ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ କବିତା ଭଗବାନ ବୁଦ୍ଧଦେବ

ଭଗବାନ ବୁଦ୍ଧଦେବ

କବିତା ସାହୁ   ଜୟପୁର

 

ବୈଶାଖ ପୂର୍ଣ୍ଣମୀ ପବିତ୍ର ତିଥିରେ
     ଧରାକୁ ଆସିଣ ଥିଲ
     ମାତା ମାୟାଦେବୀ ପିତା ଶୁଦ୍ଧୋଦନ
      କୋଳ ମଣ୍ଡନ କରିଲ
      ସିଦ୍ଧାର୍ଥ ନାମକୁ ଛାଡିଣ ତୁମେ
      ବୁଦ୍ଧ ନାମେ ପ୍ରକାଶିଲ।

୨_ ମଣିଷ ଜୀବନେ ଜରା ବ୍ୟାଧି ଦେଖି
      ମନରେ ବୈରାଗ୍ୟ ହେଲା
       ମୃତ୍ୟୁକୁ ଦେଖିଣ ସତ୍ଯର ସନ୍ଧାନେ
        ଗୃହ ତ୍ଯାଗ କରିଥିଲ।

୩_ କପିଳବସ୍ତୁର ଲୁମ୍ବିନୀ ଉଦ୍ଯାନ
      ପାବନ କ୍ଷେତ୍ରଟି ହେଲା
      ଅହିଂସା ମନ୍ତ୍ର ରେ ଦୀକ୍ଷିତ ହୋଇଣ
       ସ୍ନେହ ପ୍ରେମ ବାଣ୍ଟିଲ
       ଧର୍ମ ସଂସ୍ଥାପନ ପାଇଁ ସଂସାର
           ତ୍ଯାଗିଣ ଥିଲ।
     
୪_ ମନ କଥା ଯାଣି ମାତାପିତା ତୁମ
     ଯଶୋଧାରା ଦେଲେ ବିଭା ।
     ବାନ୍ଧି ପାରିଲାନି ସ୍ତ୍ରୀ ପୁତ୍ର ମୋହ
         ମଧ୍ଯ ରାତ୍ରେ ଛାଡି ଗଲ
     କାମନା ବିନାଶେ ଦୁଃଖର ବିନାଶ
      ବାଣୀଟି ତୁମର ଥିଲା
       ନିର୍ବାଣ ପ୍ରାପ୍ତି ପାଇଁ
       ଭଗବାନ ବୁଦ୍ଧଦେବ ହେଲ।

                     
କୋରାପୁଟ

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଜଣାଣ

Sunil Chandra Nayak

ଲଡୁଗାଁ ଶାରଦୀୟ ଦୁର୍ଗାପୂଜା ସାଂସ୍କୃତିକ ସନ୍ଧ୍ୟାରେ ଯୋଗଦେଲେ ଜୁନାଗଡ଼ ବିଧାୟକ

Sunil Chandra Nayak

ସାପ କାମୁଡାରେ ମହିଳା ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!