ବାଲ୍ୟ ବିବାହ ବନ୍ଦ ନେଇ ଝରିଗାଁ ପୋଲିସ ପକ୍ଷରୁ ଝରିଗାଁ କଲେଜ ଠାରେ ସଚେତନା ଶିବିର ଅନୁଷ୍ଠିତ
ଝରିଗାଁ – ୧୪/ ୧୦ / ୨୬ -: ବାକ୍ୟ ବିଭାଗ ଏକ ସାମାଜିକ ବ୍ୟାଧି ଓ ଅପରାଧ। ନାବାଳକ ଓ ନାବାଳିକା ଙ୍କ ଭବିଷ୍ୟତ ନଷ୍ଟ ହେବା ସହ ଶାରୀରିକ ଦୁର୍ବଳତା ସହ ମାନସିକ ଚାପ ପଡ଼ୁଥିବା ଯୋଗୁ ବାକ୍ୟ ବିବାହ ଏକ ବ୍ୟାଧି ଭାବେ ପରିବାର ଓ ସମାଜ ମଧ୍ୟରେ ନକାରାତ୍ମକ ପ୍ରଭାବ ପଡୁଛି। କିଶୋର ଓ କିଶୋରୀ ଭବିଷ୍ୟତ ଗଠନ ପୂର୍ବରୁ ଅନ୍ଧକାର କୁ ଠେଲି ହୋଇ ଯାଉଛନ୍ତି। ଝରିଗାଁ ବ୍ଲକ ଭଳି ଏକ ଆଦିବାସି ଅଧ୍ୟୁଷିତ ଅଞ୍ଚଳରେ ବାକ୍ୟ ବିବାହ କିପରି ରୋକା ଯାଇ ପାରିବ ଏନେଇ ଝରିଗାଁ ପୋଲିସ ପକ୍ଷରୁ ଝରିଗାଁ ସଦର୍ସ୍ଥିତ ଉଚ୍ଚ ମହା ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନ ଶିବିର ଅନୁଷ୍ଠିତ ହୋଇଥିଲା। ସବ୍ ଇନ୍ସପେକ୍ଟର ଲକ୍ଷ୍ମୀ ନାରାୟଣ ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ବିଦ୍ୟାର୍ଥୀ ଜୀବନ ବିଦ୍ୟା ଅର୍ଜନ କରିବା ର ଏକ ମହତ୍ ସମୟ ହୋଇଥିବା ବେଳେ ସମୟର ସଦୁପଯୋଗ କରି ଉତ୍ତମ ପାଠ ପଢା ପ୍ରତି ଏବଂ ନିଜର ଉଜ୍ଜ୍ବଳ ଭବିଷ୍ୟତ ପ୍ରତି ଦୃଷ୍ଟି ରଖି ଅଧ୍ୟୟନ କରିବା ସହ ସମୟ ସୁବିନିଯୋଗ କରିବାକୁ ଏବଂ ବାକ୍ୟ ବିବାହରେ ରହିଥିବା ଭିନ୍ନ ଜଟିଳ ସମସ୍ୟା ଗୁଡିକ ସମ୍ପର୍କରେ ସବ୍ ଇନ୍ସପେକ୍ଟର ଶ୍ରୀ ଦୋରା ବିସ୍ତୃତଭାବେ ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ। କଲେଜ ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକ ଓ ଅନ୍ୟ ଅଧ୍ୟାପକ ସମେତ କଲେଜ କର୍ମଚାରୀ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।
ଗଣେଶ ଛତ୍ରିଆ ମସିହା ନିୟୁଜ

