ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବିଶ୍ୱଶାନ୍ତି ମହାଯଜ୍ଞ ଓ ହନୁମାନ ବିଗ୍ରହ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ , ୨- ଶ୍ରୀରାଜ ମୁକ୍ତ ବିଦ୍ୟାଳୟ ରେ ନାମଲେଖା ପାଇଁ ମେଗା କ୍ୟାମ୍ପ 

ବିଶ୍ୱଶାନ୍ତି ମହାଯଜ୍ଞ ଓ ହନୁମାନ ବିଗ୍ରହ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ 

ଆସିକା : (୨୬/୧୧/୨୬)(ଶିବ ଶଙ୍କର ମିଶ୍ର ) ଧରାକୋଟ ଶାନ୍ତିଝର ସ୍ଥିତ ହନୁମାନ ବାଟିକା ଠାରେ ଆସନ୍ତା ଜାନୁୟାରୀ ମାସ 22 ତାରିଖ ଠାରୁ 25 ତାରିଖ ଚାରି ଦିନ ଧରି ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନ ଙ୍କ 36 ଫୁଟ ଉଚ୍ଚତା ବିଶିଷ୍ଟ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଚାରିଦିନ ଧରି ନାମ ଯଜ୍ଞ, ଘୃତ ଯଜ୍ଞ ଓ ଅର୍ଣ ଯଜ୍ଞ ଅନୁଷ୍ଠିତ ହେବ। ଏହି ବିଶ୍ୱଶାନ୍ତି ମହାଯଜ୍ଞ କୁ ଶୃଙ୍ଖଳିତ ଭାବରେ ଅନୁଷ୍ଠିତ କରାଇବା ପାଇଁ ଏକ ବୈଠକ ଧରାକୋଟ ବଡ଼ଦାଣ୍ଡ ସାହିରେ ଅନୁଷ୍ଠିତ ହୋଇଯାଇଛି। ଶାନ୍ତିଝର ଉନ୍ନୟନ କମିଟି ସଭାପତି ସୁନିଲ କୁମାର ଚୌଧୁରୀ ଓ ଉପସଭାପତି ରବୀନ୍ଦ୍ର ଘୋଷ ଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକ ରେ କାର୍ଯ୍ୟକାରି ସଭାପତି ଭାବରେ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ,ଉପ ସଭାପତି ଭାବେ ଅଶୋକ କୁମାର ଗୌଡ଼, ବିପିନ ବିହାରୀ ଶତପଥୀ,ମୀନ କେତନ ସ୍ୱାଇଁ,, ସଧାରଣ ସମ୍ପାଦକ ଭାବରେ ନବଘନ ଭଞ୍ଜ, ହିମାଂଶୁ ଶେଖର ସ୍ୱାଇଁ, ୟୁ ପାପା ରାଓ, ଗଗନ ବିହାରୀ ସ୍ୱାଇଁ, ଶିବ ରାମ ବାରିକ, ଶରତ ରାଜ, ବିଷ୍ଣୁ କେଶରୀ ଆଚାର୍ଯ୍ୟ, ଓ ପରିଚାଳନା ମୁଖ୍ୟ ଭାବରେ ପୂର୍ବତନ ସରପଞ୍ଚ ଦିଲ୍ଲୀପ ସ୍ୱାଇଁ ଙ୍କୁ ମନୋନୀତ କରାଯାଇଥିଲା । ଏଥିରେ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିବା ପାଇଁ ସହମତି ପ୍ରକାଶ କରିଥିଲେ।

ଶ୍ରୀରାଜ ମୁକ୍ତ ବିଦ୍ୟାଳୟ ରେ ନାମଲେଖା ପାଇଁ ମେଗା କ୍ୟାମ୍ପ 

ଆସିକା :(୨୬/୧୧/୨୬)(ଶିବ ଶଙ୍କରମିଶ୍ର ) ରାଜ୍ୟ ମୁକ୍ତ ବିଦ୍ୟାଳୟ ତଥା ଜାତୀୟ ମୁକ୍ତ ବିଦ୍ୟାଳୟ ଆନୁକୁଲ୍ୟ ରେ ଏକ ମେଗା ନାମଲେଖା କ୍ୟାମ୍ପ ଧରାକୋଟ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ଶିକ୍ଷଣ କେନ୍ଦ୍ର ରେ ଆୟୋଜିତ ହୋଇଯାଇଛି । ଏଥିରେ ଚତୁର୍ଥ ପାସ୍ ହୋଇ ଅଧାରୁ ପାଠ ଛାଡିଥିବା 14 ବର୍ଷରୁ 18 ବର୍ଷ ବୟସର ପିଲାମାନେ ସିଧା ଦଶମ ଶ୍ରେଣୀ ରେ କିପରି ନାମ ଲେଖାଇପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀମତୀ ସ୍ୱେତାଲି ପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଧରାକୋଟ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୌରୀ ଶଙ୍କର ବେହେରା ଅଧିକ ରୁ ଅଧିକ ପିଲା କିପରି ଭାବରେ ଶିକ୍ଷା ସ୍ରୋତ ରେ ସାମିଲ ହେବେ ସେ ଦିଗରେ ସେ ପିଲାଙ୍କୁ ଉଦବୋଧନ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଭଏସ ଅଫ ମିଡ଼ିଆ ର ଧରାକୋଟ ବ୍ଲକ ସଭାପତି ହୃଦାନନ୍ଦ ଜେନା ପିଲାଙ୍କୁ ଅଭିପ୍ରେରିତ କରିଥିବା ବେଳେ ସି ଆର ସି ସି ଜଗନ୍ନାଥ ପଢ଼ିଆରୀ ଅଭିଭାବକ ମାନଙ୍କୁ କିପରି ଭାବରେ ଅଧିକ ପିଲା ଏଥିରେ ନାମ ଲେଖାଇବେ ତା ଉପରେ ମତ ରଖିଥିଲେ । ଅନ୍ୟତମ ଅତିଥି କଳାସୂତା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗଣପତି ଗମାଙ୍ଗ ପିଲାଙ୍କୁ ତାଙ୍କ ର ଭବିଷ୍ୟତ କିପରି ଗଢିବେ ସେ ଦିଗରେ ଉତ୍ସାହିତ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ନାୟକ ଓ ଶିଶିର କୁମାର ମହାନ୍ତି ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ ।

ଏସ ଆଇ ଓ ଏସ ର ସଂଯୋଜକ ଶିକ୍ଷକ ସୁରେଶ କୁମାର ପାତ୍ର ଏହାର ପରିଚାଳନା କରିଥିବା ବେଳେ ସହ ସଂଯୋଜିକା ଶିବାନୀ ଗୌଡ଼ ସହଯୋଗ କରିଥିଲେ । କ୍ରୀଡ଼ା ଶିକ୍ଷକ ଶ୍ରୀ ଅନିଲ ନାୟକ , ବରିଷ୍ଠ ଶିକ୍ଷକ ଶ୍ରୀ ବିରୂପାକ୍ଷ ପଣ୍ଡା , ଶ୍ରୀମତୀ ପ୍ରୀତି ପ୍ରିୟା ପାଣିଗ୍ରାହୀ , ସୁନୀତା ପଣ୍ଡା ,ସୁନୀଲ କୁମାର ସାହୁ , କିରାଣୀ ସନ୍ତୋଷ କୁମାର ନାୟକ ସମେତ ସମସ୍ତ ଅଣ କର୍ମଚାରି ଏଥିରେ ସହଯୋଗ ପ୍ରଦାନ କରିଥିଲେ। ଏଥିରେ ଆଜି 5 ଜଣ ପିଲା ପ୍ରବେଶ ନେଇଥିଲେ ।

Related posts

କୁମୁଦିନୀ ରାଉତଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା ଅନୁଷ୍ଠିତ 

Sunil Chandra Nayak

Government Autonomous College, Rourkela Makes History with Grand Diwali Celebration

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ପୁରୁଷ ହକି ବିଶ୍ୱକପ୍ ଟ୍ରଫି କୁ ବିପୁଳ ସ୍ବାଗତ 

Sunil Chandra Nayak

Leave a Comment

error: Content is protected !!