ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଉରକେଲାକୁ ପୂର୍ଣ୍ଣାଙ୍ଗ ଜିଲ୍ଲା କରାଯାଉ : ଜିଲ୍ଲା କଂଗ୍ରେସ

ରାଉରକେଲାକୁ ପୂର୍ଣ୍ଣାଙ୍ଗ ଜିଲ୍ଲା କରାଯାଉ : ଜିଲ୍ଲା କଂଗ୍ରେସ

ରାଉରକେଲା ୩/୬, ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ରାଉରକେଲାକୁ ପୂର୍ଣ୍ଣାଙ୍ଗ ଜିଲ୍ଲା ଦାବି କରି ରାଜ୍ଯପାଳଙ୍କ ଉଦ୍ଦେଶ୍ଯରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ବଣେଇ, ରଘୁନାଥପାଲ୍ଲୀ, ରାଉରକେଲା ଏବଂ ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗୋଟିଏ ପୂର୍ଣାଙ୍ଗ ଜିଲ୍ଲା କରାଯିବାକୁ ନେଇ ରାଜ୍ଯପାଳଙ୍କ ଉଦ୍ଦେଶ୍ଯରେ ଏକ ସ୍ମାରକ ପତ୍ର ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।

     ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ସାବିର ହୁସେନଙ୍କ ନେତୃତ୍ବରେ ପ୍ରଦାନ କରାଯାଇଥିବା ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଏହି ଅଞ୍ଚଳର ଜନସାଧାରଣଙ୍କ ଉନ୍ନତି ତଥା ପ୍ରଶାସନିକ ସୁବିଧା ପାଇଁ ଗୋଟିଏ ପୂର୍ଣାଙ୍ଗ ଜିଲ୍ଲାର ଆବଶ୍ୟକତା ରହିଛି।

     ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ସାବିର ହୁସେନଙ୍କ ସମେତ ପୂର୍ବତନ ଜିଲ୍ଲା ସଭାପତି ରବି ରାୟ, ଜିଲ୍ଲା ଉପସଭାପତି ଖାଦେଳ ସେଠି, ଉପସଭାପତି ସରୋଜ ଲେଙ୍କା, ସାକିର ହୁସେନ, ପ୍ରଦ୍ଯୁମ୍ନ ସାଂଘଭି, ନଚିକେତା ମହାପାତ୍ର, କୁଲଓ୍ବନ୍ତ କୌର, ସୁକେଶୀ ଦାସ, ଶିବୁ ଦୀପ୍, ବସନ୍ତ ସାମଲ, ସୁନୀଲ ସିଂ, ତରୁଣ ବାଗ, ବିକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସେମିଲିଗୁଡ଼ା ହେନା ଗାର୍ଡେନ ଠାରେ ବ୍ଲକ ସ୍ତରୀୟ ବିଜୁ ଯୁବ ଛାତ୍ର ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

ଧର୍ମଗଡ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର ଆରମ୍ଭ

masiha

ବିଜେଡି ର ଜନସମ୍ପର୍କ ପଦଯାତ୍ରା 

Sunil Chandra Nayak

Leave a Comment

error: Content is protected !!