ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଆଜିର ଦିବସର ଅନୁଚିନ୍ତା: ମେ ୨୫ ତାରିଖ: ଇତିହାସ,ସଂସ୍କୃତି,ବିଜ୍ଞାନ ଓ ପ୍ରଗତିଚେତନାର ଆହ୍ବାନ

ଆଜିର ଦିବସର ଅନୁଚିନ୍ତା: ମେ ୨୫ ତାରିଖ: ଇତିହାସ,ସଂସ୍କୃତି,ବିଜ୍ଞାନ ଓ ପ୍ରଗତିଚେତନାର ଆହ୍ବାନ 

 ଡ଼ା.ଦେବୀ ପ୍ରସାଦ ମିଶ୍ର,

ମେ ୨୫ ତାରିଖ କେବଳ କାଳଖଣ୍ଡର ଏକ ପୃଷ୍ଠା ନୁହେଁ,କେବଳ ପଞ୍ଜିକାର ଏକ ସାଧାରଣ ଦିନ ନୁହେଁ; ବରଂ ବିଶ୍ୱ,ଭାରତ ଓ ଓଡ଼ିଶାର ଗୌରବମୟ ଇତିହାସ,ସଂସ୍କୃତି,ବିଜ୍ଞାନଏବଂ ମାନବୀୟ ପ୍ରଗତିଚେତନାର ଏକ ଜ୍ୱଳନ୍ତ ସ୍ମାରକୀ,ଏକ ସମୃଦ୍ଧ ସମାଗମ।ସମୟର ସ୍ରୋତରେ ଏହି ଦିନ ଆମକୁ ଅତୀତର ମହାନ ସଫଳତା ସ୍ମରଣ କରାଇବା ସହ ଭବିଷ୍ୟତ ପାଇଁ ନୂତନ ପ୍ରେରଣା ଦେଇଥାଏ।  

ଆଜି ବିଶ୍ୱ କ୍ଷେତ୍ରରେ ଆନ୍ତର୍ଜାତୀୟ ସ୍ତରରେ ଆଫ୍ରିକା ଦିବସ ପାଳନ କରାଯାଉଛି,ଯାହା ସାମ୍ରାଜ୍ୟବାଦ, ଉପନିବେଶବାଦ ବିରୋଧରେ ମୁକ୍ତି ସଂଗ୍ରାମ ଯାହା ମାନବୀୟ ସମାନତାର ଏକ ଅଦମ୍ୟ,ମହାନ ପ୍ରତୀକ।୧୯୬୧ ମସିହା ମେ ୨୫ ତାରିଖରେ ଆମେରିକାର ରାଷ୍ଟ୍ରପତି ଜନ୍ ଏଫ୍.କେନେଡି ଚନ୍ଦ୍ରପୃଷ୍ଠକୁ ମାନବ ପ୍ରେରଣ କରିବା ପାଇଁ ଐତିହାସିକ ଘୋଷଣା କରିଥିଲେ,ଯାହା ମହାକାଶ ବିଜ୍ଞାନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନର ସୂତ୍ରଧର ସାଜିଥିଲା।

ଭାରତ କ୍ଷେତ୍ରରେ ଆଜିର ପବିତ୍ର ତିଥିରେ ସନାତନ ସଂସ୍କୃତିର ମହାନ ପର୍ବ ଗଙ୍ଗା ଦଶହରା ପାଳିତ ହେଉଛି।ମର୍ତ୍ତ୍ୟମଣ୍ଡଳକୁ ମା’ ଗଙ୍ଗାଙ୍କ ଭୂଲୋକ ଅବତରଣର ଏହି ପବିତ୍ର ଦିବସ ଆମକୁ ଆଧ୍ୟାତ୍ମିକ ପବିତ୍ରତା,ଆତ୍ମ ଶୁଦ୍ଧି ଓ ପରିବେଶ ସୁରକ୍ଷାର ବାର୍ତ୍ତା ଦିଏ ଓ ନଦୀ ସଂରକ୍ଷଣର ଗଭୀର ସନ୍ଦେଶ ବହନ କରେ।ଇତିହାସର ପୃଷ୍ଠାରେ ୧୯୧୫ ମସିହାର ଏହି ଦିନ ମହାତ୍ମା ଗାନ୍ଧୀ ଅହମଦାବାଦର କୋଚରାବରେ ସତ୍ୟାଗ୍ରହ ଆଶ୍ରମ ପ୍ରତିଷ୍ଠା କରି ସ୍ୱାଧୀନତା ଆନ୍ଦୋଳନର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲେ। ମାନବ ଜ୍ଞାନ ଓ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଏହି ଦିନଟି ଅତ୍ୟନ୍ତ ସ୍ମରଣୀୟ।ଆଜିର ଦିନଟି ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର,କାଳଜୟୀ ସଙ୍ଗୀତକାର ଲକ୍ଷ୍ମୀକାନ୍ତ (ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ୍ ଯୋଡ଼ି)ଏବଂ ମହାନ ଅଭିନେତା ସୁନୀଲ ଦତ୍ତଙ୍କ ଭଳି ପ୍ରତିଭାବାନ ବ୍ୟକ୍ତିତ୍ୱମାନଙ୍କ ସ୍ମୃତି ସହ ମଧ୍ୟଜଡ଼ିତ।ଏହି ମନୀଷୀମାନଙ୍କ ସୃଜନଶୀଳତା,କଳା ଓ ସାଧନା ଆଜି ମଧ୍ୟ ସମାଜକୁ ଅନୁପ୍ରାଣିତ କରୁଛି।

ଓଡ଼ିଶା କ୍ଷେତ୍ରରେ ବିଜ୍ଞାନ ଓ ପ୍ରତିରକ୍ଷା ପ୍ରସଂଗରେ ଆମ ଓଡ଼ିଶାର ଭୂମି ମଧ୍ୟ ଗୌରବମଣ୍ଡିତ,ଯେଉଁଠି ଆମର ବୈଜ୍ଞାନିକ ସାମର୍ଥ୍ୟର ଗୌରବମୟ ପରିଚୟ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ସଫଳ ପରୀକ୍ଷଣ ଦେଶର ପ୍ରତିରକ୍ଷା ବିଜ୍ଞାନକୁ ସମୃଦ୍ଧ କରିଛି।

ବାସ୍ତବରେ କହିବାକୁ ଗଲେ,ଅତୀତର ଏହି ସଫଳତା ଓ ସଂଗ୍ରାମ କେବଳ ଇତିହାସର ବିଷୟ ନୁହେଁ,ବରଂ ବର୍ତ୍ତମାନ ପାଇଁ ଏକ ବଡ଼ ଶିକ୍ଷା।ବିଜ୍ଞାନର ପ୍ରଗତି ସହିତ ସଂସ୍କୃତିର ସୁରକ୍ଷା ଏବଂ ମାନବୀୟ ମୂଲ୍ୟବୋଧର ସଂରକ୍ଷଣ ହିଁ ଆମର ପ୍ରକୃତ ଲକ୍ଷ୍ୟ ହେବା ଉଚିତ।ତେବେ ଆସନ୍ତୁ,ଆମେ ସମସ୍ତେ ଆଜିର ଏହି ଗୌରବମୟ ଦିବସରେ ଜ୍ଞାନ,କଳା ଏବଂ ମାନବ ସେବା ପାଇଁ ନିଜକୁ ସଂକଳ୍ପବଦ୍ଧ କରିବା।

 ଡ଼ା.ଦେବୀ ପ୍ରସାଦ ମିଶ୍ର,

✉️ debisirscience@gmail.com 

/ debiprasadmishra085@gmail.com

Related posts

ଆଜି ଦିବସର ଅନୁଚିନ୍ତା : ୦୨ ଫେବୃୟାରୀ : ଐତିହାସିକ ସ୍ମୃତି,ବର୍ତ୍ତମାନର ଚେତନା ଓ ଭବିଷ୍ୟତର ଦିଗଦର୍ଶନ

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା : ମେ ୧୬ ତାରିଖ : ବିଶ୍ୱରେ ଯୁଦ୍ଧର ଅବସାନ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ସନ୍ଦେଶ 

ଆଜି ପଖାଳ ଦିବସ….

Sunil Chandra Nayak

Leave a Comment

error: Content is protected !!