ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଦିରେ କନ୍ୟାର ଡ୍ରାମା ଦେଖି ବର ଚେତାଶୂନ୍ଯ

ବାଲେଶ୍ବର,୧୯/୫/୨୨- ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଶ୍ରୀରାମପୁର ଗ୍ରାମ ପଂଚାୟତ ରେମୁ ଗ୍ରାମରେ ବାହା ବେଦିରେ ବର ଅଚେତ ଭିଡ଼ିଓ ଭାଇରାଲ । କମର୍ଦା ଥାନା ଉଲୁଡ଼ା ଅଂଚଳର ଯୁବକଙ୍କ ସହିତ ବାଲିଆପାଳ ଥାନା ରେମୁ ଗ୍ରାମର ଝିଅ । ବାହାଘର ପ୍ରସ୍ଥାବ ଅନୁସାରେ ଉଭୟ ଝିଅଘର ଓ ପୁଅଘର ଦେଖାଦେଖି କରିଥିଲେ । ଉଭୟ ପକ୍ଷଙ୍କ ମନପସନ୍ଦ ହେଲା ଓ ବାହାଘର ତିଥି ସହିତ ଦିନ ମଧ୍ୟ ଧାର୍ଯ୍ୟ ହୋଇ ହିନ୍ଦୁ ପରମ୍ପରା ଅନୁଯାୟୀ ବର ଡିଜେ ବଜାଇ କନ୍ୟା ଘରକୁ ଆସି ବେଦିରେ ଯଥାରିତି ବାହାଘର ମଧ୍ୟ ଆରମ୍ଭ ହେଲା । ସବୁ ସରିଲା କିନ୍ତୁ ଝିଅ ମଥାରେ ବର ସିନ୍ଦୂର ଦେବାକୁ ଯିବା ସମୟରେ ବାହା ବେଦି ଉପରେ ଝିଅର ହାଇଡ୍ରାମା । ଝିଅ ବେଦି ଉପରେ ନିଜର ପିନ୍ଧିଥିବା ସଙ୍ଖା ବାହାର କରି ଦେଇ ବର ଆଗରେ ଫିଙ୍ଗିଦେଲା ଏବଂ କହିଲା ମୋର ସ୍ୱାମୀ ଅଛି । ସେ ଆଗରୁ ବିବାହ କରିଛି ବୋଲି କହିଲା ଏବଂ ବେଦିରୁ ଉଠି ଯାଉଥିବା ବେଳେ କନ୍ୟା ଘର ଲୋକ ଝିଅକୁ ପିଟିବା ସହିତ ଜୋର ଜବରଦସ୍ତ ବାହା ହେବାକୁ ବାଧ୍ୟ କରୁଥିବାର ଭିଡିଓରୁ ଜଣାପଡୁଛି । ଏହି ଦୃଶ୍ୟ ଦେଖି ବରର ଚେତା ଚାଲିଯାଇଥିଲା । ଏ ଥିଲା ଫିଲ୍ଲିମ ଷ୍ଟାଇଲ ବାହାଘର । କନ୍ୟାର ଇଚ୍ଛା ବିରୋଧରେ ବିବାହ ହେଉଥିଲା ।

       ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ଥାନା ଅନ୍ତର୍ଗତ ରେମୁ ଗ୍ରାମରେ । ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୋରି ବୁଲୁଛି । ତେବେ ଝିଅ ବିବାହ ବେଦିରୁ ଉଠିଗଲା ପରେ ତା’ ପରିବାର ଝିଅକୁ ଘରୁ ବାହାର କରିଦେଇଥିବା ବେଳେ ଝିଅ ଏବେ ପ୍ରେମିକ ଘରେ ଆଶ୍ରୟ ନେଇଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ତେବେ ବେଦି ଉପରେ ଝିଅର ଏପରି ହାଇଡ୍ରାମା ଭିଡିଓ ସାମାଜିକ ଗଣମାଧ୍ୟମରେ ବେସ୍ ଭାଇରାଲ୍ ହେବାରେ ଲାଗିଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସହଦେବ ପରିଡ଼ା ଙ୍କ କବିତା ଜଣାଣ

Sunil Chandra Nayak

ବଡ କୁଲେଇବିରା ଗ୍ରାମରେ ପେସା ଆଇନ୍ ସଚେତନତା ଶିବିର

Sunil Chandra Nayak

ଜଣା ଅଜଣା – ଭାରତର ୧୪ ରାଷ୍ଟ୍ରପତିଙ୍କ ମଧ୍ୟରୁ ୬ ଜଣ ଶିକ୍ଷକ

Sunil Chandra Nayak

Leave a Comment

error: Content is protected !!