ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀୟ ମାଦକ ଦ୍ରବ୍ୟର ଦୁରୁପଯୋଗ ଓ ଅବୈଧ ଚୋରା ଚାଲାଣ ବିରୋଧୀ ଦିବସ ପାଳିତ 

ଆନ୍ତର୍ଜାତୀୟ ମାଦକ ଦ୍ରବ୍ୟର ଦୁରୁପଯୋଗ ଓ ଅବୈଧ ଚୋରା ଚାଲାଣ ବିରୋଧୀ ଦିବସ ପାଳିତ 

ରାଉରକେଲା : ୨୫/୬/୨୬: “ନିଶା ମୁକ୍ତ ଭାରତ ଅଭିଯାନ – ବିକଶିତ ଭାରତର ପରିଚୟ” ଥିମ୍‌କୁ ଆଧାର କରି ପାନପୋଷ ଉପଖଣ୍ଡରେ ଆନ୍ତର୍ଜାତୀୟ ମାଦକଦ୍ରବ୍ୟ ଦୁର୍ବ୍ୟବହାର ଓ ଅବୈଧ ଚୋରା ଚାଲାଣ ବିରୋଧୀ ଦିବସ–୨୦୨୬ ଉତ୍ସାହପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଚାନ୍ଦିନୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଉଦିତ୍ ନଗର ହାଇସ୍କୁଲ ରେ ଆୟୋଜିତ ହୋଇଯାଇଛି । 

ଏହି ଅବସରରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ (SSSO) ଶ୍ରୀମତୀ ମିନୁ ତାଣ୍ଡିଆ, ଉପଖଣ୍ଡ କ୍ଷୁଦ୍ର ସଞ୍ଚୟ ଅଧିକାରୀ (SSO) ଶ୍ରୀ ପ୍ରକାଶ କୁମାର ଦାଶ, ବିଶ୍ରା ବ୍ଲକ ଶିକ୍ଷା ଅଧିକାରୀ (BEO), ଉଦିତ ନଗର ଉଚ୍ଚ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ପାନପୋଷ ଉପଜିଲ୍ଲାପାଳ କାର୍ଯ୍ୟାଳୟର ସାମାଜିକ ସୁରକ୍ଷା ଶାଖାର କର୍ମଚାରୀମାନେ କାର୍ଯ୍ୟକ୍ରମର ସୁଚାରୁ ଆୟୋଜନରେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ। ଏଥିସହିତ ଦିଶା ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ମଧ୍ୟ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସକ୍ରିୟ ଭାବେ ସାହାଯ୍ୟ ଓ ସହଯୋଗ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ଅବସରରେ ପ୍ରବନ୍ଧ ଲେଖନ ଓ ବକ୍ତୃତା ପ୍ରତିଯୋଗିତା ସହିତ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଉପଖଣ୍ଡର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଉତ୍ସାହର ସହିତ ଏହି ପ୍ରତିଯୋଗିତାଗୁଡ଼ିକରେ ଅଂଶଗ୍ରହଣ କରିଥିଲେ। ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ସଭାର ଆରମ୍ଭରେ ଶ୍ରୀମତୀ ମିନୁ ତାଣ୍ଡିଆ ସଭାର ଶୁଭାରମ୍ଭ କରିଥିଲେ। ପରେ SSSO ଶ୍ରୀମତୀ ତାଣ୍ଡିଆ ନିଶାଦ୍ରବ୍ୟ ଦୁର୍ବ୍ୟବହାରର ଗୁରୁତର କୁପ୍ରଭାବ, ଯୁବପିଢ଼ିର ଭବିଷ୍ୟତ ଉପରେ ଏହାର ଧ୍ୱଂସାତ୍ମକ ପରିଣାମ ଏବଂ ଏକ ନିଶାମୁକ୍ତ ସମାଜ ଗଠନର ଆବଶ୍ୟକତା ସମ୍ପର୍କରେ ସବିସ୍ତାର ଆଲୋକପାତ କରିଥିଲେ। ଉପଖଣ୍ଡ କ୍ଷୁଦ୍ର ସଞ୍ଚୟ ଅଧିକାରୀ ଶ୍ରୀ ପ୍ରକାଶ କୁମାର ଦାଶ ମାଦକଦ୍ରବ୍ୟର ଅପବ୍ୟବହାର ଓ ଅବୈଧ ପାଚାରର ଭୟାବହ ପ୍ରଭାବ ଉପରେ ଜୋର ଦେଇ ସମାଜର ସଂଯୁକ୍ତ ଦାୟିତ୍ୱ ମାଧ୍ୟମରେ ଏହାକୁ ପ୍ରତିହତ କରିବାକୁ ଆହ୍ୱାନ ଜଣାଇଥିଲେ। ବିଶ୍ରା ବ୍ଲକ ଶିକ୍ଷା ଅଧିକାରୀ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ନିଶାଦ୍ରବ୍ୟ ବିରୋଧରେ ସଚେତନ ରହିବା ସହ ସମାଜରେ ସଚେତନତା ବିସ୍ତାର କରିବାକୁ ପ୍ରେରିତ କରିଥିଲେ।

ଅଧ୍ୟକ୍ଷୀୟ ଅଭିଭାଷଣରେ ଶ୍ରୀମତୀ ଚାନ୍ଦିନୀ ନିଶାଦ୍ରବ୍ୟ ସେବନର ହାନିକାରକ ପ୍ରଭାବ, ଯୁବପିଢ଼ିର ଭବିଷ୍ୟତ ଉପରେ ଏହାର ଗଭୀର ନକାରାତ୍ମକ ପ୍ରଭାବ ଏବଂ ଅବୈଧ ପାଚାର ନିୟନ୍ତ୍ରଣରେ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତ ଗଠନର ଦୃଢ଼ ଭିତ୍ତିସ୍ଥମ୍ଭ।କାର୍ଯ୍ୟକ୍ରମର ସମାପନ ଅବସରରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ (SSSO) ଶ୍ରୀମତୀ ମିନୁ ତାଣ୍ଡିଆ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଂଶଗ୍ରହଣକାରୀଙ୍କୁ ହୃଦୟପୂର୍ଣ୍ଣ କୃତଜ୍ଞତା ଜଣାଇ ସଭାର ଶୁଭସମାପନ ଘୋଷଣା କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଜି ଉତ୍କଳ ଦିବସ ଅବସରରେ ବରପୁତ୍ରମାନଙ୍କୁ ମାଲ୍ୟାର୍ପଣ

Sunil Chandra Nayak

ନବରଙ୍ଗପୁର ଠାରେ ରବି ଧାନ ସଂଗ୍ରହଣ ସମ୍ପର୍କିତ ବୈଠକ 

ଇଫୁନା ଓ ଉଫୁନା ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ -୨୦୨୫ ପାଳିତ

masiha

Leave a Comment

error: Content is protected !!