ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ କଥିତ ଇଂରେଜୀ କର୍ମଶାଳା ଅନୁଷ୍ଠିତ

ଜୟପାଟଣା, ତା-୨୫/୫/୨୨,   ଗତ ତା-୨୧/୫/୨୨ରିଖ ସନ୍ଧ୍ୟା ଠାରୁ ତା-୨୪/୫/୨୨ରିଖ ମଧ୍ୟ୍ୟାହ୍ନ ପର୍ଯ୍ୟନ୍ତ ବିଦ୍ଯାଭାରତୀ, ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଆନୁକୂଲ୍ୟରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ମୁଖିଗୁଡା ଠାରେ କଳାହାଣ୍ଡି ବିଭାଗ ସ୍ତରୀୟ କଥିତ ଇଂରେଜୀ କର୍ମଶାଳା    (spoken English workshop) ଶିଶୁ ବିଦ୍ୟା ମନ୍ଦିର କଳାହାଣ୍ଡି ଜିଲ୍ଲାର ୬୨ଜଣ ଆଚାର୍ଯ୍ୟ/ଆଚାର୍ଯ୍ୟାଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି।୨୧ ତାରିଖ ସନ୍ଧ୍ୟାରେ ଜୟପାଟଣା ସଂକୁଳ ପ୍ରମୁଖ ଶ୍ରୀ ବଲ୍ଲଭ ନାଏକ, ମୁଖ୍ୟ ଅତିଥି ଏବଂ ଶ୍ରୀ ଶିଶିର କୁମାର ସାହୁ (ଇଂରାଜୀ ଅଧ୍ୟାପକ ସାଂଚେର ଗାଁ ମହାବିଦ୍ୟାଳୟ) ସମ୍ମାନିତ ଅତିଥି, କଳାହାଣ୍ଡି ବିଭାଗ ନିରୀକ୍ଷକ ଶ୍ରୀ ବିପିନ ବିହାରୀ ମିଶ୍ର,ସଂଭାଗ spoken English ପ୍ରମୁଖ ଶ୍ରୀ ଦେବାନନ୍ଦ ରାଉତ, ସଂପାଦକ ଶ୍ରୀ ମୁରଳୀଧର ସାହୁ,ଯୁଗ୍ମ ସଂପାଦିକା ଶ୍ରୀମତୀ ପ୍ରଣୀତା ମୁଣ୍ଡ ଏବଂ ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ପଣ୍ଡା ମାଁ ସରସ୍ବତୀଙ୍କ ଠାରେ ଦୀପ ପ୍ରଜ୍ବଳନ କରି କର୍ମଶାଳାର ସୁଭାରମ୍ଭ କରିଥିଲେ।

                 ଉକ୍ତ କର୍ମଶାଳାରେ ପ୍ରଶିକ୍ଷକ ଶ୍ରୀ ଶିଶିର କୁମାର ସାହୁ, ଶ୍ରୀ ନିଶାନ୍ତ ମୁଣ୍ଡ, ଶ୍ରୀ ପଞ୍ଚାନନ ଦୁରିଆ, ଶ୍ରୀ ଦେବାନନ୍ଦ ରାଉତ, ଶ୍ରୀ ଗୋଦାବରୀଶ ମିଶ୍ର, ଶ୍ରୀ ସନ୍ତୋଷ କୁମାର ମିଶ୍ର ଓ ଶ୍ରୀ ପ୍ରଫୁଲ୍ଲ କୁମାର ପଣ୍ଡା ପ୍ରଭୂତି ପ୍ରଶିକ୍ଷଣ ଦେଇଥିଲେ। ସମସ୍ତ ବ୍ୟବସ୍ଥାରେ ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିର ମୁଖିଗୁଡାର ଗୁରୁଜୀ ଗୁରୁମାଙ୍କ ସକ୍ରୀୟ ସହଯୋଗ କର୍ମଶାଳାଟିକୁ ସଫଳ କରିଥିଲା। ୨୪ତାରିଖ ମଧ୍ୟାହ୍ନରେ ସମାରୋପ କାର୍ଯ୍ୟକ୍ରମ ଅବସରରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ପଣ୍ଡା ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଶ୍ରୀ ମୁରଲୀଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ମନୋଜ କୁମାର ମୁଣ୍ଡ ଉପସ୍ଥିତ ଥିଲେ ।ଏଥିରେ ଶ୍ରୀ ମୁରଲୀଧର ସାହୁ ଆଚାର୍ଯ୍ୟ, ଆଚାର୍ଯ୍ୟା ଓ କାର୍ଯ୍ୟକର୍ତ୍ତା ଙ୍କ ସମ୍ବନ୍ଧରେ ସ୍ବରଚିତ କବିତା ଗାନ କରି ସମସ୍ତଙ୍କୁ ମୁଗ୍ଧ କରିଥିଲେ। ଶ୍ରୀଯୁକ୍ତ ଦେବାନନ୍ଦ ରାଉତ ବର୍ଗ ବିବରଣୀ ପ୍ରଦାନ କରିବା ସହ ବିଭାଗ ନିରୀକ୍ଷକ ଶ୍ରୀ ବିପିନ ବିହାରୀ ମିଶ୍ର ଯାହା ଶିଖିଛନ୍ତି ତାକୁ ନିଜ କର୍ମକ୍ଷେତ୍ରରେ ପ୍ରୟୋଗ କରି ଛାତ୍ରଛାତ୍ରୀମାନଙ୍କର ବିକାଶ କରିବା ପାଇଁ କହିଥିଲେ।୪ଟି ସଂକୁଳର ଆଚାର୍ଯ୍ୟ/ଆଚାର୍ଯ୍ୟା ଙ୍କ ଦ୍ଵାରା ଅଭିନୀତ ନାଟକ ହୁଇସିଲ୍ ବଧ ସମସ୍ତଙ୍କୁ ଆନନ୍ଦୀତ କରିଥିଲା।ବାସ୍ତବରେ ଏହି ତ୍ରୀ-ଦିବସୀୟ Spoken English workshop ଜିଲ୍ଲା ସ୍ତରରେ ପ୍ରତି ଶିଶୁ ବିଦ୍ୟା ମନ୍ଦିର ର ଗୁରୁଜୀ/ଗୁରୁମା, ଛାତ୍ରଛାତ୍ରୀମାନଙ୍କର ର ଦକ୍ଷତା ବୃଦ୍ଧି କରିବାରେ ସହାୟକ ହେବ।

                    ଜୟପାଟଣାରୁ ହୃଷିକେଶ ମୁଣ୍ଡଙ୍କ ରିପୋର୍ଟ ।

 

Related posts

କାଙ୍ଗାଳି ଚରଣ ସେଠୀ ଙ୍କ କବିତା – ଲଳିତା

Sunil Chandra Nayak

ଘର ଉପରେ ପଡ଼ିଲା ଗଛ , ମୃତ୍ୟୁ ମୁଖରୁ ବଞ୍ଚିଗଲେ ୨ପରିବାର ର ୧୩ ଜଣ

Sunil Chandra Nayak

ଆମ୍ବୁଲାନ୍ସ ଧକ୍କାରେ ବାଇକ ଚାଳକ ଗୁରୁତର

Sunil Chandra Nayak

Leave a Comment

error: Content is protected !!