ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

ଧର୍ମଗଡ଼ ଉପଖଣ୍ଡ ଘରୋଇ ବସ୍ କର୍ମଚାରୀ ସଂଘ ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ

ଧର୍ମଗଡ଼ ଉପଖଣ୍ଡ ଘରୋଇ ବସ୍ କର୍ମଚାରୀ ସଂଘ ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ

ଜୁନାଗଡ଼:,୨/୬(ମନୀସ) ଧର୍ମଗଡ଼ ଉପଖଣ୍ଡ ଘରୋଇ ବସ୍ କର୍ମଚାରୀ ସଂଘ ପକ୍ଷରୁ ଏକ ମହତ ତଥା ମାନବୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଘ ପକ୍ଷରୁ ଜୁନାଗଡ଼ ସରକାରୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମସ୍ତ ଶଯ୍ୟାଶାୟୀ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଛି। ଏହା ସହିତ କର୍ମଚାରୀମାନେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ଏହି ସେବାମୂଳକ କାର୍ଯ୍ୟକ୍ରମରେ ଘରୋଇ ବସ୍ କର୍ମଚାରୀ ସଂଘ ଜୁନାଗଡ଼ କାର୍ଯ୍ୟକାରୀ କମିଟିର ସଭାପତି ଦୁର୍ଗା ପ୍ରସାଦ ନାଏକ, ସାଧାରଣ ସମ୍ପାଦକ ଭବାନୀ ଶଙ୍କର ଠାକୁର, ଯୁଗ୍ମ ସମ୍ପାଦକ ପ୍ରସାଦ ଦଣ୍ଡସେନା ଓ କୋଷାଧ୍ୟକ୍ଷ ସୁମନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର ପୁରାତନ ସଦସ୍ୟ ରଜନୀକାନ୍ତ ରାଉତ, ସଦସ୍ୟ ସଂଗ୍ରାମ ମେହେର, ଶୁଳ୍କ ଆଦାୟକାରୀ ମୋହନ ମାଝି, ଗୌତମ କଟା, ସଦସ୍ୟ କୃଷ୍ଣଚନ୍ଦ୍ର ଦଣ୍ଡସେନା ଏବଂ କାର୍ଯ୍ୟାଳୟ କାର୍ଯ୍ୟକର୍ତ୍ତା ବଳିଆର ଭୋଇ ପ୍ରମୁଖ ସାମିଲ ହୋଇ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ସେହିପରି ନୂଆ ବସ୍ ଷ୍ଟାଣ୍ଡର କୁଲି ଷ୍ଟାଫ୍ ହେମନ୍ତ ହଂସ ଓ ଚନ୍ଦ୍ରହାଷ୍ୟ ମାଝିଙ୍କ ସମେତ ଅନ୍ୟାନ୍ୟ ସହଯୋଗୀ ମାନେ ଏହି ମହତ୍ କାର୍ଯ୍ୟରେ ସହାୟତାର ହାତ ବଢ଼ାଇଥିଲେ। ସଂଘର ଏଭଳି ଜନହିତକର କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ୟୁଜିଆଇ ଆଲୁମିନୀ ଆସୋସିଏସନ ତରଫରୁ ରକ୍ତଦାନ ଶିବିର , ୮୦ ୟୁନିଟ୍ ରକ୍ତ ସଂଗ୍ରହ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ ଗଳ୍ପ ନିଃସଙ୍ଗ ଅଶିଣ

Sunil Chandra Nayak

ଉମାକାନ୍ତ ଦାସ ଙ୍କ ଗଳ୍ପ = ବିଷାକ୍ତ

Sunil Chandra Nayak

Leave a Comment

error: Content is protected !!