ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର ନୂତନ ପରିଚାଳନା କମିଟି ଗଠନ 

ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର ନୂତନ ପରିଚାଳନା କମିଟି ଗଠନ 

ଆସିକା ୧୭/୭/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ଅଞ୍ଚଳର ସର୍ଵ ପୁରାତନ ଶିକ୍ଷାନୁଷ୍ଠାନ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର ନୂତନ ପରିଚାଳନା କମିଟି ଗଠନ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱେତାଲି ପାତ୍ର ଙ୍କ ସଭାପତିତ୍ବରେ ଓ ଶିକ୍ଷକ ବିରୂପାକ୍ଷ ପଣ୍ଡା ଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ଶତାଧିକ ଅଭିଭାବକ ଉପସ୍ଥିତ ରହିଥିବା ବେଳେ ସି ଆର ସି ସି ଜଗନ୍ନାଥ ପଢ଼ିହାରି ପରିଚାଳନା କମିଟି ଗଠନର ଆବଶ୍ୟକତା ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ୱାର୍ଡ ସଭ୍ୟ ଅଶୋକ କୁମାର ଗୌଡ, ଅଙ୍ଗନୱାଡି କର୍ମୀ ଜ୍ୟୋସ୍ନାରାଣୀ ବରାଡ, ଆଶା କର୍ମୀ ଉଜ୍ଜ୍ୱଳା ସିଂ,ବରିଷ୍ଠ ଶିକ୍ଷୟତ୍ରୀ ଦମୟନ୍ତୀ ଦାସ ଙ୍କ ଉପସ୍ଥିତିରେ ସଭାପତି ଭାବରେ ମୀନ କେତନ ସ୍ୱାଇଁ, ଉପ ସଭାପତି ଭାବରେ ସାବିତ୍ରୀ ନାୟକ, ସଭ୍ୟା ଭାବରେ ସୁଜାତା ସେଠୀ,ଶିବରାମ ସେଠୀ, ବନିତା ନାୟକ, ମଙ୍ଗୁଳୁ ଭଞ୍ଜ, ଉମେଶ ଚନ୍ଦ୍ର ସ୍ୱାଇଁ,ସସ୍ମିତା ନାୟକ, ଉଷାରାଣୀ ଡାକୁଆ, ବିଷ୍ଣୁ ଚରଣ ମହାନ୍ତି, ଶ୍ୟାମ ସୁନ୍ଦର ତ୍ରିପାଠୀ, ସମୀର କୁମାର ଦାସ, ପିଙ୍କୀ ଗୌଡ, ବିଷ୍ଣୁ ପ୍ରିୟା ଦାସ, ଗାୟତ୍ରୀ ହୋତା ପ୍ରମୁଖ ମନୋନୀତ ହୋଇଥିଲେ। ଏହି ଅବସରରେ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷାଦାନ, ଭିତ୍ତିଭୂମି ର ବିକାଶ ସାଙ୍ଗକୁ ପାରିପାର୍ଶ୍ୱିକ ଉନ୍ନତି ପାଇଁ ସମସ୍ତେ ଏକିକୃତ ହୋଇ କାର୍ଯ୍ୟ କରିବା ପାଇଁ ସଭାପତି ଙ୍କ ସମେତ ନୂତନ କମିତି ଶପଥ ଗ୍ରହଣ କରିଥିଲେ।ଶିକ୍ଷକ ଅନିଲ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

“ଚିନ୍ତା- ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବର ଦ୍ଵିତୀୟ ଦିବସ  ଭୁବନେଶ୍ଵର ର ଡାଇନାମିକ ଥୁଏଟର ର ଶୁଣ ସୃଜନେ ମଞ୍ଚସ୍ଥ 

ଘାଟିରେ ଓଲଟିଲା କାଠ ବୋଝେଇ ଗାଡ଼ି ବର୍ତ୍ତୀ ଗଲେ ଚାଳକ

Sunil Chandra Nayak

ପାପଡାହାଣ୍ଡି ବ୍ଳକରେ ମହା ଦୁର୍ନୀତିର ପର୍ଦ୍ଦାଫାଶ କଲେ ସୁକାନ୍ତ ନାଗ:ଭିଜିଲାନ୍ସ ତଦନ୍ତ ପାଇଁ କଲେ ଅବଗତ

Sunil Chandra Nayak

Leave a Comment

error: Content is protected !!