ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୁବନେଶ୍ୱର – ଡ଼ଃ ସୁକାନ୍ତି ମିଶ୍ର ପାଇଲେ ଚଳିତ ବର୍ଷର ପ୍ରକୃତି ମିତ୍ର ପୁରସ୍କାର

ଭୁବନେଶ୍ୱର : ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସାଧାରଣ ସମ୍ପାଦିକା ଡ଼ଃ ସୁକାନ୍ତି ମିଶ୍ରଙ୍କୁ ଚଳିତ ବର୍ଷ ପ୍ରକୃତି ମିତ୍ର ପୁରସ୍କାର ରେ ପୁରସ୍କୃତ କରାଯାଇଅଛି | ସାମାଜିକ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦୀର୍ଘ ଦିନ ହେବ ଜଙ୍ଗଲ ଓ ପରିବେଶ ସୁରକ୍ଷା ଦିଗରେ କାମ କରିଆସୁଅଛି | ସାଧାରଣ ସମ୍ପାଦିକା ଡ଼ଃ ସୁକାନ୍ତି ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠାନ ପକ୍ଷରୁ ବୃକ୍ଷ ରୋପଣ ସହ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଅଛି | ବିଶେଷ କରି କେନ୍ଦୁଝର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଂଚଳରେ ବ୍ୟାପକ ଜଙ୍ଗଲ କ୍ଷୟ ଓ ପରିବେଶ ଅସନ୍ତୁଳନତା ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ସ୍ଥାନୀୟ ଲୋକଙ୍କୁ ଏଥିରେ ସାମିଲ କରି ପରିବେଶ ସୁରକ୍ଷାକୁ ଏକ ଜନଆନ୍ଦୋଳନରେ ପରିଣତ କରିପାରିଛନ୍ତି ଡ଼ଃ ସୁକାନ୍ତି ମିଶ୍ର |

ପରିବେଶ ସୁରକ୍ଷା ଦିଗରେ ସାରା ବିଶ୍ଵବାସୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁନ ମାସ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଇ ଆସୁଅଛି | ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ରବୀନ୍ଦ୍ର ମଣ୍ଡପ ଠାରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି | ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା ମୁଖ୍ୟ ତିଥି ଭାବେ ଯୋଗ ଦେଇ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ସ୍ୱରୂପ ୨୦ ହଜାର ଅର୍ଥରାଶି ଦେଇ ପୁରସ୍କୃତ କରିଥିଲେ | ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଜରିଆରେ ଡ଼ଃ ସୁକାନ୍ତି ମିଶ୍ରଙ୍କ ପରିବେଶ ସୁରକ୍ଷା ପ୍ରତି ନିଷ୍ଠାପର କାର୍ଯ୍ୟକୁ ସ୍ୱୀକୃତି ସ୍ୱରୂପ ତାଙ୍କୁ ଏହି ରାଜ୍ୟସ୍ତରୀୟ ପ୍ରକୃତି ମିତ୍ର ପୁରସ୍କାରରେ ପୁରସ୍କୃତ କରାଯାଇଛି | ପୁରସ୍କାର ମିଳିବା ପରେ ନିଜ ପ୍ରତିକ୍ରିୟାରେ ଡ଼ଃ ମିଶ୍ର କହିଛନ୍ତି କି, ପୁରସ୍କାର ମିଳିବା ପରେ ଏବେ ଦାୟିତ୍ୱ ଆହୁରି ବଢିଗଲା | ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ସହ ଜଡିତ ସମସ୍ତ ବ୍ୟକ୍ତିବିଶେଷ ଏଥିପାଇଁ ଧନ୍ୟବାଦର ପାତ୍ର | ଆଗାମୀ ଦିନରେ ପରିବେଶ ସୁରକ୍ଷା ଦିଗରେ ଆମେ ଆହୁରି ଅଧିକରୁ ଅଧିକ କାର୍ଯ୍ୟକ୍ରମ ହାତକୁ ନେବା ସହ ପୂର୍ବଭଳି ନିଷ୍ଠାପର ଭାବେ କାମ କରିଚାଲିବୁ |

ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି ସମାରୋହରେ ଓଡ଼ିଶା ଜୈବବିବିଧତା ବୋର୍ଡ଼ର ଅଧକ୍ଷ ତଥା ସେଣ୍ଟର ଫର ଏନଭାଇରନୋ ମେଣ୍ଟାଲ ଷ୍ଟଡ଼ିଜର ନିର୍ଦ୍ଦେଶକ ଶ୍ରୀ ରାଜୀଵ କୁମାର ସ୍ୱାଗତ ଭାଷଣ ଦେଇଥିବା ବେଳେ ଜଙ୍ଗଲ ଓ ପରିବେଶ ବିଭାଗର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ, ଶ୍ରୀ ସୁଶାନ୍ତ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ |

ମଦନ ପାଣି ଙ୍କ ରିପୋର୍ଟ।

Related posts

ନବରଙ୍ଗପୁର ଜ଼ିଲ୍ଲା ରେ ହାଇସ୍କୁଲ ଶିକ୍ଷକ ସଙ୍ଘ ଗଠିତ

Sunil Chandra Nayak

ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଗୁରୁତର

Sunil Chandra Nayak

ମାଝୀଗୁଡାରେ କୁରାଲ ଦେବତାଙ୍କ ପୂଜା ଆରମ୍ଭ

Sunil Chandra Nayak

Leave a Comment

error: Content is protected !!