ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଲିଗୁଡା ରେ ଜଳ ସଂଙ୍କଟ ସୁଖିଗଲାଣି ବନ୍ଧ ଗାଧୋଇବାକୁ ଯାଉଛନ୍ତି ୧ କିମି ଦୂର

ଚିଲିଗୁଡା( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମରେ ବର୍ତ୍ତମାନ ଜଳ ସଂକଟ ଦେଖିବାକୁ ମିଳିଛି ।କହିବାକୁ ଗଲେ ଚଳିତ ବର୍ଷ ଡାହାଣ ମୁଖ୍ୟ କେନାଲରେ କେନାଲ ମରାମତି ପାଇଁ ବିଭାଗ ପାଣି ଛାଡିଲା ନାହିଁ ।ଏପରିକି ଚାଷ କାମ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି ।ଫଳରେ ପାଣି ନ ଆସିବାରୁ ଗ୍ରାମ ଗୁଡିକରେ ଥିବା ବନ୍ଧ ,ନାଳ ,ଜୋର ଗୁଡିକ ସମ୍ପୂର୍ଣ୍ଣ ରୂପେ ସୁଖିଗଲାଣି ।ବିଶେଷ କରି ଚିଲିଗୁଡା ଗ୍ରାମର ଦେବତା ବନ୍ଦ ରେ ପାଣି ଟିକିଏ ମଧ୍ୟ ନାହିଁ ସମ୍ପୂର୍ଣ ସୁଖିଗଲାଣି । ମୁଖ୍ୟ ରାସ୍ତା କଡରେ ଥିବା ଭଣ୍ଡାରୀ ବନ୍ଦ ମଧ୍ୟ କମ ପାଣି ରହିଛି ।ଯାହାକି ଗାଧୋଇବା ପାଇଁ ଉପଯୋଗୀ ହୋଇ ପାରୁନାହିଁ ।କମ ପାଣି ଥିବାରୁ କାଦୁଅ ଉପରକୁ ଉଠିଯାଇ ପାଣି ଦୁର୍ଗନ୍ଧ ହେଉଥିବା ଜଣା ପଡ଼ିଛି ।ଏଭଳି ପରିସ୍ଥିତିରେ ଗ୍ରାମବାସୀ ମାନେ ନିକଟସ୍ଥ ୧ କିମି ଦୂର ହାତୀ ନଦୀକୁ ଗାଧୋଇବାକୁ ଯାଉଛନ୍ତି ।ଆଗରୁ କେନାଲରେ ପାଣି ଆସୁଥିବାରୁ ଗ୍ରାମରେ ଥିବା ବନ୍ଧ ,ନାଳ ଏବଂ ଜୋର ମାନଙ୍କରେ ପାଣିର ଅଭାବ ଦେଖା ଦେଉ ନ ଥିଲା ।କିନ୍ତୁ ଚଳିତ ବର୍ଷ ପ୍ରବଳ ଟାଣ ଖରା ଏବଂ କେନାଲରେ ପାଣି ନ ଆସିବାରୁ ଗ୍ରାମ ଗୁଡିକରେ ଜଳ ସଂକଟ ଦେଖି ବାକୁ ମିଳିଛି ।ଏଭଳି ପରିସ୍ଥିତିରେ ଚିଲିଗୁଡା ଦେବତା ବନ୍ଧ କୁ ମାଟି ଖନନ ବ୍ୟବସ୍ଥା ଗ୍ରହଣ କରିବା ସହ ଭଣ୍ଡାରୀ ବନ୍ଧ ର ପଙ୍କ ଉଦ୍ଧାର କଲେ ପୂର୍ବ ବର୍ଷରେ ହୁଏତ ଜଳ ସଂକଟ ଟିକିଏ ଦୂର ହୋଇ ପାରନ୍ତା ।ଏଥି ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଚିଲିଗୁଡା ଗ୍ରାମବାସୀମାନେ ଦାବି କରିଛନ୍ତି । ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ସାହିତ୍ୟ ଅଗଣା

Sunil Chandra Nayak

ଡଙ୍ଗାରେ ଥିବା ୨୫ ଜଣଙ୍କୁ ଉଦ୍ଧାର କଲା ୧୦୮ ବୋଟ ଆମ୍ବୁଲାନ୍ସ

Sunil Chandra Nayak

ଆଦିବାସୀ ଙ୍କ ଜୀବନ ଜୀବିକା ମହୁଲ ଫୁଲ, ହେଲେ ଦଲାଲ କବଜାରେ

Sunil Chandra Nayak

Leave a Comment

error: Content is protected !!