ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଆଜିର ଦିବସର ଅନୁଚିନ୍ତା : ଜୁନ୍ ୨୫ ତାରିଖ :ନାବିକ,କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ,ବିଶ୍ବକପ୍,ଜାତୀୟ ଜରୁରୀ ପରିସ୍ଥିତି,ସମ୍ବିଧାନ ହତ୍ୟା ସମୀକ୍ଷା ଦିବସ 

ଆଜିର ଦିବସର ଅନୁଚିନ୍ତା : ଜୁନ୍ ୨୫ ତାରିଖ :ନାବିକ,କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ,ବିଶ୍ବକପ୍,ଜାତୀୟ ଜରୁରୀ ପରିସ୍ଥିତି,ସମ୍ବିଧାନ ହତ୍ୟା ସମୀକ୍ଷା ଦିବସ 

 ଡ଼ା.ଦେବୀ ପ୍ରସାଦ ମିଶ୍ର,

ମହାକାଳ ସମୟର ଅଖଣ୍ଡ ସ୍ରୋତରେ ପ୍ରତିଟି ଦିନ ଇତିହାସର ଗୋଟିଏ ଗୋଟିଏ ପୃଷ୍ଠା ପରି।ଆଜି ଜୁନ୍ ୨୫ ତାରିଖ,ଯାହା ବିଶ୍ବ,ଭାରତ ଏବଂ ଆମ ଓଡ଼ିଶାର ସାମାଜିକ ତଥା ରାଜନୈତିକ ଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାର ସ୍ମୃତି ବହନ କରେ।ଆଜିର ଦିନଟି ଜ୍ଞାନ,ବିଜ୍ଞାନ,ଗଣିତ,ନାବିକ,କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ,ବିଶ୍ବକପ୍,ଜାତୀୟ ଜରୁରୀ ପରିସ୍ଥିତି,ସମ୍ବିଧାନ ହତ୍ୟା ଏବଂ ମାନବୀୟ ମୂଲ୍ୟବୋଧର ସମୀକ୍ଷା କରିବାର ଏକ ଶ୍ରେଷ୍ଠ ଅବସର।

ବିଶ୍ୱ କ୍ଷେତ୍ରରେ ଆଜି ବିଶ୍ବବ୍ୟାପୀ ‘ଆନ୍ତର୍ଜାତୀୟ ନାବିକ ଦିବସ’ ପାଳିତ ହେଉଛି।ସମୁଦ୍ରର ଅଥଳ ଗଭୀରତା ମଧ୍ୟରେ ନିଜ ଜୀବନକୁ ବାଜି ଲଗାଇ ବିଶ୍ବ ବାଣିଜ୍ୟ ଏବଂ ଅର୍ଥନୀତିକୁ ଗତିଶୀଳ ରଖୁଥିବା ନାବିକମାନଙ୍କ ତ୍ୟାଗ ଓ ନିଷ୍ଠାକୁ ସମ୍ମାନ ଜଣାଇବାର ଏହା ଏକ ପବିତ୍ର ଦିବସ।୧୯୪୭ ମସିହା ଆଜିର ଦିନରେ ବିଶ୍ବପ୍ରସିଦ୍ଧ ପୁସ୍ତକ ‘ଦି ଡାଏରୀ ଅଫ୍ ଏ ୟଙ୍ଗ ଗର୍ଲ’ ପ୍ରଥମ କରି ପ୍ରକାଶିତ ହୋଇଥିଲା,ଯାହା ମାନବୀୟ ସଂଘର୍ଷର ଜୀବନ୍ତ ଦଲିଲ।ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଆଜିର ଦିନଟି ନୂତନ ଗବେଷଣା ପାଇଁ ପ୍ରେରଣାଦାୟୀ।ଆଜି ବିଶ୍ବ ନୃତ୍ଯ ଜଗତର ସମ୍ରାଟ ମାଇକେଲ୍ ଜ୍ୟାକସନଙ୍କ ମୃତ୍ୟୁ ବାର୍ଷିକୀ (୨୦୦୯)।ତାଙ୍କର ଅପୂର୍ବ କଳା ଓ ନୃତ୍ୟ ସାରା ବିଶ୍ବକୁ ଆନ୍ଦୋଳିତ କରିଥିଲା। 

ଭାରତ କ୍ଷେତ୍ରରେ ୧୯୩୨ ମସିହାରେ ଆଜିର ଦିନରେ ଭାରତ ନିଜର ପ୍ରଥମ ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ଲଣ୍ଡନର ଲର୍ଡସ ପଡ଼ିଆରେ ଖେଳିଥିଲା।ଭାରତୀୟ ଗଣତନ୍ତ୍ର ଇତିହାସରେ ୧୯୭୫ ମସିହା ଜୁନ୍ ୨୫ ଏକ ଅନ୍ଧକାରମୟ କଳା ସ୍ମୃତି।ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ଦେଶରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଥିଲା।ନାଗରିକମାନଙ୍କର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇ ଜନନାୟକ ଓ ସାମ୍ବାଦିକମାନଙ୍କୁ କାରାଗାରରେ ବନ୍ଦୀ କରାଯାଇଥିଲା।ଏହି ସ୍ମୃତିକୁ ମନେ ପକାଇ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଭାରତ ସରକାର ଏହି ଦିବସକୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରୁଛନ୍ତି, ଯାହା ଆମକୁ ସ୍ୱାଧୀନତାର ସୁରକ୍ଷା ପାଇଁ ସଦା ଜାଗ୍ରତ ରହିବାକୁ ପ୍ରେରଣା ଦିଏ।ଭାରତୀୟ କ୍ରୀଡ଼ା ଇତିହାସକୁ ଅନୁଧ୍ୟାନ କଲେ ଦେଖାଯାଏ ଯେ କ୍ରୀଡ଼ା ଜଗତରେ ଆଜିର ଦିନଟି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ।୧୯୮୩ ମସିହା ଜୁନ୍ ୨୫ ରେ କପିଳ ଦେବଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ପ୍ରଥମ ଥର ପାଇଁ ବିଶ୍ବକପ୍ ବିଜେତା ହୋଇ ସମଗ୍ର ବିଶ୍ବରେ ଭାରତର ବିଜୟ ପତାକା ଉଡ଼ାଇଥିଲା।

ଓଡ଼ିଶା କ୍ଷେତ୍ରରେ ଓଡ଼ିଶାର ପ୍ରେକ୍ଷାପଟ୍ଟରେ ଏହା ଆମର ପ୍ରାଚୀନ ସାଧବ ପୁଅମାନଙ୍କ ନୌବାଣିଜ୍ୟର ଗୌରବମୟ ଇତିହାସକୁ ସ୍ମରଣ କରାଇଦିଏ।ଏହା ସହ ଅନେକ ଜ୍ଞାନୀ,ମନୀଷୀ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସରେ ଆଜି ସମଗ୍ର ବିଶ୍ୱ,ଭାରତ ଓ ଓଡ଼ିଶା ସେମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ପରିଶେଷରେ ଆଜିର ଦିବସର ସର୍ବୋତ୍ତମ ଅନୁଚିନ୍ତା ମୂଳକ ଚିନ୍ତାଧାରା ସମ୍ପର୍କରେ ସବିଶେଷ ଅନୁଶୀଳନ କଲେ ଜଣାପଡ଼େ ଯେ ଇତିହାସ କେବଳ ଅତୀତର କାହାଣୀ ନୁହେଁ,ଏହା ବର୍ତ୍ତମାନର ମାର୍ଗଦର୍ଶକ।ଜୁନ୍ ୨୫ ତାରିଖର ଇତିହାସ ଆମକୁ ଶିକ୍ଷା ଦିଏ ଯେ ଶାସନରେ ସ୍ୱେଚ୍ଛାଚାରିତା କେବେ ସ୍ଥାୟୀ ହୋଇନଥାଏ,ଶେଷରେ ଗଣତନ୍ତ୍ର ଓ ସତ୍ୟର ହିଁ ଜୟ ହୁଏ।ତେବେ ଆସନ୍ତୁ,ଆମେ ସମସ୍ତେ ଆଜିର ଦିବସରେ ଆମ ସମ୍ବିଧାନର ସୁରକ୍ଷା,ଦେଶର ପ୍ରଗତି ଓ ଶାନ୍ତିପୂର୍ଣ୍ଣ ବିଶ୍ବ ସମାଜ ଗଠନ ପାଇଁ ସଂକଳ୍ପବଦ୍ଧ ହେବା।

  ଡ଼ା.ଦେବୀ ପ୍ରସାଦ ମିଶ୍ର,

✉️ debisirscience@gmail.com 

/ debiprasadmishra085@gmail.com

Related posts

ଆଜିର ଦିବସର ଅନୁଚିନ୍ତା : ଅଗଷ୍ଟ ୦୫ ତାରିଖ: ଇତିହାସର ଅନନ୍ୟ,ଐତିହାସିକ ଏବଂ ଯୁଗାନ୍ତକାରୀ ସ୍ୱର୍ଣ୍ଣିମ ଦିବସ

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା :ଜୁଲାଇ ୩୧ ତାରିଖ (ଆଉରଙ୍ଗଜେବଙ୍କ ଶାସକ ଘୋଷଣା,ମୁନ୍‌ସି ପ୍ରେମଚନ୍ଦ,ରେଞ୍ଜର-୭ ମହାକାଶଯାନ ଚନ୍ଦ୍ରପୃଷ୍ଠର ପ୍ରଥମ ସ୍ପଷ୍ଟ ଚିତ୍ର ଉତ୍ତୋଳନ,ଶହୀଦ ଉଧମ ସିଂହଙ୍କ ବଳିଦାନ ଦିବସ,ମହମ୍ମଦ ରଫିଙ୍କ ଶ୍ରାଦ୍ଧ ଦିବସ,ବିଶ୍ୱ ରେଞ୍ଜର ଦିବସ)

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା :ଜୁଲାଇ ୬ ତାରିଖ : ନେତାଜୀ ସୁଭାଷ ବୋଷ,ଆଜାଦ୍ ହିନ୍ଦ୍ ରେଡିଓ, ଲୁଇ ପାଶ୍ଚର, ଜଳାତଙ୍କ,ବିଶ୍ୱ ଜୁନୋସିସ୍ ଦିବସ

Leave a Comment

error: Content is protected !!