ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବ୍ଲକ ରାଜୀବ ନଗର ଠାରେ ଶକ୍ତି ସଦନ ପକ୍ଷରୁ ନାରୀ ସଚେତନତା କାର୍ଯ୍ୟକ୍ରମ

କୋକସରା ବ୍ଲକ ରାଜୀବ ନଗର ଠାରେ ଶକ୍ତି ସଦନ ପକ୍ଷରୁ ନାରୀ ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ରାଜୀବ ନଗର ଠାରେ ମହିଳାଙ୍କ ସଚେତନତାକୁ ନେଇ ଭାରତୀୟ ଆଦିମ ଜାତି ସେବା ସଙ୍ଘ ଓ ଧର୍ମଗଡ ଶକ୍ତି ସଦନ କାର୍ଯ୍ୟାଳୟ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଙ୍ଗନବାଡି କେନ୍ଦ୍ର ଠାରେ ଧର୍ମଗଡ଼ ଶକ୍ତି ସଦନ ର ପରିଚାଳିକା ସସ୍ମିତା ପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କୋକସରା ସିଡିପିଓ ସରୋଜା କୁମାରୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଆଇ ସି ଡ଼ି ଏସ ସୁପର ଭାଇଜର ବେଲମତି ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହିଳାମାନେ କିଭଳି ଶିକ୍ଷା କ୍ଷେତ୍ରରେ କିଭଳି ଆଗକୁ ଯିବେ,ସେମାନେ କେମିତି ଆତ୍ମନିର୍ଭରଶୀଳ ହେବେ, ସ୍ୱାସ୍ଥ୍ୟର ଯତ୍ନ ନେବେ,ନିର୍ଯାତନାରୁ କିଭଳି ଦୁରେଇ ରହିବେ ତଥା ବାଲ୍ୟ ଵିଵାହ ରୁ ଦୁରେଇ ରହିବା ସହ ସରକାରଙ୍କ ତରଫରୁ ମହିଳା ମାନଙ୍କ ପାଇଁ ଥିବା ସମସ୍ତ ସୁବିଧା ସୁଯୋଗ ବିଷୟରେ ବୁଝାଇଥିଲେ।

କାର୍ଯ୍ୟାଳୟ ସହଯୋଗୀ ଦେବରାଜ ମହାନନ୍ଦ କାର୍ଯକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ ସମେତ ଗ୍ରାମର ମହିଳା ମାନେ ଯୋଗ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମଧୁବାବୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ

Sunil Chandra Nayak

ବେଲପୋଷିରେ ଏସ୍.ବି.ଆଇ ଶାଖା ଉଦଘାଟିତ 

masiha

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀଙ୍କ ତିନିଦିନିଆ ରାୟଗଡ ଜିଲ୍ଲା ଗସ୍ତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ ସମୀକ୍ଷା

Sunil Chandra Nayak

Leave a Comment

error: Content is protected !!