ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୨୫ତମ ଜୁନିୟର ଜାତୀୟ ଉଶୁ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ ରାଉରକେଲାର ୫ ଖେଳାଳି

୨୫ତମ ଜୁନିୟର ଜାତୀୟ ଉଶୁ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ ରାଉରକେଲାର ୫ ଖେଳାଳି

ରାଉରକେଲା: ତାମିଲନାଡୁର ଚେନ୍ନାଇସ୍ଥିତ ଜେପିଆର୍ ବିଶ୍ୱବିଦ୍ୟାଳୟ ଠାରେ ଆସନ୍ତା ୨୮ ଅକ୍ଟୋବରରୁ ୨ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ୨୫ତମ ଜୁନିୟର ଜାତୀୟ ଉଶୁ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶାର ୩୪ ଜଣିଆ ଜୁନିୟର ଉଶୁ ଦଳ ୨୬ ତାରିଖ ଦିନ ଭୁବନେଶ୍ୱରରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରିଛନ୍ତି ।ରାଉରକେଲାର କ୍ରୀଡ଼ା ଉଶୁ ସଂଘ, ସୁନ୍ଦରଗଡ଼ ପକ୍ଷରୁ ୫ ଜଣ ପ୍ରତିଭାବାନ ଖେଳାଳି ଗତକାଲି ରାଉରକେଲାରୁ ଯାତ୍ରା କରି ଓଡ଼ିଶା ଦଳ ସହ ଯୋଗଦେଇଛନ୍ତି। ସେମାନେ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିବେ। କ୍ରୀଡ଼ା ଉଶୁ ସଂଘ, ସୁନ୍ଦରଗଡ଼ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ମାଷ୍ଟର ଆଦିତ୍ୟ ବେହେରା ୪୮ କିଲୋଗ୍ରାମ ଏବଂ ଅନୁଜ ହେମ୍ବ୍ରମ ୫୬ କିଲୋଗ୍ରାମ ବର୍ଗର ସାଣ୍ଡା ପ୍ରତିଯୋଗିତାରେ ଭାଗ ନେବେ। ସେହିପରି ସାଧନା ମାଝୀ ତାଓଲୁର ନାନ୍‌ଚୁଆନ୍‌ ବିଭାଗରେ, ଦିବ୍ୟଜ୍ୟୋତି ବେହେରା ତାଇଚି ବିଭାଗରେ ଏବଂ ଆଦିତ୍ୟ ସିଂ ନାନ୍‌ଚୁଆନ୍‌ ଶୈଳୀର ଗ୍ରୁପ୍‌ ଇଭେଣ୍ଟରେ ଅଂଶଗ୍ରହଣ କରିବେ। ଏହି ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସଫଳତା କାମନା କରିଛନ୍ତି କ୍ରୀଡ଼ା ଓ ସାମାଜିକ କ୍ଷେତ୍ରର ଅନେକ ବିଶିଷ୍ଟ ବ୍ୟକ୍ତି। ସେମାନଙ୍କ ମଧ୍ୟରେ କ୍ରୀଡ଼ା ଉଶୁ ସଂଘର ଉପସଭାପତି ଟିକା ବାହାଦୁର, ଯୁଗ୍ମ ସମ୍ପାଦକ ଅଜୟ ଲାକ୍ରା, ରାଉରକେଲାର ଉପ କ୍ରୀଡ଼ା ନିର୍ଦ୍ଦେଶକ ସୁଦୀପ୍ତ ନାୟକ, ଆର୍‌ୱାଇଏମ୍‌ଏ (ରାଇମା)ର ସାଧାରଣ ସମ୍ପାଦକ ବାସୁଦେବ ବାନାର୍ଜୀ, ଜିଲ୍ଲା ଆଥଲେଟିକ୍‌ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ପ୍ରଭାତ ଭୋଳ ଏବଂ ସମାଜସେବୀ ଓ. ପି. ସିଂହ ପ୍ରମୁଖ ଅଛନ୍ତି। ସେମାନେ ଖେଳାଳି ମାନଙ୍କ ଦକ୍ଷତା ଉପରେ ଆସ୍ଥା ପ୍ରକାଶ କରିବା ସହ ଜାତୀୟସ୍ତରରେ ପଦକ ଜିତି ସୁନ୍ଦରଗଡ଼ ଜିଲ୍ଲା ତଥା ଓଡ଼ିଶାର ଗୌରବ ବୃଦ୍ଧି କରିବେ ବୋଲି ଆଶା ପ୍ରକାଶ କରିଛନ୍ତି। ଏହି ସମସ୍ତ ସୂଚନା କ୍ରୀଡ଼ା ଉଶୁ ସଂଘ, ସୁନ୍ଦରଗଡ଼ର ସାଧାରଣ ସମ୍ପାଦକ ସୁଜନ ରଥ ପ୍ରଦାନ କରିଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ରେଡ ଦଳ ଚମ୍ପିୟାନ

masiha

ବ୍ଳକ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗୀତା ଉଦଯାପିତ 

Sunil Chandra Nayak

ଲାଲ ମହମ୍ମଦ ଜିଲା କ୍ରିକେଟ କୋଚ ମନୋନୀତ

Leave a Comment

error: Content is protected !!