ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆସିକା ମଙ୍ଗଳପୁର ଗ୍ରାମରେ ଠେଙ୍ଗା ମାଡରେ ବାପା, ମା ଓ ଦୁଇ ଭାଇ ଗୁରୁତର

ଆସିକା ମଙ୍ଗଳପୁର ଗ୍ରାମରେ ଠେଙ୍ଗା ମାଡରେ ବାପା, ମା ଓ ଦୁଇ ଭାଇ ଗୁରୁତର

ଆସିକା,୬/୬/୨୬ (ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଛି । କୌଣସି ଏକ କାରଣକୁ ନେଇ ଗ୍ରାମ ଘର ସମ୍ମୁଖରେ ବାପା ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ, ମା ଉର୍ମିଳା ଆଚାର୍ଯ୍ୟ, ବଡ ଭାଇ ଦୁର୍ଗା ଆଚାର୍ଯ୍ୟ ଏବଂ ସାନ ଭାଇ ମୃତ୍ୟୁଞ୍ଜୟ ଆଚାର୍ଯ୍ୟକୁ ସେହି ଗ୍ରାମର ଅଚ୍ୟୁତ ମହାରଣା, ତାଙ୍କ ତିନି ପୁଅ ପ୍ରତାପ ମହାରଣା, କାହ୍ନୁ ମହାରଣା ଓ ଜଗନ୍ନାଥ ମହାରଣା ସଂଘବଦ୍ଧ ଭାବେ ଠେଙ୍ଗାରେ ମରଣାନୁକ ମାଡ ମାରିଥିଲେ । ଏହି ଠେଙ୍ଗା ମାଡରେ ଦୁର୍ଗା ଆଚାର୍ଯ୍ୟଙ୍କ ହାତର କହୁଣି ଏବଂ କାନ୍ଧ ଭାଙ୍ଗି ଯାଇଥିବା ବେଳେ ସାନ ଭାଇ ମୃତ୍ୟୁଞ୍ଜୟ ଆଚାର୍ଯ୍ୟର ମୁଣ୍ଡରେ ଗଭୀର ଆହତ ହୋଇଛି । ସେପଟେ ବାପା ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ ଓ ମା ଉର୍ମିଳା ଆଚାର୍ଯ୍ୟଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ମାଡ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଆସିକା ସବଡିଭିଜନ ମେଡିକାଲକୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା । ସେଠାରେ କାର୍ଯ୍ୟରତ ଡାକୁର ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ନାନାନ୍ତରିତ ପାଇଁ ପରାମର୍ଶ ଦେଇଥିଲେ । ଏହି ଖବର ଆସିକା ପୋଲିସ ପାଇବା ପରେ ଆସିକା ମେଡିକାଲ ଠାରେ ପହଁଚି ପ୍ରାଥମିକ ତଦନ୍ତ କାର୍ଯ୍ୟ ଆରମ୍ଭ କରିଥିଲା।ଖୁବ ଶୀଘ୍ର ଆକ୍ରମଣକାରୀଙ୍କୁ ଗିରଫ କରାଯିବ ବୋଲି ଆସିକା ଥାନା ପକ୍ଷରୁ ସୂଚନା ମିଳିଛି ।

Related posts

କାର ସହ ଗଞେଇ ଜବତ,ଜଣେ ଗିରଫ

masiha

ଆୟ ବହିର୍ଭୂତ ଠୁଳ ମାମଲାରେ ଧର୍ମଗଡ଼ R&B ସବ୍‌-ଡିଭିଜନର ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବର ଆଜି ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ

ଯୋଗାଣ ବିଭାଗର ମାରାଥନ ଚଢ଼ାଉ, ଧାନ ସହ ୪୦୭ ଗାଡି ଜବତ

masiha

Leave a Comment

error: Content is protected !!