ଏସପିସିବି ପକ୍ଷରୁ ଆନ୍ତର୍ଜାତୀୟ ନିର୍ମଳ ବାୟୁ ଓ ନୀଳ ଆକାଶ ଦିବସ ପାଳିତ
ରାଉରକେଲା : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆନ୍ତର୍ଜାତୀୟ ନିର୍ମଳ ବାୟୁ ଏବଂ ନୀଳ ଆକାଶ ଦିବସ-୨୦୨୬ ମହାସମାରୋହରେ ଆଜି ସ୍ଥାନୀୟ ସିଭିକ୍ ସେଣ୍ଟର ଠାରେ ପାଳିତ ହୋଇଯାଇଛି। ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ଵଳନ ପରେ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବ୍ରିଜେଶ କୁମାର ରାୟ, ଆଇପିଏସ, ଡେପୁଟି ଇନ୍ସପେକ୍ଟର ଜେନେରାଲ ଅଫ ପୋଲିସ, ପଶ୍ଚିମାଞ୍ଚଳ, ରାଉରକେଲା ବାୟୁ ପ୍ରଦୂଷଣ ରୋକିବାରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ। ପ୍ରେତ୍ୟେକେ ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ ଅଭ୍ୟାସ ଆପଣାଇବା ଓ ଏହାକୁ ଏକ ଆନ୍ଦୋଳନ ରେ ପରିବର୍ତ୍ତନ କରିବାକୁ ଆହ୍ୱାନ କରିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପ୍ରଫେସର କେ. ଉମାମହେଶ୍ୱର ରାଓ, ନିର୍ଦ୍ଦେଶକ, ଏନଆଇଟି ରାଉରକେଲା , ରବିକାନ୍ତ ମୀନା ଆଇଏଫଏସ, ଡିଏଫଓ, ରାଉରକେଲା, ପ୍ରଫେସର ହିମାଂଶୁ ଭୂଷଣ ସାହୁ, ମାଇନିଂ ଇଞ୍ଜିନିୟରିଂ ବିଭାଗ, ଏନଆଇଟି ରାଉରକେଲା, ସଞ୍ଜିବ କୁମାର ପାଲ, ହେଡ୍ ଏନଭାଏରୋନମେଣ୍ଟ, ଟାଟା ଷ୍ଟିଲ ନିଜ ନିଜ ବକ୍ତବ୍ୟ ରେ ନିର୍ମଳ ବାୟୁର ଆବଶ୍ୟକତା ଓ ଏହାର ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ସ୍ୱଚ୍ଛ ବାୟୁ ଓ ସ୍ୱଚ୍ଛ ପରିବେଶ ପାଇଁ ନିରନ୍ତର ଉଦ୍ୟମ ଜାରିରଖିବା ଉପରେ ଗୁରୁତ୍ୱ ଦେଇଥିଲେ l ଏଥି ପାଇଁ ଜନସହଭାଗିତା ଜରୁରୀ ବୋଲି ମତ ଦେଇଥିଲେ l ପୁରସ୍କାର ଗ୍ରହଣ ପାଇଁ ଦିଲ୍ଲୀ ଯାଇଥିବା ଏସପିସିବି ର ଅତିତିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ରାଉରକେଲା ଆଞ୍ଚଳିକ ଅଧିକାରୀ ଡ଼ ଅନୁପ କୁମାର ମଲ୍ଲିକ ଏକ ଭିଡିଓ ଜାରିକରି କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ l ଇଂ. ବିଜୟ କୁମାର ଭୋଇ, ଡେପୁଟି ଏନଭାଏରୋନମେଣ୍ଟାଲ ଇଞ୍ଜିନିୟର, ଏସପିସି ବୋର୍ଡ ଏଥିରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଅଭିଭାଷଣ ଦେଇଥିଲେ l ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ରେ ରାଉରକେଲା ସହର ଦେଶର ପ୍ରଥମ ସ୍ଥାନ ହାସଲ କରି ଦିଲ୍ଲୀ ଠାରେ ଆୟୋଜିତ ଜାତୀୟ ସ୍ତର ରେ ପୁରସ୍କୃତ ହୋଉଥିବା ରାଉରକେଲା ପାଇଁ ଗର୍ବ ବୋଲି କହିଥିଲେ l ଏହି ଅବସରରେ ପରିବେଶ ସଚେତନତା ଉପରେ ଆଧାରିତ ନୃତ୍ୟ ନାଟିକା ପରିବେଷଣ ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରିଥିଲା। ମିଶନ ଲାଇଫ ଉପରେ ଇଂରାଜୀ ଓ ହିନ୍ଦୀରେ ଶପଥ ପାଠ କରାଯାଇଥିଲା। ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଡିଇଇ ଚନ୍ଦ୍ର ଶେଖର ଚୌହାନ, ରଜତ କୁମାର ସେଠି ଓ ଏନଏସପିସିଏଲ ଜିଏମ ତଥା ବିୟୁଏଚ ପୁଷ୍କାର ଚନ୍ଦ୍ରଶେଖର ହୁଦ୍ଦାର ଅନ୍ୟତମ ଅତିଥି ଭାବେ ଉପସ୍ଥିତ ରହି ପିଲାଙ୍କୁ ପୁରସ୍କୃତ କରିଥିଲେ l ସହକାରୀ ପରିବେଶ ବୈଜ୍ଞାନିକ ପ୍ରଜ୍ଞାଜ୍ୟୋତି ସେନାପତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l
ଶେଷରେ ଇଂ. ଆର. ଆର. ଦାସ, ଡିଇଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁ ଶିଳ୍ପ, ଖଣି ଖାଦାନ, ଅନୁଷ୍ଠାନ, ସ୍କୁଲ କଲେଜ, ପରିବେଶବିତ୍ତ ପ୍ରମୁଖ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ବିଭାଗୀୟ ସମସ୍ତ ଷ୍ଟାଫ ସହଯୋଗ କରିଥିଲେ l
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

