି ମହାସମାରୋହରେ ପାଳିତ

Sunil Chandra Nayak

ମାଣିକେଶ୍ବରୀ ୟୁନିଭର୍ସିଟିର ଛାତ୍ରୀ ତୋଫାଳୀ ମୃତ୍ୟୁ ଘଟଣାକୁ ରାଜନୀତି କରଣକୁ ନିନ୍ଦା ; ନ୍ୟାୟ ପାଇଁ ଲଢ଼େଇ ଜାରୀ ରଖିବ ଫୋରମ୍ 

masiha

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, ସେକ୍ଟର- ୬ରେ ଓଜୋନ ଦିବସ ପାଳିତ

masiha

Leave a Comment

error: Content is protected !!