ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଏକତା ଦିବସ”, ଭବ୍ୟ ରାଲି ସହ ପଥପ୍ରାନ୍ତ ନାଟକ

ଜାତୀୟ ଏକତା ଦିବସ”, ଭବ୍ୟ ରାଲି ସହ ପଥପ୍ରାନ୍ତ ନାଟକ

ବିବିଧତା ଭିତରେ ଏକତା ହିଁ ଭାରତର ପରିଚୟ। ଏହି ଏକତା ଓ ଅଖଣ୍ଡତାର ମହାନ ବାର୍ତ୍ତା ନେଇ ପାଳିତ ହୋଇଛି ଜାତୀୟ ଏକତା ଦିବସ। ଏହି ଅବସରରେ ଲକ୍ଷ୍ମୀ ବିକାଶ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ ପକ୍ଷରୁ ବିଭିନ୍ନ ସ୍କୁଲ୍, କ୍ଲବ୍ ଓ କମିଟିକୁ ନେଇ ଏକ ଭବ୍ୟ ରାଲି ସହ ପଥପ୍ରାନ୍ତ ନାଟକ ଆୟୋଜିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀଙ୍କ ସହ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ସାମିଲ ହୋଇ ଦେଶପ୍ରେମ ଓ ଭାଇଚାରାର ବାର୍ତ୍ତା ବାଣ୍ଟିଥିଲେ।ଧର୍ମ ଅଲଗା, ଭାଷା ଅଲଗା, ସଂସ୍କୃତି ବି ଭିନ୍ନ। ହେଲେ ସମସ୍ତଙ୍କ ପରିଚୟ ଗୋଟିଏ, ଆମେ ଭାରତୀୟ। ଏହି ଭାବନାକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା ଏହି ଏକତା ରାଲି। ରାଲି ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜାତୀୟ ସଂହତି, ସାମାଜିକ ସଦ୍‌ଭାବନା ଓ ଭାଇଚାରାର ବାର୍ତ୍ତା ଦିଆଯାଇଥିଲା। ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ସ୍ଥାନୀୟ ଲୋକଙ୍କ ସହଭାଗିତାରେ କାର୍ଯ୍ୟକ୍ରମଟି ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲା।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳାରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଜଳଛତ୍ର

Sunil Chandra Nayak

ଶିମିଳିପାଳ କଲେଜ ଅଫ୍ ନର୍ସିଂରେ ସ୍ବାଗତ ଉତ୍ସବ

masiha

ବ୍ରତୋପନୟନ କାର୍ଯ୍ୟରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ 

masiha

Leave a Comment

error: Content is protected !!